ପୁଣିଥରେ କାୟା ମେଲାଉଛି କରୋନା : ଏପ୍ରିଲ୍‌ ମାସ ପାଇଁ ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ବର : ଦେଶରେ ପୁଣିଥରେ କରୋନା ଦୃତ ଗତିରେ କାୟା ମେଲାଉଥିବା ବେଳେ ରାଜ୍ୟରେ ମଧ୍ୟ ଧିରେ ଧିରେ ସଂକ୍ରମଣ ବୃଦ୍ଧି ପାଉଛି। କିଛି ଦିନ ହେବ ରାଜ୍ୟର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦୦ ପାର୍‌ କରିଥିବା ବେଳେ ଆଜି ୩ଶହ ନିକଟତର ହୋଇଛି। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ଏପ୍ରିଲ୍‌ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏପ୍ରିଲ୍‌ ୧ରୁ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ଗାଇଡ୍‌ଲାଇନ୍‌ । ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ […]

ଭୁବନେଶ୍ବର : ଦେଶରେ ପୁଣିଥରେ କରୋନା ଦୃତ ଗତିରେ କାୟା ମେଲାଉଥିବା ବେଳେ ରାଜ୍ୟରେ ମଧ୍ୟ ଧିରେ ଧିରେ ସଂକ୍ରମଣ ବୃଦ୍ଧି ପାଉଛି। କିଛି ଦିନ ହେବ ରାଜ୍ୟର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦୦ ପାର୍‌ କରିଥିବା ବେଳେ ଆଜି ୩ଶହ ନିକଟତର ହୋଇଛି। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ଏପ୍ରିଲ୍‌ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏପ୍ରିଲ୍‌ ୧ରୁ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ଗାଇଡ୍‌ଲାଇନ୍‌ । ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ପଙ୍କଜ

ସତର୍କତାର ସହ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି । ଜିଲ୍ଲାପାଳ ଏବଂ ମ୍ୟୁନିସ୍‌ପାଲ୍‌ କମିଶନର୍‌ଙ୍କ ହାତରେ କ୍ଷମତା ରହିବ ସହିତ କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ସେମାନେ ନିଷ୍ପତ୍ତି ନେଇପାରିବେ । କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ କେହି ବାହାରକୁ ଆସିପାରିବେ ନାହିଁ ବା ବାହାରକୁ ବାହିରିବା ପାଇଁ ଅନୁମତି ଆବଶ୍ୟକ ହେବ । ଘରକୁ ଘର ସର୍ଭେ ହେବ ।ଏହାସହ ମାସ୍କ ଓ ସାମାଜିକ ଦୂରତା କଡାକଡି ପାଳନ କରିବାକୁ କୁହାଯାଇଛି  ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍‌ମେଣ୍ଟ୍‌ ଉପରେ ଗରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଥିବା ବେଳେ ଯଥା ସମ୍ଭବ ଅଧିକ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ ନିର୍ଦ୍ଦେଶ ହୋଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ମନ୍ଦିର ଭିତରକୁ କେତେ ଭକ୍ତ ଯିବେ ସେନେଇ ନିଷ୍ପତ୍ତି ନେବ ପ୍ରଶାସନ । ସେହିପରି ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର