ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ପାଇଁ ରାଜ୍ଯସରକାରଙ୍କ ଆଗୁଆ ପଦକ୍ଷେପ

The Sakala Picture
Published On

କଟକ: ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ପାଇଁ ରାଜ୍ଯସରକାର ଆଗୁଆ ପଦକ୍ଷେପ ନେଉଛନ୍ତି। କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି। କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ରହିବ। ପ୍ରତି ବେଡକୁ ଅକ୍ସିଜେନ୍ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି। ଶିଶୁଭବନ ପ୍ରଥମ ଫ୍ଲୋରରେ ବେଡ୍ ବ୍ୟବସ୍ଥା କରାଯିବ। କରୋନାର ସମ୍ଭାବ୍ୟ […]

କଟକ: ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ପାଇଁ ରାଜ୍ଯସରକାର ଆଗୁଆ ପଦକ୍ଷେପ ନେଉଛନ୍ତି। କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି। କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ରହିବ। ପ୍ରତି ବେଡକୁ ଅକ୍ସିଜେନ୍ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି। ଶିଶୁଭବନ ପ୍ରଥମ ଫ୍ଲୋରରେ ବେଡ୍ ବ୍ୟବସ୍ଥା କରାଯିବ। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। କୋଭିଡ ନିୟମରେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ଆବଶ୍ୟକ ପରିମାଣର ଏସି ମଧ୍ୟ ସ୍ଥାପନ କରାଯିବ। ସୁପରିନଟେଣ୍ଡେଣ୍ଟ ଦେଇଥିବା ତାଲିକା ଅନୁଯାୟୀ ସରଞ୍ଜାମ ଯୋଗାଣ ସେପ୍ଟେମ୍ବର ପହିଲା ସୁଦ୍ଧା ସବୁ ସରଞ୍ଜାମ ସ୍ଥାପନ କରିବାକୁ ନିଷ୍ପତ୍ତି କରାଯାଇଛି। ରାଜ୍ୟ ଅର୍ଥରେ ସବୁ ବ୍ୟବସ୍ଥା କରାଯିବ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର