ସରିଲା ଦ୍ବିତୀୟ ପର୍ଯ୍ଯାୟ ପଞ୍ଚାୟତ ଭୋଟ୍: ୭୧ % ହୋଇଛି ମତଦାନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଦ୍ବିତୀୟ ପର୍ଯ୍ଯାୟ ଭୋଟ ଗ୍ରହଣ ଶେଷ ହୋଇଛି।  ରାଜ୍ୟରେ ମୋଟ ୭୧ % ମତଦାନ ହୋଇଛି  । ଏହି ପର୍ଯ୍ଯାୟରେ ମୋଟ ୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର ରହିଥିଲେ । ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ ମୋଟ ୬୮ଟି ବ୍ଳକର ୧୫୧୪ ଟି ଗ୍ରାମ ପଞ୍ଚାୟତରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୦,୪୩୬ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଅଛି । ଭୋଟ ଗ୍ରହଣ ସମୟରେ […]

ଭୁବନେଶ୍ୱର: ରାଜ୍ୟରେ ଦ୍ବିତୀୟ ପର୍ଯ୍ଯାୟ ଭୋଟ ଗ୍ରହଣ ଶେଷ ହୋଇଛି।  ରାଜ୍ୟରେ ମୋଟ ୭୧ % ମତଦାନ ହୋଇଛି  । ଏହି ପର୍ଯ୍ଯାୟରେ ମୋଟ ୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର ରହିଥିଲେ । ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ ମୋଟ ୬୮ଟି ବ୍ଳକର ୧୫୧୪ ଟି ଗ୍ରାମ ପଞ୍ଚାୟତରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୦,୪୩୬ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଅଛି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଭୋଟ ଗ୍ରହଣ ସମୟରେ ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଏବଂ ବିଶୃଙ୍ଖଳାକୁ ବାଦ ଦେଲେ ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ କାର୍ଯ୍ଯ ସମ୍ପନ୍ନ ହୋଇଛି । କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ଯରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କିଛି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏତଦ୍‌ବ୍ୟତୀତ ବାଲଟ ପେପରରେ ତୃଟି ପାଇଁ ଦୁଇ ତିନୋଟି ସ୍ଥାନରେ ପୁନଃ ନିର୍ବାଚନ ଆବଶ୍ୟକ ହୋଇପାରେ ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇଲାପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ । ଆଜିର ନିର୍ବାଚନରେ ଭାଗ ନେଇଥିବା ସମସ୍ତ ଅଧିକାରୀ, ପୋଲିସ କର୍ତ୍ତୃପକ୍ଷ, ସମସ୍ତ ଜନସାଧାରଣ ତଥା ଭୋଟରମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଥିବାରୁ ଆଗାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର