କୋରାପୁଟକୁ ଉଡିବ ଦ୍ୱିତୀୟ ବିମାନ, ଟ୍ବିଟ୍‌ କରି ସୂଚନା ଦେଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

The Sakala Picture
Published On

ଭୁବନେଶ୍ବର : କୋରାପୁଟ ବାସୀଙ୍କ ପାଇଁ ପୁଣି ଏକ ଖୁସି ଖବର। ଗତ ଅକ୍ଟୋବର ୩୧ରେ ଦୀର୍ଘ ୩୫ବର୍ଷ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଜୟପୁରରୁ ଭୁବନେଶ୍ୱରକୁ ବିମାନ ସେବା ସ୍ୱପ୍ନ ସାକାର ହୋଇଥିବା ବେଳେ ଏବେ ଆଉ ଗୋଟିଏ ବିମାନ ମଧ୍ୟ ଏହି ରୁଟ୍‌ରେ ସେବା ପ୍ରଦାନ କରିବ। ଏନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି। ପୂର୍ବରୁ ଗୋଟିଏ ବିମାନ ଭୁବନେଶ୍ବର ଠାରୁ ଜୟପୁରକୁ ଯିବା ଆସିବା କରୁଥିଲା । […]

ଭୁବନେଶ୍ବର : କୋରାପୁଟ ବାସୀଙ୍କ ପାଇଁ ପୁଣି ଏକ ଖୁସି ଖବର। ଗତ ଅକ୍ଟୋବର ୩୧ରେ ଦୀର୍ଘ ୩୫ବର୍ଷ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଜୟପୁରରୁ ଭୁବନେଶ୍ୱରକୁ ବିମାନ ସେବା ସ୍ୱପ୍ନ ସାକାର ହୋଇଥିବା ବେଳେ ଏବେ ଆଉ ଗୋଟିଏ ବିମାନ ମଧ୍ୟ ଏହି ରୁଟ୍‌ରେ ସେବା ପ୍ରଦାନ କରିବ। ଏନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ପୂର୍ବରୁ ଗୋଟିଏ ବିମାନ ଭୁବନେଶ୍ବର ଠାରୁ ଜୟପୁରକୁ ଯିବା ଆସିବା କରୁଥିଲା । ଫଳରେ କମ ସଂଖ୍ୟକ ଯାତ୍ରୀ ଯିବା ଆସିବା କରି ପାରୁଥିଲେ। ଭୁବନେଶ୍ବର ଠାରୁ ଜୟପୁରକୁ ଅଧିକ ଯାତ୍ରୀ ଯିବାର ଚାହିଦା ରହିଛି। କିନ୍ତୁ ଗୋଟିଏ ବିମାନ ଯାଉଥିବା କାରଣରୁ ଟିକେଟ ମିିଳିବା କଷ୍ଟକର ହେଉଥିଲା।  ଏହି ସମସ୍ୟା ଦୂର କରିବା ପାଇଁ ଆଉ ଗୋଟିଏ ବିମାନ ଉଡାଣ ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ଏନେଇ ଖୁସି ପ୍ରକାଶ କରିଛନ୍ତି କୋରାପୁଟ ଜିଲ୍ଲା ବାସୀ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୂଚନା ଅନୁସାରେ, ୧୯୬୨ରେ ସୁନାବେଡ଼ାରେ ହିନ୍ଦୁସ୍ଥାନ ଏରୋନେଟିକସ୍ ଲିମିଟେଡ୍ (ହାଲ୍) ପ୍ରତିଷ୍ଠା ସମୟରେ ୬୦ ଏକର ଜମିରେ ଜୟପୁରରେ ଏୟାରଷ୍ଟ୍ରିପ୍‌ ନିର୍ମାଣ ହୋଇଥିଲା । ତେବେ ପ୍ରଥମ ଥର ଲାଗି ଜୟପୁର ଏୟାରଷ୍ଟ୍ରିପ୍‌ରୁ ୮୦ ଦଶକର ଦ୍ୱିତୀୟାର୍ଦ୍ଧରେ ବାୟୁଦୂତ ବିମାନ ଜୟପୁରରୁ ବିଶାଖାପାଟଣା ଦେଇ ଭୁବନେଶ୍ୱରକୁ ଉଡ଼ିଥିଲା । ଏହା କିଛିମାସ ଚାଲିବା ପରେ କୌଣସି କାରଣ ବଶତଃ ବନ୍ଦ ହୋଇ ଯାଇଥିଲା । ସେହି ଦିନରୁ ଜୟପୁର ଏୟାରଷ୍ଟ୍ରିପ୍‌ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରହିଥିଲା। ୨୦୧୧ରେ ଏହାର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାର ଚିନ୍ତା କରିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୂର୍ତ୍ତ ବିଭାଗ ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ନିମନ୍ତେ ୬ କୋଟି ଟଙ୍କାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲେ ।

ମାଷ୍ଟର ପ୍ଲାନରେ ଟର୍ମିନାଲ୍ କୋଠାର ଉନ୍ନତିକରଣ, ରନ୍‌ ୱେର ଚଉଡ଼ା ବୃଦ୍ଧି, ପାଚେରୀ ନିର୍ମାଣ ଏବଂ ୨୬ନଂ ଜାତୀୟ ରାଜପଥରୁ ଏୟାରଷ୍ଟ୍ରିପ୍‌ ରାସ୍ତାର ପ୍ରଶସ୍ତିକରଣ ଇତ୍ୟାଦି ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏୟାରଷ୍ଟ୍ରିପ୍‌ର ସମ୍ପ୍ରସାରଣ ନିମନ୍ତେ ଅଧିକ ଜମି ଅଧିଗ୍ରହଣ କରିବାକୁ ଯୋଜନା କରି ରାଜ୍ୟ ସରକାର ୨୦୧୩ରେ ଆର୍ ଏଣ୍ଡ୍ ବି ବିଭାଗକୁ ଦାୟିତ୍ୱ ଦେବା ସହ ୫୫ କୋଟି ଟଙ୍କା ମଞ୍ଜୁର କରିଥିଲେ । ରନ୍‌ ୱେର ଚଉଡ଼ା ୧୫ମିଟରରୁ ୨୪ ମିଟରକୁ ବୃଦ୍ଧି କରାଯିବା ସହ ୨.୫ କିଲୋମିଟର ପାଚେରି ନିର୍ମାଣ ହୋଇଥିଲା। ୨୦୧୯ରେ ରାଜ୍ୟ ସରକାର ରନୱେର ଚଉଡ଼ା ୫୦୦୦ ଫୁଟକୁ ବୃଦ୍ଧି କରି ଏହାକୁ ଉନ୍ନିତ କରିବା ନିମନ୍ତେ ଏୟାର୍ ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆଙ୍କୁ ଯୋଗାଯୋଗ କରିଥିଲେ ।

ଏହି ସମସ୍ତ କାର୍ଯ୍ୟ ଶେଷ ପରେ ଏଏଆଇର ପ୍ରତିନିଧି ଏକାଧିକ ଥର ଜୟପୁର ଏୟାରପୋର୍ଟ ଗସ୍ତ କରି ପରୀକ୍ଷା ନିରୀକ୍ଷା କରିବା ପରେ ୨୦୨୨ ଅକ୍ଟୋବର ୨୦ରେ ଏଠାରୁ ବ୍ୟବସାୟିକ ବିମାନ ଉଡାଣ ନିମନ୍ତେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଲାଇସେନ୍ସ ପ୍ରଦାନ କରିଥିଲେ । ଜୟପୁର ଏୟାରପୋର୍ଟ ରାଜ୍ୟର ତୃତୀୟ ବ୍ୟବସାୟିକ ବିମାନ ବନ୍ଦର ।

26 Dec 2022 By The Sakala

https://www.thesakala.in/latest-odisha-news/the-second-flight-will-fly-to-koraput-transport-minister-tukuni-sahu-informed-on-twitter/article-17655
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର