ରାଜ୍ୟରେ ଭୁଶୁଡ଼ି ଗଲାଣି ଆଇନର ଶାସନ: ବିଜେଡି

ପୁଲିସ ଉପସ୍ଥିତିରେ ପିଟି ପିଟି ମାରିଦେବା ଘଟଣା ଦୁର୍ଭାଗ୍ୟଜନକ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ପୁଲିସର ଉପସ୍ଥିତିକୁ ଭ୍ରୁକ୍ଷେପ ନ କରି  ଲୋକେ ପିଟି ପିଟି ଜଣେ ଯୁବକଙ୍କୁ ମାରିଦେବା ଘଟଣା ଦୁର୍ଭାଗ୍ୟଜନକ। ରାଜ୍ୟରେ ଆଇନର ଶାସନ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଏଥିରୁ ପ୍ରମାଣିତ ବୋଲି ବିଜେଡି ଅଭିଯୋଗ କରିଛି। ଗତ ୧ ସପ୍ତାହ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଉଥିବା ଜଘନ୍ୟ ଅପରାଧ ଓ ହତ୍ୟାକାଣ୍ଡ ଆଗରୁ କେବେ ଦେଖିବାକୁ ମିଳିନଥିଲା। ବିଜେପି ସରକାରକୁ ଆସିଲା ପରେ ଆଜି ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି ବୋଲି ଦଳ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ, ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ

ଗୁରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ଶାନ୍ତିପ୍ରିୟ ଓଡ଼ିଶାରେ ପ୍ରତ୍ୟେକ ଦିନ ଘଟୁଥିବା ହିଂସାକାଣ୍ଡ ପାଇଁ ରାଜ୍ୟବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ହିଞ୍ଜିଳିରେ ସ୍ପଷ୍ଟ ଦିବାଲୋକରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା ପରେ କଣାସରେ ଜଣେ ଯୁବକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ସମସ୍ତଙ୍କୁ ବିଚଳିତ କରିଛି। ଏହି ସମୟରେ ଆଜିର ଘଟଣା ପୁଲିସ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ତୁଟିଯାଇଛି ବୋଲି ଲେନିନ୍‌ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦହିବରା ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣା: ଯାଜପୁର ପୌରାଞ୍ଚଳରେ ୭ ଦିନ ପାଇଁ ସମସ୍ତ ଦହିବରା ଓ ଫାଷ୍ଟଫୁଡ଼ ଦୋକାନ ବନ୍ଦ ନିର୍ଦ୍ଦେଶ

ମୁଖପାତ୍ର ତୁମ୍ୱନାଥ ପଣ୍ଡା କହିଥିଲେ ଯେ ପ୍ରଚାର ସର୍ବସ୍ୱ ସରକାର ଆଇନର ଶାସନ ପ୍ରତି ସମ୍ପୂର୍ଣ୍ଣ ସମ୍ୱେଦନହୀନ ହୋଇପଡ଼ିଥିବାର ଫଳ ପ୍ରତିଦିନ ରାଜ୍ୟବାସୀ ଭୋଗୁଛନ୍ତି । ସରକାରଙ୍କ ଅପାରଗତା ଲାଗି ରାଜ୍ୟରେ ଉଦବେଗଜନକ ଭାବେ ହିଂସାକାଣ୍ଡ ବୃଦ୍ଧି ପାଉଛି । ବିଭତ୍ସ ଘଟଣାମାନ ଘଟିଲା ପରେ ସରକାରଙ୍କ ନିଦ ଭାଙ୍ଗୁଛି ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସରକାର କହୁଛନ୍ତି। କିନ୍ତୁ ଅପରାଧ ନିରାକରଣ ପାଇଁ କୌଣସି ପଦକ୍ଷେପ ସରକାର ନେଉନାହାନ୍ତି। ଏଭଳି ପରିସ୍ଥିତି ଲାଗି ରହିଲେ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟିଯିବ। ନେଡି ଗୁଡ଼ କହୁଣୀକୁ ବୋହି ଯିବା ପୂର୍ବରୁ ଡବଲ ଇଞ୍ଜିନ ସରକାର ହିଂସାକାଣ୍ଡ ରୋକିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମ୍ବୁଲାନ୍ସର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା ନୟାପଲ୍ଲୀ ଥାନା ପୋଲିସ, ୨ଗିରଫ

07 May 2026 By Madhusudan Das

ରାଜ୍ୟରେ ଭୁଶୁଡ଼ି ଗଲାଣି ଆଇନର ଶାସନ: ବିଜେଡି

ପୁଲିସ ଉପସ୍ଥିତିରେ ପିଟି ପିଟି ମାରିଦେବା ଘଟଣା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ପୁଲିସର ଉପସ୍ଥିତିକୁ ଭ୍ରୁକ୍ଷେପ ନ କରି  ଲୋକେ ପିଟି ପିଟି ଜଣେ ଯୁବକଙ୍କୁ ମାରିଦେବା ଘଟଣା ଦୁର୍ଭାଗ୍ୟଜନକ। ରାଜ୍ୟରେ ଆଇନର ଶାସନ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଏଥିରୁ ପ୍ରମାଣିତ ବୋଲି ବିଜେଡି ଅଭିଯୋଗ କରିଛି। ଗତ ୧ ସପ୍ତାହ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଉଥିବା ଜଘନ୍ୟ ଅପରାଧ ଓ ହତ୍ୟାକାଣ୍ଡ ଆଗରୁ କେବେ ଦେଖିବାକୁ ମିଳିନଥିଲା। ବିଜେପି ସରକାରକୁ ଆସିଲା ପରେ ଆଜି ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି ବୋଲି ଦଳ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।

ଗୁରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ଶାନ୍ତିପ୍ରିୟ ଓଡ଼ିଶାରେ ପ୍ରତ୍ୟେକ ଦିନ ଘଟୁଥିବା ହିଂସାକାଣ୍ଡ ପାଇଁ ରାଜ୍ୟବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ହିଞ୍ଜିଳିରେ ସ୍ପଷ୍ଟ ଦିବାଲୋକରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା ପରେ କଣାସରେ ଜଣେ ଯୁବକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ସମସ୍ତଙ୍କୁ ବିଚଳିତ କରିଛି। ଏହି ସମୟରେ ଆଜିର ଘଟଣା ପୁଲିସ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ତୁଟିଯାଇଛି ବୋଲି ଲେନିନ୍‌ କହିଛନ୍ତି ।

ମୁଖପାତ୍ର ତୁମ୍ୱନାଥ ପଣ୍ଡା କହିଥିଲେ ଯେ ପ୍ରଚାର ସର୍ବସ୍ୱ ସରକାର ଆଇନର ଶାସନ ପ୍ରତି ସମ୍ପୂର୍ଣ୍ଣ ସମ୍ୱେଦନହୀନ ହୋଇପଡ଼ିଥିବାର ଫଳ ପ୍ରତିଦିନ ରାଜ୍ୟବାସୀ ଭୋଗୁଛନ୍ତି । ସରକାରଙ୍କ ଅପାରଗତା ଲାଗି ରାଜ୍ୟରେ ଉଦବେଗଜନକ ଭାବେ ହିଂସାକାଣ୍ଡ ବୃଦ୍ଧି ପାଉଛି । ବିଭତ୍ସ ଘଟଣାମାନ ଘଟିଲା ପରେ ସରକାରଙ୍କ ନିଦ ଭାଙ୍ଗୁଛି ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସରକାର କହୁଛନ୍ତି। କିନ୍ତୁ ଅପରାଧ ନିରାକରଣ ପାଇଁ କୌଣସି ପଦକ୍ଷେପ ସରକାର ନେଉନାହାନ୍ତି। ଏଭଳି ପରିସ୍ଥିତି ଲାଗି ରହିଲେ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟିଯିବ। ନେଡି ଗୁଡ଼ କହୁଣୀକୁ ବୋହି ଯିବା ପୂର୍ବରୁ ଡବଲ ଇଞ୍ଜିନ ସରକାର ହିଂସାକାଣ୍ଡ ରୋକିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର