ଜୁନ୍‌ରେ ଗଠନ ହେବ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ କମିଟି: ୩୦ ଛୁଇଁବ ଓଡ଼ିଶାର ସଂସଦୀୟ କ୍ଷେତ୍ର, ୨୧୦ ହେବ ବିଧାନସଭା ଆସନ

Madhusudan Das Picture
Published On

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ମାସରୁ ଦେଶରେ ଜନଗଣନା କାର୍ଯ୍ୟ ବିଧିବଦ୍ଧ ଆରମ୍ଭ ହେବ । ଏହି ଜନଗଣନା କାର୍ଯ୍ୟ କେବେ ସରିବ ଓ କେତେଦିନ ଚାଲିବ ତାହାର ନିଶ୍ଚିତତା ନାହିଁ । ତେଣୁ ଜନଗଣନା ରିପୋର୍ଟକୁ ଅପେକ୍ଷା ନ କରି ଆସନ୍ତା ୨୦୨୯ରେ ଦେଶରେ ପ୍ରସ୍ତାବିତ ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ କେନ୍ଦ୍ର ସରକାର  ଆରମ୍ଭ କରିଛନ୍ତି  ପ୍ରସ୍ତୁତି । ୨୦୧୧ରେ ବିଭିନ୍ନ ରାଜ୍ୟରେ ରହିଥିବା ବିଧାନସଭା ଓ ଲୋକସଭା ଆସନ ସଂଖ୍ୟା ୫୦% ବୃଦ୍ଧି ପାଇଁ କେନ୍ଦ୍ର ସରକାର ଆପାତତଃ ଏକ ନକ୍ସା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଆସନ୍ତା ଜୁନ୍‌ ମାସରୁ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ସମ୍ବିଧାନ ସଂଶୋଧନ କରାଯାଇ ସୀମା ନିର୍ଦ୍ଧାରଣ ନିମନ୍ତେ କମିଶନ ଗଠନ କରାଯିବ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ଯୋଜନା। 

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

 ବିଶ୍ୱସ୍ତ ସୂତ୍ରରୁ ସୂଚନା ଅନୁସାରେ ସଂସଦର ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ କମିଶନ ଆଇନରେ ସଂଶୋଧନ ପ୍ରସ୍ତାବ ଆଣିବେ। ଅନୁରୂପ ଭାବେ ୨୦୨୯ରୁ କାର୍ଯ୍ୟକାରୀ ହେବାକୁଥିବା ମହିଳା ସଂରକ୍ଷଣ ଆଇନରେ ମଧ୍ୟ ସଂଶୋଧନ ପ୍ରସ୍ତାବ ଆସିବ ।  ପ୍ରତ୍ୟେକ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନରେ ହାରାହାରି ୫୦% ବୃଦ୍ଧି କରାଯିବ ଏବଂ ସ୍ଥଳ ବିଶେଷରେ ୧୦% ଆସନ ଏପଟସେପଟ ହୋଇପାରେ। ଏହାଦ୍ୱାରା ଜନସଂଖ୍ୟା ହ୍ରାସ ବୃଦ୍ଧି ଯୋଗୁଁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଆସନ ସଂଖ୍ୟା  ହ୍ରାସ ନେଇ ଉପୁଜିଥିବା ଆଶଙ୍କା ଦୂର ହେବ ଏବଂ ୫୦% ଆସନ ବୃଦ୍ଧି ନୀତି ସାରା ଦେଶରେ କାର୍ଯ୍ୟକାରୀ ହେବ। ପୁନଶ୍ଚ ଲୋକସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଜନଗଣନା ସହ ସଂଯୋଗ କରାଯିବ ନାହିଁ । ମାତ୍ର ମହିଳାମାନଙ୍କ ପାଇଁ ଉଭୟ ଲୋକସଭା ଓ ବିଧାନସଭାରେ ୩୩% ସଂରକ୍ଷଣ ରହିବ। ଅନୁରୂପ ଭାବରେ ସଂରକ୍ଷିତ ବର୍ଗ ନିମନ୍ତେ ଆସନ ମଧ୍ୟରେ ମହିଳାଙ୍କ ପାଇଁ ସଂରକ୍ଷଣକୁ ନିଶ୍ଚିତ କରାଯିବ, ଅର୍ଥାତ୍‌ ଅନୁସୂଚୀତ ଜାତି ଓ ଜନଜାତି ଆସନରୁ ୩୩% ଆସନ ସେହି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷଣ କରାଯିବ। ତେବେ କେଉଁ ରାଜ୍ୟରେ କେଉଁ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହେବ ସେଥିପାଇଁ ଲଟେରୀ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।  

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

 ସଂସଦୀୟ ଓ ବିଧାନସଭା କ୍ଷେତ୍ର ପୁନଃନିର୍ଦ୍ଧାରଣ ସ॥େତ୍ତ୍ବ ଜନଗଣନା ଜାରି ରହିବ ବୋଲି ମଧ୍ୟ ଯୋଜନା କରାଯାଇଛି। ଏହି ପରିପ୍ରେକ୍ଷୀରେ ସୀମା ନିର୍ଦ୍ଧାରଣ କମିଶନ ଆଇନ ଓ ମହିଳା ସଂରକ୍ଷଣ ଆଇନର ସଂଶୋଧନ ଆବଶ୍ୟକ ଥିବାରୁ ତାହାକୁ ଚଳିତ ଅଧିବେଶନରେ ଗୃହରେ ପାରିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି ବିଧେୟକ ସଂସଦରେ ଗୃହୀତ ହେବା ପରେ ଜୁନ୍‌ ମାସରୁ ସୀମା ନିର୍ଦ୍ଧାରଣ କମିଶନ ଗଠନ ସହ ଲୋକସଭା ଓ ବିଧାନସଭା ଆସନର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ଲୋକସଭା ଆସନ ୧୪୭ରୁ ବୃଦ୍ଧି ପାଇ ୨୧୦ରୁ ୨୨୧ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ସେହିପରି ସଂସଦୀୟ କ୍ଷେତ୍ରଗୁଡ଼ିକର ସଂଖ୍ୟା ୨୧ରୁ ୩୧କୁ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ସେହିପରି ମହିଳାମାନଙ୍କ ପାଇଁ ବିଧାନସଭାରେ ଅନ୍ୟୂନ ୭୦ଟି ଓ ଲୋକସଭାରେ ଅନ୍ୟୂନ ୧୦ଟି ଆସନ ସଂରକ୍ଷିତ ହେବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଜଣେ ଭକ୍ତଙ୍କ ମୃତ୍ୟୁ: ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

24 Mar 2026 By Madhusudan Das

ଜୁନ୍‌ରେ ଗଠନ ହେବ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ କମିଟି: ୩୦ ଛୁଇଁବ ଓଡ଼ିଶାର ସଂସଦୀୟ କ୍ଷେତ୍ର, ୨୧୦ ହେବ ବିଧାନସଭା ଆସନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ମାସରୁ ଦେଶରେ ଜନଗଣନା କାର୍ଯ୍ୟ ବିଧିବଦ୍ଧ ଆରମ୍ଭ ହେବ । ଏହି ଜନଗଣନା କାର୍ଯ୍ୟ କେବେ ସରିବ ଓ କେତେଦିନ ଚାଲିବ ତାହାର ନିଶ୍ଚିତତା ନାହିଁ । ତେଣୁ ଜନଗଣନା ରିପୋର୍ଟକୁ ଅପେକ୍ଷା ନ କରି ଆସନ୍ତା ୨୦୨୯ରେ ଦେଶରେ ପ୍ରସ୍ତାବିତ ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ କେନ୍ଦ୍ର ସରକାର  ଆରମ୍ଭ କରିଛନ୍ତି  ପ୍ରସ୍ତୁତି । ୨୦୧୧ରେ ବିଭିନ୍ନ ରାଜ୍ୟରେ ରହିଥିବା ବିଧାନସଭା ଓ ଲୋକସଭା ଆସନ ସଂଖ୍ୟା ୫୦% ବୃଦ୍ଧି ପାଇଁ କେନ୍ଦ୍ର ସରକାର ଆପାତତଃ ଏକ ନକ୍ସା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଆସନ୍ତା ଜୁନ୍‌ ମାସରୁ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ସମ୍ବିଧାନ ସଂଶୋଧନ କରାଯାଇ ସୀମା ନିର୍ଦ୍ଧାରଣ ନିମନ୍ତେ କମିଶନ ଗଠନ କରାଯିବ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ଯୋଜନା। 

 ବିଶ୍ୱସ୍ତ ସୂତ୍ରରୁ ସୂଚନା ଅନୁସାରେ ସଂସଦର ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ କମିଶନ ଆଇନରେ ସଂଶୋଧନ ପ୍ରସ୍ତାବ ଆଣିବେ। ଅନୁରୂପ ଭାବେ ୨୦୨୯ରୁ କାର୍ଯ୍ୟକାରୀ ହେବାକୁଥିବା ମହିଳା ସଂରକ୍ଷଣ ଆଇନରେ ମଧ୍ୟ ସଂଶୋଧନ ପ୍ରସ୍ତାବ ଆସିବ ।  ପ୍ରତ୍ୟେକ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନରେ ହାରାହାରି ୫୦% ବୃଦ୍ଧି କରାଯିବ ଏବଂ ସ୍ଥଳ ବିଶେଷରେ ୧୦% ଆସନ ଏପଟସେପଟ ହୋଇପାରେ। ଏହାଦ୍ୱାରା ଜନସଂଖ୍ୟା ହ୍ରାସ ବୃଦ୍ଧି ଯୋଗୁଁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଆସନ ସଂଖ୍ୟା  ହ୍ରାସ ନେଇ ଉପୁଜିଥିବା ଆଶଙ୍କା ଦୂର ହେବ ଏବଂ ୫୦% ଆସନ ବୃଦ୍ଧି ନୀତି ସାରା ଦେଶରେ କାର୍ଯ୍ୟକାରୀ ହେବ। ପୁନଶ୍ଚ ଲୋକସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଜନଗଣନା ସହ ସଂଯୋଗ କରାଯିବ ନାହିଁ । ମାତ୍ର ମହିଳାମାନଙ୍କ ପାଇଁ ଉଭୟ ଲୋକସଭା ଓ ବିଧାନସଭାରେ ୩୩% ସଂରକ୍ଷଣ ରହିବ। ଅନୁରୂପ ଭାବରେ ସଂରକ୍ଷିତ ବର୍ଗ ନିମନ୍ତେ ଆସନ ମଧ୍ୟରେ ମହିଳାଙ୍କ ପାଇଁ ସଂରକ୍ଷଣକୁ ନିଶ୍ଚିତ କରାଯିବ, ଅର୍ଥାତ୍‌ ଅନୁସୂଚୀତ ଜାତି ଓ ଜନଜାତି ଆସନରୁ ୩୩% ଆସନ ସେହି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷଣ କରାଯିବ। ତେବେ କେଉଁ ରାଜ୍ୟରେ କେଉଁ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହେବ ସେଥିପାଇଁ ଲଟେରୀ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।  

 ସଂସଦୀୟ ଓ ବିଧାନସଭା କ୍ଷେତ୍ର ପୁନଃନିର୍ଦ୍ଧାରଣ ସ॥େତ୍ତ୍ବ ଜନଗଣନା ଜାରି ରହିବ ବୋଲି ମଧ୍ୟ ଯୋଜନା କରାଯାଇଛି। ଏହି ପରିପ୍ରେକ୍ଷୀରେ ସୀମା ନିର୍ଦ୍ଧାରଣ କମିଶନ ଆଇନ ଓ ମହିଳା ସଂରକ୍ଷଣ ଆଇନର ସଂଶୋଧନ ଆବଶ୍ୟକ ଥିବାରୁ ତାହାକୁ ଚଳିତ ଅଧିବେଶନରେ ଗୃହରେ ପାରିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି ବିଧେୟକ ସଂସଦରେ ଗୃହୀତ ହେବା ପରେ ଜୁନ୍‌ ମାସରୁ ସୀମା ନିର୍ଦ୍ଧାରଣ କମିଶନ ଗଠନ ସହ ଲୋକସଭା ଓ ବିଧାନସଭା ଆସନର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ଲୋକସଭା ଆସନ ୧୪୭ରୁ ବୃଦ୍ଧି ପାଇ ୨୧୦ରୁ ୨୨୧ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ସେହିପରି ସଂସଦୀୟ କ୍ଷେତ୍ରଗୁଡ଼ିକର ସଂଖ୍ୟା ୨୧ରୁ ୩୧କୁ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ସେହିପରି ମହିଳାମାନଙ୍କ ପାଇଁ ବିଧାନସଭାରେ ଅନ୍ୟୂନ ୭୦ଟି ଓ ଲୋକସଭାରେ ଅନ୍ୟୂନ ୧୦ଟି ଆସନ ସଂରକ୍ଷିତ ହେବାର ସମ୍ଭାବନା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର