ସିଏଚଏସଇ ପକ୍ଷରୁ ରିଚେକିଂ ପାଇଁ ପ୍ରକ୍ରିୟା ଆରମ୍ଭ, ସେପ୍ଟେମ୍ୱର ୧୨ ଯାଏଁ ହେବ ଆବେଦନ

The Sakala Picture
Published On

ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ‘ରି-ଚେକିଂ’ ଓ ‘ରି-ଆଡିସନ୍‍’ ପ୍ରକ୍ରିୟା ପାଇଁ ଆବେଦନ ଆସନ୍ତା ସେପ୍ଟେମ୍ବର ୧୨ ଯାଏଁ ଚାଲିବ। ସିଏଚଏସଇ ଦ୍ୱାରା ଦିଆଯାଇଥିବା ମାର୍କ କୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୨ ତାରିଖ ଯାଏଁ ଆବେଦନ କରିପାରିବେ। ତେବେ କପି କରି ଏମପି ହୋଇଥିବା ପିଲା ଏଥିଲାଗି ଆବେଦନ କରିପାରିବେ ନାହିଁ। ଶୁକ୍ରବାର କାଉନସିଲ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି […]

ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ‘ରି-ଚେକିଂ’ ଓ ‘ରି-ଆଡିସନ୍‍’ ପ୍ରକ୍ରିୟା ପାଇଁ ଆବେଦନ ଆସନ୍ତା ସେପ୍ଟେମ୍ବର ୧୨ ଯାଏଁ ଚାଲିବ। ସିଏଚଏସଇ ଦ୍ୱାରା ଦିଆଯାଇଥିବା ମାର୍କ କୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୨ ତାରିଖ ଯାଏଁ ଆବେଦନ କରିପାରିବେ। ତେବେ କପି କରି ଏମପି ହୋଇଥିବା ପିଲା ଏଥିଲାଗି ଆବେଦନ କରିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଶୁକ୍ରବାର କାଉନସିଲ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁ ଛାତ୍ରଛାତ୍ରୀମାନେ ରି-ଚେକିଂ ବା ରି-ଆଡିସନ ଲାଗି ଫି’ ପୈଠ କରି ଆବେଦନ କରିଥିବେ ସେମାନଙ୍କ ମୋବାଇଲ କିମ୍ବା ଇମେଲ ଆଇଡିକୁ ଆନସର ବୁକ ଓ କେଉ ପ୍ରଶ୍ନ ଲାଗି କେତେ ନମ୍ୱର ଦିଆଯାଇଛି ତାର ଏକ ଲିଙ୍କ ପ୍ରଦାନ କରାଯିବ। ଏହି ଲିଙ୍କ୍‍ ସେପ୍ଟେମ୍ୱର ୮ ତାରିଖରୁ ୧୯ ତାରିଖ ମଧ୍ୟରେ ପଠାଯିବ ବୋଲି ସିଏଚଏସଇ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର