ପୁଲିସ ଗାଡ଼ି ଭିଡ଼ିନେଲା ଫାଇନାନ୍ସ ସଂସ୍ଥା, ଅଭିଯୁକ୍ତ ଧରିବାକୁ ଆସି ଫସିଲା ବାଲେଶ୍ବର ପୁଲିସ

The Sakala Picture
Published On

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବା ପାଇଁ ରାଜଧାନୀକୁ ଆସିଥିଲା ବାଲେଶ୍ବର ସହଦେବଖୁଣ୍ଟା ପୁଲିସ। ହେଲେ ବାଟରେ ଜଗିଥିବା ଫାଇନାନ୍ସ ସଂସ୍ଥା ଗାଡ଼ି ଭିଡିନେଇଥିଲା। ବାଲେଶ୍ବର ପୁଲିସ ବଡ଼ ହଟହଟା ହେବା ସହ ଖଣ୍ଡଗିରି ପୁଲିସ ସହାୟତାରେ ଅଭିଯୁକ୍ତକୁ ଧରିଥିବା ସୂଚନା ମିଳିଛି। ଥାନାରେ ଗାଡ଼ି ଲଗାଇଥିବା ମାଲିକ କିସ୍ତି ବାକି ରଖିଥିବାରୁ ଫାଇନାନ୍ସ ସଂସ୍ଥା ସମ୍ପୃକ୍ତ ଗାଡ଼ିକୁ ଭିଡ଼ିନେଇଥିବା ସୂଚନା ମିଳିଛି। ବାଲେଶ୍ୱରର ସହଦେବଖୁଣ୍ଟା ଥାନାରେ ପଞ୍ଜୀକୃତ ଏକ ଅପରାଧ ମାମଲାର ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ପୁଲିସ […]

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବା ପାଇଁ ରାଜଧାନୀକୁ ଆସିଥିଲା ବାଲେଶ୍ବର ସହଦେବଖୁଣ୍ଟା ପୁଲିସ। ହେଲେ ବାଟରେ ଜଗିଥିବା ଫାଇନାନ୍ସ ସଂସ୍ଥା ଗାଡ଼ି ଭିଡିନେଇଥିଲା। ବାଲେଶ୍ବର ପୁଲିସ ବଡ଼ ହଟହଟା ହେବା ସହ ଖଣ୍ଡଗିରି ପୁଲିସ ସହାୟତାରେ ଅଭିଯୁକ୍ତକୁ ଧରିଥିବା ସୂଚନା ମିଳିଛି। ଥାନାରେ ଗାଡ଼ି ଲଗାଇଥିବା ମାଲିକ କିସ୍ତି ବାକି ରଖିଥିବାରୁ ଫାଇନାନ୍ସ ସଂସ୍ଥା ସମ୍ପୃକ୍ତ ଗାଡ଼ିକୁ ଭିଡ଼ିନେଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ବାଲେଶ୍ୱରର ସହଦେବଖୁଣ୍ଟା ଥାନାରେ ପଞ୍ଜୀକୃତ ଏକ ଅପରାଧ ମାମଲାର ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଯୁବକକୁ ଧରିବା ଲାଗି ସହଦେବଖୁଣ୍ଟା ଥାନା ପୁଲିସ ଖଣ୍ଡଗିରି ପୁଲିସର ସହାୟତା ନେଇଥିେଲେ। ଆଜି ଅପରାହ୍ଣରେ ଅଭିଯୁକ୍ତକୁ ଧରିବା ଲାଗି ସହଦେବଖୁଣ୍ଟା ଥାନା ପୁଲିସ ୨ଜଣିଆ ଟିମ୍‍ ଭୁବେନଶ୍ୱରକୁ ଆସୁଥିଲେ। କିନ୍ତୁ ବାଣୀବିହାର ଛକରୁ ଏକ ଫାଇନାନ୍ସ ସଂସ୍ଥାର କର୍ମଚାରୀ ପୁଲିସ ଗାଡ଼ିର ପିଛା କରିଥିଲେ। ପୁଲିସ ଯେପରି ଅଭିଯୁକ୍ତଙ୍କୁ ଧରିବା ଲାଗି ତତ୍ପର ଥିଲେ; ସେମିତି ଫାଇନାନ୍ସ ସଂସ୍ଥା ପୁଲିସ ଗାଡ଼ିକୁ ଧରିବା ଲାଗି ଗୋଡାଇଥିଲେ। ବାଣୀବିହାରରୁ ଖଣ୍ଡଗିରି ଛକ ଯାଏଁ ପୁଲିସ ଗାଡ଼ିକୁ ଫାଇନାନ୍ସ ସଂସ୍ଥାର କର୍ମଚାରୀ ପିଛା କରିଥିଲା। ଶେଷରେ ଖଣ୍ଡଗିରି ଛକରେ ପୁଲିସ ଗାଡ଼ିକୁ କର୍ମଚାରୀମାନେ ଅଟକାଇଥିଲେ। ସେଠାରେ ପୁଲିସ ଓ ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଶେଷରେ ଗାଡ଼ିକୁ ଖଣ୍ଡଗିରି ଥାନା ପୁଲିସ ହେପାଜତକୁ ନେଇଥିଲା। ମାତ୍ର ପୁଲିସ ଗାଡ଼ିକୁ କାହିଁକି ଧରିଛି ବୁଝିଲା ପରେ ଘଟଣା ପଦାକୁ ଆସିଥିଲା। ପୁଲିସ ବ୍ୟବହାର କରୁଥିବା ଗାଡ଼ି ଉପରେ ୧୧ମାସର କିସ୍ତି ବାକି ଅଛି। ମାତ୍ର କିସ୍ତି ଟଙ୍କା ବାକି ଥିବାରୁ ବାରମ୍ବାର ଥାନାକୁ ଜଣାଇବା ସହ ଗାଡ଼ି ମାଲିକଙ୍କୁ ଫାଇନାନ୍ସ କର୍ମଚାରୀ ଜଣାଇଥିଲେ। କିନ୍ତୁ କୌଣସି ସଫଳ ମିଳିନଥିଲା। ଶେଷରେ ଆଜି ପୁଲିସ ଉକ୍ତ ଗାଡ଼ିକୁ ନେଇ ଚଢ଼ଉ କରିବା ଲାଗି ଆସିଥିବା ବେଳେ ରାସ୍ତାରୁ ଫାଇନାନ୍ସ ସଂସ୍ଥା ଗାଡ଼ିକୁ ଧରିଥିଲା। ଏମିତି ଖଣ୍ଡଗିରି ଥାନା ଭିତରେ ୨ଘଣ୍ଟା ଡ୍ରାମା ଚାଲିଲା। ଶେଷରେ ଖଣ୍ଡଗିରି ପୁଲିସ ସହାୟତାରେ ସହଦେବଖୁଣ୍ଟା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଅନ୍ୟ ଏକଗାଡ଼ିରେ ଅଭିଯୁକ୍ତକୁ ନେଇ ସହଦେବଖୁଣ୍ଟାକୁ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ରାଜଧାନୀରେ କୌତୁହଳ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

18 Mar 2021 By The Sakala

ପୁଲିସ ଗାଡ଼ି ଭିଡ଼ିନେଲା ଫାଇନାନ୍ସ ସଂସ୍ଥା, ଅଭିଯୁକ୍ତ ଧରିବାକୁ ଆସି ଫସିଲା ବାଲେଶ୍ବର ପୁଲିସ

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବା ପାଇଁ ରାଜଧାନୀକୁ ଆସିଥିଲା ବାଲେଶ୍ବର ସହଦେବଖୁଣ୍ଟା ପୁଲିସ। ହେଲେ ବାଟରେ ଜଗିଥିବା ଫାଇନାନ୍ସ ସଂସ୍ଥା ଗାଡ଼ି ଭିଡିନେଇଥିଲା। ବାଲେଶ୍ବର ପୁଲିସ ବଡ଼ ହଟହଟା ହେବା ସହ ଖଣ୍ଡଗିରି ପୁଲିସ ସହାୟତାରେ ଅଭିଯୁକ୍ତକୁ ଧରିଥିବା ସୂଚନା ମିଳିଛି। ଥାନାରେ ଗାଡ଼ି ଲଗାଇଥିବା ମାଲିକ କିସ୍ତି ବାକି ରଖିଥିବାରୁ ଫାଇନାନ୍ସ ସଂସ୍ଥା ସମ୍ପୃକ୍ତ ଗାଡ଼ିକୁ ଭିଡ଼ିନେଇଥିବା ସୂଚନା ମିଳିଛି।

ବାଲେଶ୍ୱରର ସହଦେବଖୁଣ୍ଟା ଥାନାରେ ପଞ୍ଜୀକୃତ ଏକ ଅପରାଧ ମାମଲାର ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଯୁବକକୁ ଧରିବା ଲାଗି ସହଦେବଖୁଣ୍ଟା ଥାନା ପୁଲିସ ଖଣ୍ଡଗିରି ପୁଲିସର ସହାୟତା ନେଇଥିେଲେ। ଆଜି ଅପରାହ୍ଣରେ ଅଭିଯୁକ୍ତକୁ ଧରିବା ଲାଗି ସହଦେବଖୁଣ୍ଟା ଥାନା ପୁଲିସ ୨ଜଣିଆ ଟିମ୍‍ ଭୁବେନଶ୍ୱରକୁ ଆସୁଥିଲେ। କିନ୍ତୁ ବାଣୀବିହାର ଛକରୁ ଏକ ଫାଇନାନ୍ସ ସଂସ୍ଥାର କର୍ମଚାରୀ ପୁଲିସ ଗାଡ଼ିର ପିଛା କରିଥିଲେ। ପୁଲିସ ଯେପରି ଅଭିଯୁକ୍ତଙ୍କୁ ଧରିବା ଲାଗି ତତ୍ପର ଥିଲେ; ସେମିତି ଫାଇନାନ୍ସ ସଂସ୍ଥା ପୁଲିସ ଗାଡ଼ିକୁ ଧରିବା ଲାଗି ଗୋଡାଇଥିଲେ। ବାଣୀବିହାରରୁ ଖଣ୍ଡଗିରି ଛକ ଯାଏଁ ପୁଲିସ ଗାଡ଼ିକୁ ଫାଇନାନ୍ସ ସଂସ୍ଥାର କର୍ମଚାରୀ ପିଛା କରିଥିଲା। ଶେଷରେ ଖଣ୍ଡଗିରି ଛକରେ ପୁଲିସ ଗାଡ଼ିକୁ କର୍ମଚାରୀମାନେ ଅଟକାଇଥିଲେ। ସେଠାରେ ପୁଲିସ ଓ ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଶେଷରେ ଗାଡ଼ିକୁ ଖଣ୍ଡଗିରି ଥାନା ପୁଲିସ ହେପାଜତକୁ ନେଇଥିଲା। ମାତ୍ର ପୁଲିସ ଗାଡ଼ିକୁ କାହିଁକି ଧରିଛି ବୁଝିଲା ପରେ ଘଟଣା ପଦାକୁ ଆସିଥିଲା। ପୁଲିସ ବ୍ୟବହାର କରୁଥିବା ଗାଡ଼ି ଉପରେ ୧୧ମାସର କିସ୍ତି ବାକି ଅଛି। ମାତ୍ର କିସ୍ତି ଟଙ୍କା ବାକି ଥିବାରୁ ବାରମ୍ବାର ଥାନାକୁ ଜଣାଇବା ସହ ଗାଡ଼ି ମାଲିକଙ୍କୁ ଫାଇନାନ୍ସ କର୍ମଚାରୀ ଜଣାଇଥିଲେ। କିନ୍ତୁ କୌଣସି ସଫଳ ମିଳିନଥିଲା। ଶେଷରେ ଆଜି ପୁଲିସ ଉକ୍ତ ଗାଡ଼ିକୁ ନେଇ ଚଢ଼ଉ କରିବା ଲାଗି ଆସିଥିବା ବେଳେ ରାସ୍ତାରୁ ଫାଇନାନ୍ସ ସଂସ୍ଥା ଗାଡ଼ିକୁ ଧରିଥିଲା। ଏମିତି ଖଣ୍ଡଗିରି ଥାନା ଭିତରେ ୨ଘଣ୍ଟା ଡ୍ରାମା ଚାଲିଲା। ଶେଷରେ ଖଣ୍ଡଗିରି ପୁଲିସ ସହାୟତାରେ ସହଦେବଖୁଣ୍ଟା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଅନ୍ୟ ଏକଗାଡ଼ିରେ ଅଭିଯୁକ୍ତକୁ ନେଇ ସହଦେବଖୁଣ୍ଟାକୁ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ରାଜଧାନୀରେ କୌତୁହଳ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର