ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଗାଡ଼ି ଆଗକୁ ଆସି ଅଟକାଇବାରୁ ଗଣ୍ଡଗୋଳ, ଯାତ୍ରୀଙ୍କୁ ପିଟିଲେ ‘ମୋ ବସ୍‍’ କର୍ମଚାରୀ

The Sakala Picture
Published On

ଭୁବନେଶ୍ୱର : ‘ମୋ ବସ୍‍’ ସମ୍ମୁଖକୁ ଆସି ଅଟକାଇବାକୁ ଚେଷ୍ଟା କରିବାରୁ ଜଣେ ଯାତ୍ରୀଙ୍କୁ ବସ୍‍ର ଡ୍ରାଇଭର୍‍ ଓ ହେଲ୍‍ପର୍‍ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରେ ଗାଡ଼ିମଟର ଅଟକି ରହିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଖାରବେଳ ନଗର ଥାନା ଅଞ୍ଚଳରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଡ଼ ଖାଉଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ରୁଟ୍‍ ନମ୍ୱର ୧୧ବସ୍‍କୁ ଥାନାକୁ […]

ଭୁବନେଶ୍ୱର : ‘ମୋ ବସ୍‍’ ସମ୍ମୁଖକୁ ଆସି ଅଟକାଇବାକୁ ଚେଷ୍ଟା କରିବାରୁ ଜଣେ ଯାତ୍ରୀଙ୍କୁ ବସ୍‍ର ଡ୍ରାଇଭର୍‍ ଓ ହେଲ୍‍ପର୍‍ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରେ ଗାଡ଼ିମଟର ଅଟକି ରହିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଖାରବେଳ ନଗର ଥାନା ଅଞ୍ଚଳରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଡ଼ ଖାଉଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ରୁଟ୍‍ ନମ୍ୱର ୧୧ବସ୍‍କୁ ଥାନାକୁ ଆଣିଥିଲା। ଫଳରେ ବସ୍‍ରେ ଥିବା ଯାତ୍ରୀମାନେ ହଇରାଣ ହେବା ସହ ଅନ୍ୟ ବସ୍‍ରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଅଭିଯୋଗକାରୀ ସତ୍ୟବର୍ଦ୍ଧନ ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କର ରୋଗିଣା ମା’ଙ୍କ ସହ ଛତିଶଗଡ଼ରୁ ଟ୍ରେନ୍‍ ଯୋଗେ ଫେରି ନନ୍ଦନକାନନ ଯିବା ପାଇଁ ମାଷ୍ଟରକ୍ୟାଣ୍ଟିନ୍‍ ନିକଟରେ ବସ୍‍କୁ ଅପେକ୍ଷା କରିଥିଲେ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ରାତି ହେବାରୁ ଶେଷ ଗାଡ଼ି ବୋଲି ଭାବି ରୁଟ୍‍ ନମ୍ୱର ୧୧ ‘ମୋ ବସ୍‍’କୁ ତନିସ୍କ ସୋରୁମ ପାଖରେ ଅଟକାଇଥିଲେ। ତେବେ ବସ୍‍ଟି ନ ଅଟକିବାରୁ ସେ ଗାଡ଼ିର ଆଗକୁ ଯାଇ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ବସ୍‍ଟି ବେଗ କମାଇବା ସହ ତାଙ୍କ ଉପରକୁ ଚଢ଼ାଇଦେବାକୁ ଉଦ୍ୟମ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଫଳରେ ସେ ଜୀବନ ବଞ୍ଚାଇବାକୁ ଗାଡ଼ିର ଆଗ କାଚକୁ ଠେଲି ଉଠିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ବସ୍‍ର କାଚଟି ଫାଟି ଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବସ୍‍ ଡ୍ରାଇଭର୍‍ ଓ ହେଲପର୍‍ ସହ ପଛରେ ଆସୁଥିବା କିଛି ‘ମୋ ବସ’ କର୍ମଚାରୀ ମିଶି ତାଙ୍କୁ ମାଡ଼ ମାରିଥିଲେ। ଏପରିକି ତାଙ୍କ ମା’ଙ୍କୁ ମଧ୍ୟ ଅସଦାଚରଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ‘ମୋ ବସ’ର ଡ୍ରାଇଭର୍‍ ଶତ୍ରୁଘ୍ନ ବେହେରା କହିଛନ୍ତି, ବସ୍‍ ଷ୍ଟପ୍‍ ନ ଥିବାରୁ ସେ ଗାଡ଼ି ଅଟକାଇ ନ ଥିଲେ। ତେବେ ଯାତ୍ରୀ ଜଣକ ହଠାତ ଗାଡ଼ି ଆଗକୁ ଆସି ଅଟକାଇବାକୁ ଚେଷ୍ଟା କରିବା ସହ କାଚକୁ ଭାଙ୍ଗି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ୭୬ ବର୍ଷ ବୟସରେ ପରଲୋକ

23 Jun 2022 By The Sakala

ଗାଡ଼ି ଆଗକୁ ଆସି ଅଟକାଇବାରୁ ଗଣ୍ଡଗୋଳ, ଯାତ୍ରୀଙ୍କୁ ପିଟିଲେ ‘ମୋ ବସ୍‍’ କର୍ମଚାରୀ

ଭୁବନେଶ୍ୱର : ‘ମୋ ବସ୍‍’ ସମ୍ମୁଖକୁ ଆସି ଅଟକାଇବାକୁ ଚେଷ୍ଟା କରିବାରୁ ଜଣେ ଯାତ୍ରୀଙ୍କୁ ବସ୍‍ର ଡ୍ରାଇଭର୍‍ ଓ ହେଲ୍‍ପର୍‍ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରେ ଗାଡ଼ିମଟର ଅଟକି ରହିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଖାରବେଳ ନଗର ଥାନା ଅଞ୍ଚଳରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଡ଼ ଖାଉଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ରୁଟ୍‍ ନମ୍ୱର ୧୧ବସ୍‍କୁ ଥାନାକୁ ଆଣିଥିଲା। ଫଳରେ ବସ୍‍ରେ ଥିବା ଯାତ୍ରୀମାନେ ହଇରାଣ ହେବା ସହ ଅନ୍ୟ ବସ୍‍ରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଅଭିଯୋଗକାରୀ ସତ୍ୟବର୍ଦ୍ଧନ ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କର ରୋଗିଣା ମା’ଙ୍କ ସହ ଛତିଶଗଡ଼ରୁ ଟ୍ରେନ୍‍ ଯୋଗେ ଫେରି ନନ୍ଦନକାନନ ଯିବା ପାଇଁ ମାଷ୍ଟରକ୍ୟାଣ୍ଟିନ୍‍ ନିକଟରେ ବସ୍‍କୁ ଅପେକ୍ଷା କରିଥିଲେ।

ରାତି ହେବାରୁ ଶେଷ ଗାଡ଼ି ବୋଲି ଭାବି ରୁଟ୍‍ ନମ୍ୱର ୧୧ ‘ମୋ ବସ୍‍’କୁ ତନିସ୍କ ସୋରୁମ ପାଖରେ ଅଟକାଇଥିଲେ। ତେବେ ବସ୍‍ଟି ନ ଅଟକିବାରୁ ସେ ଗାଡ଼ିର ଆଗକୁ ଯାଇ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ବସ୍‍ଟି ବେଗ କମାଇବା ସହ ତାଙ୍କ ଉପରକୁ ଚଢ଼ାଇଦେବାକୁ ଉଦ୍ୟମ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଫଳରେ ସେ ଜୀବନ ବଞ୍ଚାଇବାକୁ ଗାଡ଼ିର ଆଗ କାଚକୁ ଠେଲି ଉଠିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ବସ୍‍ର କାଚଟି ଫାଟି ଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବସ୍‍ ଡ୍ରାଇଭର୍‍ ଓ ହେଲପର୍‍ ସହ ପଛରେ ଆସୁଥିବା କିଛି ‘ମୋ ବସ’ କର୍ମଚାରୀ ମିଶି ତାଙ୍କୁ ମାଡ଼ ମାରିଥିଲେ। ଏପରିକି ତାଙ୍କ ମା’ଙ୍କୁ ମଧ୍ୟ ଅସଦାଚରଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ‘ମୋ ବସ’ର ଡ୍ରାଇଭର୍‍ ଶତ୍ରୁଘ୍ନ ବେହେରା କହିଛନ୍ତି, ବସ୍‍ ଷ୍ଟପ୍‍ ନ ଥିବାରୁ ସେ ଗାଡ଼ି ଅଟକାଇ ନ ଥିଲେ। ତେବେ ଯାତ୍ରୀ ଜଣକ ହଠାତ ଗାଡ଼ି ଆଗକୁ ଆସି ଅଟକାଇବାକୁ ଚେଷ୍ଟା କରିବା ସହ କାଚକୁ ଭାଙ୍ଗି ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର