ରାଜ୍ଯରେ ଟେଷ୍ଟିିଂ ହାର ବଢିଥିବା ବେଳେ କମିଛି କରୋନା ଆକ୍ରାନ୍ତକ ସଂଖ୍ୟା – ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଗତ ୩ ମାସରେ କୋଭିଡ କେସ କମି କମି ଆସିଛି। ଓଡିଶାରେ ୫ରୁ ୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଏବେ ସୁଦ୍ଧା କୋଭିଡ କେସ ସମାନ ସ୍ଥିତିରେ ରହିଛି। ଜାତୀୟ ସ୍ତରରୁ ଅଧିକ କୋଭିଡ ଟେଷ୍ଟ ହେଉଛି ଓଡ଼ିଶାରେ। ଓଡ଼ିଶାରେ ପଜିଟିଭ ହାର .୦୪ % , ଜାତୀୟ ସ୍ତରରେ .୦୩ ପ୍ରତିଶତ ରହିଛି। ସେଥିପାଇଁ ଓଡ଼ିଶାରେ କୋଭିଡ କଟକଣା ହାଇଟାଇ […]

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଗତ ୩ ମାସରେ କୋଭିଡ କେସ କମି କମି ଆସିଛି। ଓଡିଶାରେ ୫ରୁ ୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଏବେ ସୁଦ୍ଧା କୋଭିଡ କେସ ସମାନ ସ୍ଥିତିରେ ରହିଛି। ଜାତୀୟ ସ୍ତରରୁ ଅଧିକ କୋଭିଡ ଟେଷ୍ଟ ହେଉଛି ଓଡ଼ିଶାରେ। ଓଡ଼ିଶାରେ ପଜିଟିଭ ହାର .୦୪ % , ଜାତୀୟ ସ୍ତରରେ .୦୩ ପ୍ରତିଶତ ରହିଛି। ସେଥିପାଇଁ ଓଡ଼ିଶାରେ କୋଭିଡ କଟକଣା ହାଇଟାଇ ଦିଆଯାଇଛି। ହସପିଟାଲରେ କୋଭିଡ ପାଇଁ ସମସ୍ତ ସରଞ୍ଜାମ ମହଜୁଦ ରହିଛି। କୋଭିଡ ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀ ବି ସଜାଗ ଅଛନ୍ତି। ଚୀନ ଭ୍ଯାରିଆଣ୍ଟ କୁହା ଯାଉଥିବା BF.7  ଗତ ୩ରୁ ୪ ମାସ ଧରି ଅଛି। BF.7 ଭ୍ୟାରିଆଣ୍ଟ ପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ  ବୋଲି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଗହଳି ସ୍ଥାନକୁ ଯାଉଛନ୍ତି ତାହାଲେ ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ । ଆମ ରାଜ୍ୟରେ ୯୦ ପ୍ରତିଶତରୁ ଅଧିକା ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । କରୋନା ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର