ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନକୁ ମିଳିଲା ବୋର୍ଡ଼ର ଅନୁମୋଦନ

The Sakala Picture
Published On

ଭୁବନେଶ୍ୱର : ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନକୁ ମିଳିଲା ବୋର୍ଡ଼ର ଅନୁମୋଦନ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାକୁ ମୂଲ୍ୟାୟନ ବେଳେ ପ୍ରାଧାନ୍ୟ ଦିଆଯିବ। ନବମ ଓ ଦଶମ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାକୁ ମୂଲ୍ୟାୟନରେ ପ୍ରାଧାନ୍ୟ ଦିଆଯିବ। ଏଥିସହ ମୂଲ୍ୟାୟନ ବେଳେ ନବମର ୪୦ ପ୍ରତିଶତ ଓ ଦଶମର ୬୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ। ପ୍ରତି ବିଷୟରେ ଦୁଇଟି […]

ଭୁବନେଶ୍ୱର : ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନକୁ ମିଳିଲା ବୋର୍ଡ଼ର ଅନୁମୋଦନ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାକୁ ମୂଲ୍ୟାୟନ ବେଳେ ପ୍ରାଧାନ୍ୟ ଦିଆଯିବ। ନବମ ଓ ଦଶମ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାକୁ ମୂଲ୍ୟାୟନରେ ପ୍ରାଧାନ୍ୟ ଦିଆଯିବ। ଏଥିସହ ମୂଲ୍ୟାୟନ ବେଳେ ନବମର ୪୦ ପ୍ରତିଶତ ଓ ଦଶମର ୬୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ। ପ୍ରତି ବିଷୟରେ ଦୁଇଟି ସର୍ବାଧିକ ନମ୍ବରକୁ ହିଁ ମୂଲ୍ୟାୟନ କରିବାକୁ ସ୍ଥିର ହୋଇଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଅନ୍ୟପଟେ ଯଦି ଜଣେ ଛାତ୍ର ଦଶମରେ ଆଦୌ ଅଭ୍ୟାସ ପରୀକ୍ଷା ଦେଇନଥିବେ, ତେବେ ନବମର ମାର୍କକୁ ଶତପ୍ରତିଶତ ପ୍ରାଧ୍ୟାନ୍ୟ ଦିଆଯିବ। ଆଉ ଯଦି ଗୋଟିଏ ଅଭ୍ୟାସ ପରୀକ୍ଷା  ଦେଇଥିବେ ନବମ ଶ୍ରେଣୀର ୭୦ ପ୍ରତିଶତକୁ ଗୁରୁତ୍ୱ ଦିଆଯିବ। ପ୍ରତି ସ୍କୁଲରେ ଛାତ୍ରଛାତ୍ରୀଙ୍କ ମାର୍କକୁ ଶିକ୍ଷକ ଅପଲୋଡ କରିବେ। ଏନେଇ ପ୍ରଧାନଶିକ୍ଷକଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯିବ । ଏଥିପାଇଁ ୨ ହଜାର ୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଚୟନ କରାଯାଇଛି । ମେଣ୍ଟର ସ୍କୁଲ ମାଧ୍ୟମରେ ଅନ୍ୟ ସ୍କୁଲର ମୂଲ୍ୟାୟନ ହେବ । ମାର୍କ ଅପ୍‌ଲୋଡ୍‌ ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ରହିବେ । ଆସନ୍ତା ୩୧ ତାରିଖ ସୁଦ୍ଧା ଅପ୍‌ଲୋଡିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତା’ପରେ ଟାବୁଲେସନ ଓ ରେଜଲ୍ଟ ପ୍ରସେସିଂ କାମ ଆରମ୍ଭ ହେବ । ସମସ୍ତ ଦିଗକୁ ଅନୁଧ୍ୟାନ କରି ଜୁନ ୩୦ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଫଳ ପ୍ରକାଶ ପରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେ ନାହିଁ, ସେମାନଙ୍କ ପାଇଁ କରୋନା ସ୍ଥିତି ସୁଧୁରିବା ପରେ ଲିଖିତ ଭାବେ ପରୀକ୍ଷା ହେବ । ଏହି କ୍ଷେତ୍ରରେ ଲିଖିତ ପରୀକ୍ଷାର ଫଳ ହିଁ ଚୂଡ଼ାନ୍ତ ହେବ ।.

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର