ଓଡ଼ିଆ ବୈଜ୍ଞାନିକ ଶେଷ କିଷାନଙ୍କ ହୃଦୟସ୍ପର୍ଶୀ ଜୀବନ ଯାତ୍ରାର କାହାଣକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର ‘ଶେଷ କିଷାନ-ବଲାସିଙ୍ଘାରୁ ବର୍ଲିନ’

The Sakala Picture
Published On

ଭୁବନେଶ୍ୱର: ଉତ୍କଟ ଦାରିଦ୍ରତାର ଶେଷ ସୀମାରେ ଥିଲେ ଶେଷ। ନିରାଟ ମଫସଲର ଏକ ଆଦିବାସୀ କିଷାନ କୁଳରେ ଜନ୍ମ ନେଇଥିଲେ ଶେଷ କିଶାନ୍‌‌। ଅନେକ ଅଭାବ ଅନାଟନ ଦେଇ ବାପା ମାଆ ଛେଉଣ୍ଡ ଶେଷ ଛୁଆଟି ଦିନୁ ଆମ୍ୱୁଲ ଭାତ ଖାଇ, ପର ଘରେ ମଜୁରି ଲାଗି, ଗାଈ, ଛେଳି ଚରାଇ ଜୀବନ ବିତାଉଥିଲେ। ହେଲେ ସେ ଆଜି ଦୁନିଆର ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଧିନସ୍ଥ ବଲାସିଙ୍ଘା ଗାଁ ର କିଷାନ […]

ଭୁବନେଶ୍ୱର: ଉତ୍କଟ ଦାରିଦ୍ରତାର ଶେଷ ସୀମାରେ ଥିଲେ ଶେଷ। ନିରାଟ ମଫସଲର ଏକ ଆଦିବାସୀ କିଷାନ କୁଳରେ ଜନ୍ମ ନେଇଥିଲେ ଶେଷ କିଶାନ୍‌‌। ଅନେକ ଅଭାବ ଅନାଟନ ଦେଇ ବାପା ମାଆ ଛେଉଣ୍ଡ ଶେଷ ଛୁଆଟି ଦିନୁ ଆମ୍ୱୁଲ ଭାତ ଖାଇ, ପର ଘରେ ମଜୁରି ଲାଗି, ଗାଈ, ଛେଳି ଚରାଇ ଜୀବନ ବିତାଉଥିଲେ। ହେଲେ ସେ ଆଜି ଦୁନିଆର ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଧିନସ୍ଥ ବଲାସିଙ୍ଘା ଗାଁ ର କିଷାନ ପୁଅ ଗାଁ ଚାଟଶାଳୀରୁ ପାଠ ପଢ଼଼ା ଆରମ୍ଭ କରି ନବୋଦୟ, ତା’ପରେ ନାଇଜରରୁ ପାଠ ସାରି ସୁଦୂର ଜର୍ମାନ ଯାତ୍ରା କରି ପାଲଟିଛନ୍ତି ଜଣେ ସୁଖ୍ୟାତ ବୈଜ୍ଞାନିକ। ସେଇ ଅଭାବୀ, ଅସହାୟ, କଷ୍ଟସହିଷ୍ଣୁ ଶେଷ କିଷାନଙ୍କ ହୃଦୟସ୍ପର୍ଶୀ ଜୀବନ ଯାତ୍ରାର କାହାଣଚୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର ‘ଶେଷ କିଷାନ-ବଲାସିଙ୍ଘାରୁ ବର୍ଲିନ’। ଯାହାର ଟାଇଟଲ ଶନିବାର ସ୍ଥାନୀୟ ଏକ ଘରୋଇ ହୋଟେଲରେ ଘୋଷଣା ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଏହି ଟାଇଟଲ ଘୋଷଣା ଅବସରରେ ବୈଜ୍ଞାନିକ ଡ. ଶେଷ କିଷାନ, ତାଙ୍କ ସହଧର୍ମିଣୀ ଜୟଶ୍ରୀ, ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଯୋଜିକା ରଶ୍ମି ଧଳ, ରଜତ ଧଳ, ପ୍ରଯୋଜକ ନିର୍ମଳ ଜୟଶ୍ୱାଲ, ନାଇଜର୍‌‌ର ପ୍ରଫେସର ଡକ୍ଟର ହିମାଂଶୁ ବିଶ୍ୱାଳ, ନବୋଦୟର ପ୍ରିନସିପାଲ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଚଳଚ୍ଚିତ୍ର ରଶ୍ମି ଧଳ ପ୍ରଡକସନ୍ସ ଏବଂ ନିର୍ମଳ ଜୟଶ୍ୱାଲ ପ୍ରଡକସନ୍‌‌ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି। ଯାହାର ପ୍ରଯୋଜକ ରଜତ ଧଳ ଏବଂ ନିର୍ମଳ ଜୟଶ୍ୱାଲ ରହିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି। ବୈଜ୍ଞାନିକ ଶେଷ କିଷାନ ଚରିତ୍ରରେ ନଜର ଆସିବେ ସ୍ୱରାଜ ବାରିକ ଏବଂ ତାଙ୍କ ଜୀବନସାଥୀ ଭୂମିକାରେ ନଜର ଆସିବେ କୁକିଜ୍‌‌ ସ୍ୱାଇଁ। ତେବେ ଡକ୍ଟର ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବର୍ତ୍ତମାନ ପିଢ଼ିର ଛାତ୍ର ସମାଜ ତଥା ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ହେବ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର