ଚଳିତ ବର୍ଷ ଠିକ୍‍ ସମୟରେ ଆସିବ ମୌସୁମୀ

The Sakala Picture
Published On

ଭୁବନେଶ୍ୱର,: ଚଳିତ ଡିସେମ୍ବର ମାସରେ ‘ଲା-ନିନା’ର ପ୍ରଭାବ ଥିବାବେଳେ ଆସନ୍ତା ଏପ୍ରିଲ୍‍ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ। ମେ’ ମାସ ସୁଦ୍ଧା ‘ଲା-ନିନା’ ସ୍ୱାଭାବିକ ପ୍ରକ୍ରିୟାକୁ ଫେରିବ। ଏହା ଦ୍ୱାରା ବିଶ୍ୱର ବିଭିନ୍ନ ଦେଶରେ ତାପମାତ୍ରା ଓ ବର୍ଷା ପ୍ରଭାବିତ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। କଲମ୍ବିଆ ବିଶ୍ୱ ବିଦ୍ୟାଳୟର ଅଧ୍ୟୟନକୁ ବିଶ୍ଳେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶାରେ ଆସନ୍ତା ଜାନୁଆରୀ ଓ ଫେବୃଆରୀ ମାସରେ ତାପମାତ୍ରା […]

ଭୁବନେଶ୍ୱର,: ଚଳିତ ଡିସେମ୍ବର ମାସରେ ‘ଲା-ନିନା’ର ପ୍ରଭାବ ଥିବାବେଳେ ଆସନ୍ତା ଏପ୍ରିଲ୍‍ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ। ମେ’ ମାସ ସୁଦ୍ଧା ‘ଲା-ନିନା’ ସ୍ୱାଭାବିକ ପ୍ରକ୍ରିୟାକୁ ଫେରିବ। ଏହା ଦ୍ୱାରା ବିଶ୍ୱର ବିଭିନ୍ନ ଦେଶରେ ତାପମାତ୍ରା ଓ ବର୍ଷା ପ୍ରଭାବିତ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। କଲମ୍ବିଆ ବିଶ୍ୱ ବିଦ୍ୟାଳୟର ଅଧ୍ୟୟନକୁ ବିଶ୍ଳେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶାରେ ଆସନ୍ତା ଜାନୁଆରୀ ଓ ଫେବୃଆରୀ ମାସରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଫଳରେ ଶୀତ କମ ହେବ। ମାର୍ଚ୍ଚ ଓ ଏପ୍ରିଲ ମାସରେ ମଧ୍ୟ ତାପମାତ୍ରା ଅଧିକ ରହିବ। ମେ’ ମାସରେ ପୂର୍ବ ବର୍ଷ ମାନଙ୍କ ପରି ତାପମାତ୍ରା ରହିବ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଅନ୍ୟପଟେ, ଜୁନ୍‍ରୁ ଅଗଷ୍ଟ ପର୍ଯ୍ୟନ୍ତ ‘ଲା-ନିନା’ କିମ୍ବା ‘ଏଲ୍‍-ନିନୋ’ର ପ୍ରଭାବ ନ ରହି ସ୍ଥିତି ସ୍ୱାଭାବିକ ରହିବ। ତେବେ ଜୁନ୍‍ ମାସରେ ତାପମାତ୍ରା ଅଧିକ ନ ରହିବା ହେତୁ ମୌସୁମୀ ଠିକ୍‍ ସମୟରେ ଫେରିବାର ସଙ୍କେତ ମିଳୁଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଚଳିତ ସପ୍ତାହରେ ୨ ଓ ୩ ତାରିଖରେ ସର୍ବନିମ୍ନ ତାପମାତ୍ରା କେତେକ ସ୍ଥାନରେ ୧ ଡିଗ୍ରୀ ସଲେସିୟସ କମିବାର ସମ୍ଭାବନା ଥିବା ବେଳେ ୫ରୁ ସମଗ୍ର ରାଜ୍ୟରେ ଶୀତ କମିବ। ଉପକୂଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୫-୭ ତାରିଖ ମଧ୍ୟରେ ୨ ଡିଗ୍ରୀ ସେଲସିୟସ ବଢ଼଼ିବା ବେଳେ ଉଭୟ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରାୟ ୪ ଡିଗ୍ରୀ ବଢ଼଼ିବ। ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଆଂଶିକ ମେଘଆ ହେବାର ସମ୍ଭାବନା ଥିବା ବେଳେ ସମ୍ଭବତଃ ଛତିଶଗଡ଼଼ ସୀମାନ୍ତ ଅଞ୍ଚଳରେ କେତେ ସ୍ଥାନରେ ହାଲକୁ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

01 Jan 2022 By The Sakala

ଚଳିତ ବର୍ଷ ଠିକ୍‍ ସମୟରେ ଆସିବ ମୌସୁମୀ

ଭୁବନେଶ୍ୱର,: ଚଳିତ ଡିସେମ୍ବର ମାସରେ ‘ଲା-ନିନା’ର ପ୍ରଭାବ ଥିବାବେଳେ ଆସନ୍ତା ଏପ୍ରିଲ୍‍ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ। ମେ’ ମାସ ସୁଦ୍ଧା ‘ଲା-ନିନା’ ସ୍ୱାଭାବିକ ପ୍ରକ୍ରିୟାକୁ ଫେରିବ। ଏହା ଦ୍ୱାରା ବିଶ୍ୱର ବିଭିନ୍ନ ଦେଶରେ ତାପମାତ୍ରା ଓ ବର୍ଷା ପ୍ରଭାବିତ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। କଲମ୍ବିଆ ବିଶ୍ୱ ବିଦ୍ୟାଳୟର ଅଧ୍ୟୟନକୁ ବିଶ୍ଳେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶାରେ ଆସନ୍ତା ଜାନୁଆରୀ ଓ ଫେବୃଆରୀ ମାସରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଫଳରେ ଶୀତ କମ ହେବ। ମାର୍ଚ୍ଚ ଓ ଏପ୍ରିଲ ମାସରେ ମଧ୍ୟ ତାପମାତ୍ରା ଅଧିକ ରହିବ। ମେ’ ମାସରେ ପୂର୍ବ ବର୍ଷ ମାନଙ୍କ ପରି ତାପମାତ୍ରା ରହିବ।

ଅନ୍ୟପଟେ, ଜୁନ୍‍ରୁ ଅଗଷ୍ଟ ପର୍ଯ୍ୟନ୍ତ ‘ଲା-ନିନା’ କିମ୍ବା ‘ଏଲ୍‍-ନିନୋ’ର ପ୍ରଭାବ ନ ରହି ସ୍ଥିତି ସ୍ୱାଭାବିକ ରହିବ। ତେବେ ଜୁନ୍‍ ମାସରେ ତାପମାତ୍ରା ଅଧିକ ନ ରହିବା ହେତୁ ମୌସୁମୀ ଠିକ୍‍ ସମୟରେ ଫେରିବାର ସଙ୍କେତ ମିଳୁଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଚଳିତ ସପ୍ତାହରେ ୨ ଓ ୩ ତାରିଖରେ ସର୍ବନିମ୍ନ ତାପମାତ୍ରା କେତେକ ସ୍ଥାନରେ ୧ ଡିଗ୍ରୀ ସଲେସିୟସ କମିବାର ସମ୍ଭାବନା ଥିବା ବେଳେ ୫ରୁ ସମଗ୍ର ରାଜ୍ୟରେ ଶୀତ କମିବ। ଉପକୂଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୫-୭ ତାରିଖ ମଧ୍ୟରେ ୨ ଡିଗ୍ରୀ ସେଲସିୟସ ବଢ଼଼ିବା ବେଳେ ଉଭୟ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରାୟ ୪ ଡିଗ୍ରୀ ବଢ଼଼ିବ। ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଆଂଶିକ ମେଘଆ ହେବାର ସମ୍ଭାବନା ଥିବା ବେଳେ ସମ୍ଭବତଃ ଛତିଶଗଡ଼଼ ସୀମାନ୍ତ ଅଞ୍ଚଳରେ କେତେ ସ୍ଥାନରେ ହାଲକୁ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର