ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ପ୍ରସଙ୍ଗ, ଅନ୍ୟ ଦଳ ସାଂସଦଙ୍କ ମୁହଁରେ ନବୀନଙ୍କ ଭାଷା

The Sakala Picture
Published On

ଭୁବନେଶ୍ୱର: କୌଣସି ସମାଜର ସାମଗ୍ରିକ ବିକାଶ ପାଇଁ ନାରୀମାନଙ୍କ ପ୍ରତିନିଧିତ୍ୱ ନିହାତି ଆବଶ୍ୟକ। ନାରୀମାନଙ୍କୁ ବାଦ୍‍ ଦେଇ କୌଣସି ସମାଜର ଉନ୍ନତି କଳ୍ପନା କରିବା ଅସମ୍ଭବ। ତେଣୁ ତୃଣମୂଳ ଠାରୁ ଆରମ୍ଭ କରି ସଂସଦ ଯାଏଁ ନାରୀଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବା ସପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ରଖି ଆସିଛନ୍ତି। ରାଜ୍ୟରେ ନାରୀମାନଙ୍କ ସାମାଜିକ ନେତୃତ୍ୱକୁ ବୃଦ୍ଧି କରିବା ପାଇଁ ମିଶନ୍‍ ଶକ୍ତିର ପରିକଳ୍ପନା କରିଥିଲେ। ଏହି ଯୋଜନା ଦୁଇ ଦଶନ୍ଧି ମଧ୍ୟରେ ଏକ ଆନ୍ଦୋଳନରେ […]

ଭୁବନେଶ୍ୱର: କୌଣସି ସମାଜର ସାମଗ୍ରିକ ବିକାଶ ପାଇଁ ନାରୀମାନଙ୍କ ପ୍ରତିନିଧିତ୍ୱ ନିହାତି ଆବଶ୍ୟକ। ନାରୀମାନଙ୍କୁ ବାଦ୍‍ ଦେଇ କୌଣସି ସମାଜର ଉନ୍ନତି କଳ୍ପନା କରିବା ଅସମ୍ଭବ। ତେଣୁ ତୃଣମୂଳ ଠାରୁ ଆରମ୍ଭ କରି ସଂସଦ ଯାଏଁ ନାରୀଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବା ସପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ରଖି ଆସିଛନ୍ତି। ରାଜ୍ୟରେ ନାରୀମାନଙ୍କ ସାମାଜିକ ନେତୃତ୍ୱକୁ ବୃଦ୍ଧି କରିବା ପାଇଁ ମିଶନ୍‍ ଶକ୍ତିର ପରିକଳ୍ପନା କରିଥିଲେ। ଏହି ଯୋଜନା ଦୁଇ ଦଶନ୍ଧି ମଧ୍ୟରେ ଏକ ଆନ୍ଦୋଳନରେ ପରିଣତ ହୋଇ ପାରିଛି। ଅନୁରୂପ ଭାବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ନାରୀମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣର ବ୍ୟବସ୍ଥା କରିଥିଲେ। ତାଙ୍କ ସୁପୁତ୍ର ନବୀନ ଆଉ ୨ ପାଦ ଆଗକୁ ଯାଇ ପଞ୍ଚାୟତ ଓ ପୌରସଂସ୍ଥା ଗୁଡିକରେ ନାରୀମାନଙ୍କ ପାଇଁ ୫୦% ଆସନ ସଂରକ୍ଷଣ ବ୍ୟବସ୍ଥା କରିସାରିଛନ୍ତି। ହେଲେ ଜାତୀୟସ୍ତରରେ ମହିଳାମାନଙ୍କ ପ୍ରତିନିଧିତ୍ୱ ନେଇ ଏ ଯାଏଁ କୌଣସି ନୀତିଗତ ନିଷ୍ପତ୍ତି ହୋଇନାହିଁ। ତେଣୁ ସଂସଦ ଏବଂ ରାଜ୍ୟ ଗୁଡିକରେ ଥିବା ବିଧାନସଭା/ପରିଷଦ ଗୁଡିକରେ ମହିଳାମାନଙ୍କୁ ୩୩% ସ୍ଥାନ ସଂରକ୍ଷଣ ଦାବି ହୋଇ ଆସୁଛି। ସରକାର ପରେ ସରକାର ବଦଳୁ ଥିଲେ ବି ଏ ସମ୍ପର୍କିତ ଆଇନ୍‍ ଆସିପାରୁନାହିଁ। ତେଣୁ ଏହାର ଗୁରୁତ୍ୱ ଅନୁଭବ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ଦୀର୍ଘଦିନ ଧରି ନିଜସ୍ୱ ପ୍ରଚେଷ୍ଟା କରି ଆସୁଛନ୍ତି। ସାରା ଭାରତ ବର୍ଷର ବିଭିନ୍ନ ରାଜ୍ୟ ଓ ରାଜନୈତିକ ଦଳ ଗୁଡିକରେ ମଧ୍ୟରେ ସହମତି ଆଣିବାରେ ନବୀନଙ୍କ ପ୍ରୟାସ ସଫଳ ହେଉଥିବା ମନେ ହେଉଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଗତ ସପ୍ତାହର ଶେଷଦିନରେ ଲୋକସଭାରେ ବିତର୍କ ଚାଲିଥିବା ବେଳେ ଶୂନ୍ୟ କାଳରେ ୬୨ ଜଣ ଏମ୍‍ପି ନିଜ ବକ୍ତବ୍ୟ ରଖିଥିଲେ। ତନ୍ମଧ୍ୟରୁ ୨୯ ଜଣ କେବଳ ମହିଳା ଏମ୍‍ପି ରହିଥିଲେ। ଅଧିକାଂଶ ଏମ୍‍ପି ନିଜ ନିଜ ସଂସଦୀୟ କ୍ଷେତ୍ରର ସମସ୍ୟା ସହିତ ମହିଳା ସଂରକ୍ଷଣ ବିଲ୍‍ ସମ୍ପର୍କରେ ଦାବି ଉପସ୍ଥାପନ କରିଥିଲେ। ପ୍ରତିଥର ସଂସଦୀୟ ଅଧିବେସନ ବସିବା ପୂର୍ବରୁ ହେଉଥିବା ସର୍ବଦଳୀୟ ବୈଠକରେ ବିଜେଡି ଏହି ପ୍ରସଙ୍ଗ ଉଠାଇ ଆସୁଛି। ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିବା ଡିଏମ୍‍କେ ଏମ୍‍ପି କାନିମୋଝି ମହିଳା ସଂରକ୍ଷଣ ବିଲ୍‍ ଲୋକସଭାର ଦୃଷ୍ଟି ଆକର୍ଷଣ କରିଥିଲେ। କାନିମୋଝୀ କହିଥିଲେ ଯେ, ଏହି ପ୍ରସଙ୍ଗ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତବର୍ଷର ବିଭିନ୍ନ ରାଜନୈତିକ ଦଳ ଏହା ସପକ୍ଷରେ ମତ ରଖିଛନ୍ତି। ଏଥିପାଇଁ ପୂର୍ବାପେକ୍ଷା ଅଧିକ ସହମତି ମଧ୍ୟ ଦେଖାଦେଇଛି। ତେଣୁ ସରକାର ମହିଳା ସଂରକ୍ଷଣ ବିଲ୍‍କୁ ଗୁରୁତର ସହ ନେବା ଆବଶ୍ୟକ ବୋଲି ଶ୍ରୀମତୀ କାନିମୋଝି କହିଥିଲେ। ଦାଦ୍ରା ନଗର ହାବେଳୀ ଏମ୍‍ପି କାଲାବେନ୍‍ ଦେଲକର ମଧ୍ୟ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗ ବିଜେଡି ଉଠାଇ ଆସୁଥିବାରୁ ସେଦିନ ଦଳର ଏମ୍‍ପି ପ୍ରମିଳା ବିଷୋୟୀ ଏବଂ ଚନ୍ଦ୍ରାଣୀ ମୁର୍ମୁ ନିଜ ବକ୍ତବ୍ୟ ରଖିବା ପରେ ଲୋକସଭାରେ ତାଳି ମାଡ଼ରେ ପ୍ରକମ୍ପିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଉଲ୍ଲେଖଯୋଗ୍ୟ, ଜାତୀୟସ୍ତରରେ ୩୩% ମହିଳାଙ୍କୁ ସଂରକ୍ଷଣ ନେଇ ସହମତି ଆଣିବା ନେଇ ପ୍ରାୟ ୩ ବର୍ଷ ପୂର୍ବରୁ ନବୀନ ପଟ୍ଟନାୟକ ଚେଷ୍ଟା କରି ଆସୁଛନ୍ତି। ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ ମାନଙ୍କୁ ଚିଠି ଲେଖି ଏକ ନିଆରା ଆନ୍ଦୋଳନ ଆରମ୍ଭ କରିଥିଲେ। ବିଜେଡିର ବରିଷ୍ଠ ନେତା ଓ ଏମ୍‍ପି ମାନେ ବିଭିନ୍ନ ଦଳର ମୁଖ୍ୟଙ୍କୁ ଭେଟି ମହିଳା ସଂରକ୍ଷଣ ପାଇଁ ସମର୍ଥନ ଯୋଗାଡ଼ କରିଥିଲେ। ୨୦୧୯ ନିର୍ବାଚନରେ ରାଜ୍ୟ ମୋଟ ଲୋକସଭାର ୩୩% ମହିଳାଙ୍କୁ ଟିକେଟ୍‍ ପ୍ରଦାନ କରି ନବୀନ ଦାବିକୁ ଆହୁରି ସୁଦୃଢ କରିଥିଲେ। ୨୦୧୯ ପୂର୍ବରୁ ବିଭିନ୍ନ ପ୍ରତିଶ୍ରୁତି ଦେଇଥିବା ରାଜନୈତିକ ଦଳ ପୂରଣରେ ପଛଘୁଞ୍ଚା ଦେଇଥିବା ଲକ୍ଷ୍ୟ କରାଯାଉଛି। ହେଲେ ବିଜେଡି ଏବଂ ନବୀନ ପଟ୍ଟନାୟକ ଏହି ଦାବିକୁ ଆହୁରି ଦୃଢ କରିଛନ୍ତି। ୨୦୧୯ ପରେ ମହିଳା ଓ ଶିଶୁବିକାଶ ଏବଂ ମିଶନ୍‍ ଶକ୍ତି ବିଭାଗ ଠାରୁ ମିଶନ୍‍ ଶକ୍ତିକୁ ଅଲଗା କରି ପୃଥକ ବିଭାଗ କରିଛନ୍ତି। ଦଳର ୨ ପ୍ରମୁଖ ଛାମୁଆ ସଙ୍ଗଠନ(ଛାତ୍ର/ଯୁବ) ମହାସଚିବ ପଦ ମହିଳାଙ୍କୁ ପ୍ରଦାନ କରିସାରିଛନ୍ତି। ତେଣୁ ନିଜ କ୍ଷମତା ପରିସରରେ ମହିଳାଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ କରି ଜାତୀୟସ୍ତରେ ସହମତି ଦାବି କରୁଥିବାରୁ ବିଜେଡିର ଦାବି ଗ୍ରହଣୀୟ ହୋଇ ପାରୁଥିବା ସମୀକ୍ଷକମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର