ଅନ୍ତର୍ଜାତୀୟ ସମ୍ମିଳନୀରେ ମହକିବ କୋରାପୁଟ କଫି, ସାମିଲ ହେବ ‘ଡ୍ରିମ ହିଲ୍‌’ କଫି

The Sakala Picture
Published On

କୋରାପୁଟ: ଅନ୍ତର୍ଜାତୀୟ ସମ୍ମିଳନୀରେ ମହକିବ କୋରାପୁଟ କଫି। ବେଙ୍ଗାଲୁରୁରେ ଆୟୋଜିତ ପଞ୍ଚମ ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେବେ କୋରାପୁଟ ଜିଲ୍ଲାର କଫି ବ୍ୟବସାୟୀ। ଇଣ୍ଟରନ୍ୟାସନାଲ୍‌ କଫି ଅର୍ଗାନାଇଜେସନ, କଫି ବୋର୍ଡ ଅଫ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଏହି ଉଚ୍ଚସ୍ତରୀୟ ସମ୍ମିଳନୀ। ସମ୍ମିଳନୀରେ ୮୦ଟି ଦେଶର ୨୪୦୦ରୁ ଉର୍ଦ୍ଧ୍ବ କଫି ଉଦ୍ୟୋଗୀ, ୨୦୮ ଜଣ ପ୍ରଦର୍ଶକ ଯୋଗଦେବେ। ଏହି ସମ୍ମିଳନୀ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି […]

କୋରାପୁଟ: ଅନ୍ତର୍ଜାତୀୟ ସମ୍ମିଳନୀରେ ମହକିବ କୋରାପୁଟ କଫି। ବେଙ୍ଗାଲୁରୁରେ ଆୟୋଜିତ ପଞ୍ଚମ ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେବେ କୋରାପୁଟ ଜିଲ୍ଲାର କଫି ବ୍ୟବସାୟୀ। ଇଣ୍ଟରନ୍ୟାସନାଲ୍‌ କଫି ଅର୍ଗାନାଇଜେସନ, କଫି ବୋର୍ଡ ଅଫ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଏହି ଉଚ୍ଚସ୍ତରୀୟ ସମ୍ମିଳନୀ। ସମ୍ମିଳନୀରେ ୮୦ଟି ଦେଶର ୨୪୦୦ରୁ ଉର୍ଦ୍ଧ୍ବ କଫି ଉଦ୍ୟୋଗୀ, ୨୦୮ ଜଣ ପ୍ରଦର୍ଶକ ଯୋଗଦେବେ। ଏହି ସମ୍ମିଳନୀ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀ ଓ ପ୍ରଦର୍ଶନୀରେ ୧୦ ହଜାରରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ଓ ଭାରତୀୟ ପର୍ଯ୍ୟଟକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଭାରତ ବର୍ଷରେ ଗତ ୨୦୦ ବର୍ଷ ଧରି କଫି ଚାଷ ତଥା ବଜାର ସୃଷ୍ଟି ହୋଇଛି । ଏହି ବଜାରକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଓଡ଼ିଶା ମାଟିରେ ବିଶେଷ କରି କୋରାପୁଟ ଜିଲ୍ଲାରେ ଗତ ୩୫ ବର୍ଷ ଧରି କଫି ଚାଷ କରାଯାଉଛି । କୋରାପୁଟର କଫି ବଜାରରେ ଏକ ନୂତନ ପରିଚୟ ସୃଷ୍ଟି ହୋଇପାରିଛି । କଫି ବଗିଚାରୁ ବାହାରୁଥିବା କଫିକୁ ବିକ୍ରି ନ କରି କୋରାପୁଟ କଫି ଉଦ୍ୟୋଗୀ କଫି ଦାନାରୁ କଫି ଗୁଣ୍ଡ ପ୍ରସ୍ତୁତ କରି ଜାତୀୟ ତଥା ଅନ୍ତର୍ଜାତିୟ ବଜାରରେ ଖ୍ୟାତି ଅର୍ଜନ କରିପାରିଛନ୍ତି । କୋରାପୁଟ ମାଟିର ଉର୍ବରତା, ଅନୁକୂଳ ପାଣିପାଗର ପ୍ରଭାବ ଯୋଗୁଁ କୋରାପୁଟର କଫି ବିଶ୍ବ ଦରବାରରେ ଆଦୃତ ହୋଇପାରିଛି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ବେଙ୍ଗାଲୁରୁରେ ପଞ୍ଚମ ଆନ୍ତର୍ଜାତୀୟ କଫି ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀରେ ସପ୍ତଗିରି କଫି ଉଦ୍ୟାନ ଦ୍ବାରା ପ୍ରସ୍ତୁତ ‘ଡ୍ରିମ ହିଲ୍‌ କଫି’କୁ ଏହି ସମ୍ମିଳନୀରେ ସାମିଲ କରାଯିବ । କୋରାପୁଟ ଜିଲ୍ଲାରେ ୧୫ ରୁ ୧୬ଜଣ କଫି ଉଦ୍ୟୋଗୀଙ୍କ ସମେତ ଟିଡିସିସି ଓ କଫି ବୋର୍ଡ ସହଯୋଗରେ କିଛି ଆଦିବାସୀ କଫି ଚାଷୀ ନିଜ ଅନୁଭୂତିକୁ ବାଣ୍ଟିବା ପାଇଁ ଏହି ସମ୍ମିଳନୀରେ ଯୋଗଦେବେ ବୋଲି କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା କହିଛନ୍ତି । ସରକାରଙ୍କ ତରଫରୁ କୋରାପୁଟ କଫି ବ୍ରାଣ୍ଡକୁ ପ୍ରସାର କରାଯାଉଛି । ଏହାସହ ସପ୍ତଗିରି କଫି ଉଦ୍ୟାନର ଡ୍ରିମ ହିଲ୍‌ କଫି, ମଧୁ ଆଗ୍ରୋ ଉଦ୍ୟାନର କେଲାର କଫି ଓ ଛୋଟାଗୁଡା ସ୍ଥିତ ବ୍ରାଉନ୍‌ ଭେଲି କଫି ଉଦ୍ୟାନର ନିଜସ୍ବ ବ୍ରାଣ୍ଡ ଭଳି ଛଅଟି କଫି ବ୍ରାଣ୍ଡକୁ ଅନ୍ତର୍ଜାତୀୟ କଫି ଉଦ୍ୟୋଗୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯିବ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

25 Sep 2023 By The Sakala

ଅନ୍ତର୍ଜାତୀୟ ସମ୍ମିଳନୀରେ ମହକିବ କୋରାପୁଟ କଫି, ସାମିଲ ହେବ ‘ଡ୍ରିମ ହିଲ୍‌’ କଫି

କୋରାପୁଟ: ଅନ୍ତର୍ଜାତୀୟ ସମ୍ମିଳନୀରେ ମହକିବ କୋରାପୁଟ କଫି। ବେଙ୍ଗାଲୁରୁରେ ଆୟୋଜିତ ପଞ୍ଚମ ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେବେ କୋରାପୁଟ ଜିଲ୍ଲାର କଫି ବ୍ୟବସାୟୀ। ଇଣ୍ଟରନ୍ୟାସନାଲ୍‌ କଫି ଅର୍ଗାନାଇଜେସନ, କଫି ବୋର୍ଡ ଅଫ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଏହି ଉଚ୍ଚସ୍ତରୀୟ ସମ୍ମିଳନୀ। ସମ୍ମିଳନୀରେ ୮୦ଟି ଦେଶର ୨୪୦୦ରୁ ଉର୍ଦ୍ଧ୍ବ କଫି ଉଦ୍ୟୋଗୀ, ୨୦୮ ଜଣ ପ୍ରଦର୍ଶକ ଯୋଗଦେବେ। ଏହି ସମ୍ମିଳନୀ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀ ଓ ପ୍ରଦର୍ଶନୀରେ ୧୦ ହଜାରରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ଓ ଭାରତୀୟ ପର୍ଯ୍ୟଟକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

ଭାରତ ବର୍ଷରେ ଗତ ୨୦୦ ବର୍ଷ ଧରି କଫି ଚାଷ ତଥା ବଜାର ସୃଷ୍ଟି ହୋଇଛି । ଏହି ବଜାରକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଓଡ଼ିଶା ମାଟିରେ ବିଶେଷ କରି କୋରାପୁଟ ଜିଲ୍ଲାରେ ଗତ ୩୫ ବର୍ଷ ଧରି କଫି ଚାଷ କରାଯାଉଛି । କୋରାପୁଟର କଫି ବଜାରରେ ଏକ ନୂତନ ପରିଚୟ ସୃଷ୍ଟି ହୋଇପାରିଛି । କଫି ବଗିଚାରୁ ବାହାରୁଥିବା କଫିକୁ ବିକ୍ରି ନ କରି କୋରାପୁଟ କଫି ଉଦ୍ୟୋଗୀ କଫି ଦାନାରୁ କଫି ଗୁଣ୍ଡ ପ୍ରସ୍ତୁତ କରି ଜାତୀୟ ତଥା ଅନ୍ତର୍ଜାତିୟ ବଜାରରେ ଖ୍ୟାତି ଅର୍ଜନ କରିପାରିଛନ୍ତି । କୋରାପୁଟ ମାଟିର ଉର୍ବରତା, ଅନୁକୂଳ ପାଣିପାଗର ପ୍ରଭାବ ଯୋଗୁଁ କୋରାପୁଟର କଫି ବିଶ୍ବ ଦରବାରରେ ଆଦୃତ ହୋଇପାରିଛି ।

ବେଙ୍ଗାଲୁରୁରେ ପଞ୍ଚମ ଆନ୍ତର୍ଜାତୀୟ କଫି ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀରେ ସପ୍ତଗିରି କଫି ଉଦ୍ୟାନ ଦ୍ବାରା ପ୍ରସ୍ତୁତ ‘ଡ୍ରିମ ହିଲ୍‌ କଫି’କୁ ଏହି ସମ୍ମିଳନୀରେ ସାମିଲ କରାଯିବ । କୋରାପୁଟ ଜିଲ୍ଲାରେ ୧୫ ରୁ ୧୬ଜଣ କଫି ଉଦ୍ୟୋଗୀଙ୍କ ସମେତ ଟିଡିସିସି ଓ କଫି ବୋର୍ଡ ସହଯୋଗରେ କିଛି ଆଦିବାସୀ କଫି ଚାଷୀ ନିଜ ଅନୁଭୂତିକୁ ବାଣ୍ଟିବା ପାଇଁ ଏହି ସମ୍ମିଳନୀରେ ଯୋଗଦେବେ ବୋଲି କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା କହିଛନ୍ତି । ସରକାରଙ୍କ ତରଫରୁ କୋରାପୁଟ କଫି ବ୍ରାଣ୍ଡକୁ ପ୍ରସାର କରାଯାଉଛି । ଏହାସହ ସପ୍ତଗିରି କଫି ଉଦ୍ୟାନର ଡ୍ରିମ ହିଲ୍‌ କଫି, ମଧୁ ଆଗ୍ରୋ ଉଦ୍ୟାନର କେଲାର କଫି ଓ ଛୋଟାଗୁଡା ସ୍ଥିତ ବ୍ରାଉନ୍‌ ଭେଲି କଫି ଉଦ୍ୟାନର ନିଜସ୍ବ ବ୍ରାଣ୍ଡ ଭଳି ଛଅଟି କଫି ବ୍ରାଣ୍ଡକୁ ଅନ୍ତର୍ଜାତୀୟ କଫି ଉଦ୍ୟୋଗୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯିବ।

https://www.thesakala.in/latest-odisha-news/the-international-conference-will-include-the-famous-koraput-coffee-dream-hill-coffee/article-25758
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର