‘୫-ଟି’ ରୂପାନ୍ତରଣର ପ୍ରତିଛବି : ସାରା ଓଡ଼ିଶା ‘ମୋ ପରିବାର’

The Sakala Picture
Published On

ଭୁବନେଶ୍ୱର : ଅପରାଜେୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ପୂରଣ କରିଛନ୍ତି ନିଜ ପଞ୍ଚମ ପାଳିର ତୃତୀୟ ବର୍ଷ। ସମ୍ଭବତଃ ଦୀର୍ଘ ୨୨ ବର୍ଷ ଶାସନକାଳ ମଧ୍ୟରେ ଗତ ୩୬୫ ଦିନ ଥିଲା ସବୁଠୁ ଆହ୍ୱାନପୂର୍ଣ୍ଣ ଓ ଏହି ସମୟକୁ ଅନାୟାସରେ ଅତିକ୍ରମ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୯ ମସିହା ମେ ୨୯ ତାରିଖରେ ନବୀନଙ୍କ ନେତୃତ୍ୱାଧିନ ମନ୍ତ୍ରିପରିଷଦ ଶପଥ ଗ୍ରହଣ କରିଥିଲା। ପଞ୍ଚମ ପାଳିର ପ୍ରଥମ ବର୍ଷ ଅତ୍ୟନ୍ତ ସତର୍କ ଓ ସଂଯମ ଭାବରେ ମହାମାରୀକୁ ସଫଳତାର […]

ଭୁବନେଶ୍ୱର : ଅପରାଜେୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ପୂରଣ କରିଛନ୍ତି ନିଜ ପଞ୍ଚମ ପାଳିର ତୃତୀୟ ବର୍ଷ। ସମ୍ଭବତଃ ଦୀର୍ଘ ୨୨ ବର୍ଷ ଶାସନକାଳ ମଧ୍ୟରେ ଗତ ୩୬୫ ଦିନ ଥିଲା ସବୁଠୁ ଆହ୍ୱାନପୂର୍ଣ୍ଣ ଓ ଏହି ସମୟକୁ ଅନାୟାସରେ ଅତିକ୍ରମ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୯ ମସିହା ମେ ୨୯ ତାରିଖରେ ନବୀନଙ୍କ ନେତୃତ୍ୱାଧିନ ମନ୍ତ୍ରିପରିଷଦ ଶପଥ ଗ୍ରହଣ କରିଥିଲା। ପଞ୍ଚମ ପାଳିର ପ୍ରଥମ ବର୍ଷ ଅତ୍ୟନ୍ତ ସତର୍କ ଓ ସଂଯମ ଭାବରେ ମହାମାରୀକୁ ସଫଳତାର ସହ ମୁକାବିଲା କରିଥିଲେ ମୁଖ୍ୟମନ୍ତ୍ରୀ। ମହାମାରୀ ଓ ଏହା ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିର୍କ ସ୍ଥିତି, ଅମ୍ଫାନ ଓ ୟସ ପରି ବାତ୍ୟା ମୁକାବିଲା ଆହ୍ୱାନ ସମ୍ମୁଖରେ ହିମାଳୟ ପରି ଦୃଢ଼ ଭାବରେ ଠିଆ ହୋଇଥିଲେ ନବୀନ। ପରିଣତି ସ୍ୱରୂପ ସାରା ଦେଶରେ ଓଡ଼ିଶା ଓ ନବୀନଙ୍କ ପ୍ରତି ଛୁଟିଥିଲା ପ୍ରଶଂସାର ସୁଅ। ରାଜ୍ୟକୁ ଆସିଥିଲା ବିପୁଳ ପୁଞ୍ଜି ନିବେଶ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଓଡ଼ିଶାକୁ ନିଜ ପରିବାର ଭାବରେ ଗଣୁଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କ ଦୃଢ଼ ଇଚ୍ଛାଶକ୍ତି ହିଁ ରାଜ୍ୟ ସମ୍ମୁଖରେ ସୃଷ୍ଟି ହୋଇଥିବା ଆହ୍ୱାନକୁ ସୁଯୋଗରେ ପରିଣତ କରିଥିଲା। ମହାମାରୀ ସଂକ୍ରମଣ ହ୍ରାସ ପାଇବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଆରମ୍ଭ ହୋଇଥିଲା ୫ମ ପାଳିର ତୃତୀୟ ବର୍ଷ ପ୍ରାରମ୍ଭରେ ମନରେଗା ଶ୍ରମିକମାନଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ୩୫୨ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଗତବର୍ଷ ଅକ୍ଟୋବର ୨୬ ତାରିଖରେ ୩୪ଟି ପୁଲିସ୍‍ ଜିଲ୍ଲାରେ ୩୪ଟି ଶିଶୁ କୈନ୍ଦ୍ରିକ ପୁଲିସ୍‍ ଷ୍ଟେସନ ପ୍ରତିଷ୍ଠା ନେଇ ନିଷ୍ପତ୍ତି ନିଆଯାଇଥିଲା। ସେହିବର୍ଷ ଡିସେମ୍ବର ମାସ ୧୪ ତାରିଖରେ ରାଜ୍ୟରେ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ଥାନା ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏହି ଥାନା ଗୁଡ଼ିକରେ ସ୍ୱତନ୍ତ୍ର ଭାବେ ପର୍ଯ୍ୟାୟ କ୍ରମେ ୨୬୪ ଅଧିକାରୀ ନିଯୁକ୍ତି ହେବାର ରହିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଗତ ଡିସେମ୍ବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୪ ସାଇବର ଅପରାଧ ପୁଲିସ୍‍ ଥାନା ଏବଂ ୩ଟି ଅପଗ୍ରେଡ୍‍ ଥାନାର ଶୁଭାରମ୍ଭ କରିଥିଲେ। ପୁଲିସ୍‍ ବ୍ୟବସ୍ଥାରେ ଦୁର୍ନୀତିଖୋର ଓ ଲାଞ୍ଚୁଆ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ମଧ୍ୟ ରାଜ୍ୟ ସରକାର ପଛଘୁଞ୍ଚା ଦେଇ ନ ଥିଲେ। ଏମିତିକି ଏସପି, ଅତିରିକ୍ତ ଏସପି ପାହ୍ୟାର ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସୁରୁଖୁରରେ ଫେରାଇ ଆଣିବାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ଏବଂ ପୁଲିସ୍‍ ବିଭାଗର ଭୂମିକା ପ୍ରଶଂସନୀୟ ରହିଥିଲା। ବିଭିନ୍ନ ଯୁଦ୍ଧ ତଥା ଉଗ୍ରବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହିଦ ଓଡ଼ିଆ ଯବାନଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଦାନ କରାଯାଉଥିବା ଟଙ୍କା ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ୩୦ଟି ଜିଲ୍ଲାକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଯୋଜନାରେ ଯୋଡିବା ଏକ ଯୁଗାନ୍ତକାରୀ ପଦକ୍ଷେପ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏହି ଐତିହାସିକ ପଦକ୍ଷେପ ବ୍ୟତୀତ ଗତବର୍ଷ ଅଗଷ୍ଟରେ ୧୧,୦୦୬ ନର୍ସିଂ ଷ୍ଟାଫ୍‍ ପଦ ସୃଷ୍ଟି କରାଯାଇଥିଲା। ସେହିବର୍ଷ ନଭେମ୍ବର ମାସରେ ୮୧ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେହିବର୍ଷ ଏସସିବିକୁ ଏମ୍‍ସପ୍ଲସସ୍ତରୀୟ କରିବା ପାଇଁ ସମସ୍ତ ପ୍ରଶାସନିକ ପଦକ୍ଷେପ ନିଆଯିବା ସହ ଆର୍ଥିକ ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟସେବା ନିଯୁକ୍ତି ବ୍ୟତୀତ ଗତ ଡିସେମ୍ବରରେ ୩୦ ଜଣ ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଟ ନିର୍ବାହୀ ଅଧିକାରୀ, ଏକକାଳୀନ ୬୧୩୧ ଶିକ୍ଷକ ଏବଂ ପରବର୍ତ୍ତୀ ସମୟରେ ୧୨୫ ଜୁନିୟର ଆସିଷ୍ଟାଣ୍ଟ ଅଧିକାରୀ ଓଡ଼ିଶା ପୌର ପ୍ରଶାସନ ଅଧିନରେ ନିଯୁକ୍ତ ପାଇଥିଲେ। ଏହାବ୍ୟତୀତ ହକରମାନଙ୍କୁ ସାମାଜିକ ସୁରକ୍ଷା, ରାସ୍ତା ପାର୍ଶ୍ବ ଉଠା ଦୋକାନୀ ଓ ଗରିବ ଲୋକମାନଙ୍କୁ ଘର ମରାମତି ସହାୟତା ବାବଦରେ ବିପୁଳ ଅର୍ଥରାଶି ପ୍ରଦାନ କରାଯାଇଛି।

ତୃତୀୟ ବର୍ଷ କାର୍ଯ୍ୟକାଳରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ନିଆଯାଇଥିବା ଐତିହାସିକ ନିଷ୍ପତ୍ତିକ୍ରମରେ ଆଉଟସୋର୍ସିଂ ସଂସ୍ଥା ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତିମାନଙ୍କ ପାରିଶ୍ରମିକ ୨୫% ବୃଦ୍ଧି କରାଯାଇଛି ନିକଟରେ ତାରାତାରିଣୀ ମନ୍ଦିର ରୂପାନ୍ତରଣ ପର୍ବ ରାଜ୍ୟବାସୀଙ୍କ ମନ ଜିଣିଥିଲା। ଗତବର୍ଷ ନଭେମ୍ବରରେ ଜନଶୁଣାଣୀ ପୋର୍ଟାଲ ଏବଂ ଓଡ଼ିଶା ଭର୍ଟୁଆଲ ଏକାଡେମୀ ୱେବ ପୋର୍ଟାଲ ଲୋକାର୍ପଣ କରାଯାଇଛି। ଗତବର୍ଷ ଡିସେମ୍ବର ୨୦ ତାରିଖରେ ଓଡ଼ିଶାର ଦୀର୍ଘତମ ସେତୁ ଲୋକାର୍ପଣ କରାଯାଇଥିଲା। କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ୱର ଏବଂ ମହାନଦୀର ସିଂହନାଥ ମନ୍ଦିରକୁ ସଂଯୋଗ ଏହି ସେତୁ ସଂଯୋଗ କରୁଛି।ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ମରାମତି ପାଇଁ ୩୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ନିଷ୍ପତ୍ତି ନିଆଯାଇଥିଲା। ଯାହା ରାଜ୍ୟ ପ୍ରଶାସନ ଉପରେ ଲୋକଙ୍କ ଭରସାକୁ ଦ୍ୱିଗୁଣିତ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର