ପାରଳାଖେମୁଣ୍ଡି ଏସିଏଫଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ପୁଅକୁ ପୋଡ଼ି ମାରି ଦିଆଯାଇଥିବା ଥାନାରେ ଅଭିଯୋଗ ଆଣିଲେ ବାପା

The Sakala Picture
Published On

ବାଲେଶ୍ୱର/ଖଇରା: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର(୩୧)ଙ୍କ ପୋଡ଼ି ହୋଇ ମରିବା ଘଟଣା ସାରା ରାଜ୍ୟରେ ଚଞ୍ଚଲ୍ୟ ଖେଳିଯାଇଛି । ଏହି ଘଟଣାରେ ଏସିଏଫଙ୍କ ବାପା ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବେଗୁନିଆ ଗ୍ରାମର ବାପା ଅଭିରାମ ମହାପାତ୍ର ଆଜି ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ମାମଲା ରୁଜୁ କରିବ ବୋଲି ଖଇରା ଥାନାଧିକାରୀ ସୂଚନା ଦେଇଛନ୍ତି। ବାପା ଅଭିରାମଙ୍କ ଅଭିଯୋଗ ମୁତାବକ […]

ବାଲେଶ୍ୱର/ଖଇରା: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର(୩୧)ଙ୍କ ପୋଡ଼ି ହୋଇ ମରିବା ଘଟଣା ସାରା ରାଜ୍ୟରେ ଚଞ୍ଚଲ୍ୟ ଖେଳିଯାଇଛି । ଏହି ଘଟଣାରେ ଏସିଏଫଙ୍କ ବାପା ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବେଗୁନିଆ ଗ୍ରାମର ବାପା ଅଭିରାମ ମହାପାତ୍ର ଆଜି ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ମାମଲା ରୁଜୁ କରିବ ବୋଲି ଖଇରା ଥାନାଧିକାରୀ ସୂଚନା ଦେଇଛନ୍ତି। ବାପା ଅଭିରାମଙ୍କ ଅଭିଯୋଗ ମୁତାବକ ପୁଅର ସୌମ୍ୟଙ୍କ ସରକାରୀ ବାସଭବନରେ ରୋଷେଇ ପାଇଁ ଘରେ ଗାର୍ଡ ଓ ପତ୍ନୀ ଥିବା ବେଳେ କେମିତି ଶରୀରରେ ନିଆଁ ଲାଗିଲା ତାହା ତାଙ୍କୁ ବିସ୍ମିତ କରିଛି।  ସେପଟେ ଗୁରୁତର ଅବସ୍ଥାରେ ନିକଟସ୍ଥ ବିଶାଖାପାଟଣା ନିଆ ନଯାଇ କାହିଁକି ୫ଶହ କିମି ଦୂର ଭୁବନେଶ୍ବର ଘରୋଇ ହସିପିଟାଲରେ ଭର୍ତ୍ତି କରାଗଲା ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ମଙ୍ଗଳବାର ମୃତ ସୌମ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାରୁ ଲିଖିତ ଅଭିଯୋଗ କରାଯାଇ ପାରିନାହିଁ । ଆଜି ସେ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି କହିବା ସହ ଘଟଣାରେ ବୋହୂ, ଗାର୍ଡ ଓ ସ୍ଥାନୀୟ ଡିଏଫଓଙ୍କ ସଂପୃକ୍ତି ଥିବାର ଅଭିଯୋଗ ଆଣି ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି | ୧୦ ମାସ ତଳେ ଏସିଏଫ ଭାବେ ନିଯୁକ୍ତ ସୌମ୍ୟଙ୍କ ଦେହରେ ହଠାତ ନିଆଁ ଲାଗିବା କାରଣରୁ ସୋମବାର ସନ୍ଧ୍ୟାରେ ସେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯିବା ପରେ ମଙ୍ଗଳବାର ସକାଳେ ସେ ଆଖି ବୁଜିଥିଲେ।
14 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର