ଆସିଲା ’ପଞ୍ଚାୟତ’ ନିର୍ଦେଶନାମା, ବିଜ୍ଞପ୍ତି ପ୍ରକାଶ ଦିନଠାରୁ ଲାଗୁହେବ ଆଚରଣ ବିଧି

The Sakala Picture
Published On

ଭୁବନେଶ୍ବର : ନିର୍ବାଚନ କମିଶନ ବଜାଇଛନ୍ତି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପହିଲି ଘଣ୍ଟା। ସର୍ବଦଳୀୟ ବୈଠକ ପରେ ରାଜ୍ୟରେ ଯେ କୌଣସି ସମୟରେ ଏଥିଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରେ। ତେଣୁ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ପୌରାଞ୍ଚଳ ବ୍ୟତୀତ ସମସ୍ତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଏହି ଆଚରଣ ବିଧି ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ମର୍ମରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟରେ ୨୦୨୨ ପଞ୍ଚାତ ନିର୍ବାଚନ […]

ଭୁବନେଶ୍ବର : ନିର୍ବାଚନ କମିଶନ ବଜାଇଛନ୍ତି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପହିଲି ଘଣ୍ଟା। ସର୍ବଦଳୀୟ ବୈଠକ ପରେ ରାଜ୍ୟରେ ଯେ କୌଣସି ସମୟରେ ଏଥିଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରେ। ତେଣୁ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ପୌରାଞ୍ଚଳ ବ୍ୟତୀତ ସମସ୍ତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଏହି ଆଚରଣ ବିଧି ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ମର୍ମରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟରେ ୨୦୨୨ ପଞ୍ଚାତ ନିର୍ବାଚନ ନିମନ୍ତେ ସମସ୍ତ ପ୍ରାକ୍‍ ପ୍ରସ୍ତୁତି ଶେଷ କରିଛନ୍ତି ନିର୍ବାଚନ କମିଶନର। ଭୋଟର ତାଲିକା ପ୍ରକାଶ ପାଇସାରିଛି। ନିର୍ବାଚନ ଖର୍ଚ୍ଚ ରାଶି ସହ ଗାଡ଼ି ବ୍ୟବହାର ବୃଦ୍ଧି ନେଇ ଘୋଷଣା ହୋଇସାରିଛି। ଦିନ କେଇଟା ମଧ୍ୟ ଚୂଡାନ୍ତ ସର୍ବଦଳୀୟ ବୈଠକ ଡକାଯିବାର ସମ୍ଭାବନା ରହିଛି। ଏହି ବୈଠକ ପରେ ସମସ୍ତ ରାଜନୈତିକ ଦଳକୁ ସଂଶୋଧିତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବ। ତେଣୁ ଚଳିତ ମାସ ଶେଷ ସପ୍ତାହରେ ରାଜ୍ୟରେ ଗ୍ରାମାଞ୍ଚଳ ଭୋଟ୍‍ ନେଇ ବିଗୁଲ୍‍ ବାଜିପାରେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଏହି ଆଦର୍ଶ ଆଚରଣ ବିଧି ସଂକ୍ରାନ୍ତ ମାର୍ଗଦର୍ଶିକା ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରକାଶ ପାଇବ। ସମ୍ବିଧାନର ଧାରା ୨୪୩-କେ ଓ ପଞ୍ଚାୟତ ଆଇନ ଏବଂ ନିୟମାବଳୀରେ ଉଲ୍ଲେଖ କରାଯାଇଥିବା ଆଇନ ଅନୁଯାୟୀ ମାର୍ଗଦର୍ଶିକା ପ୍ରକାଶ ପାଇବ। ଭୋଟ ଗ୍ରହଣ ସରିବା ପରେ ଗଣତି ପ୍ରକ୍ରିୟା ସମାପନ ଯାଏଁ ଏହି ଆଦର୍ଶ ଆଚରଣ ବିଧି ଲାଗୁ ରହିବ। ଚଳିତ ଥର ଭୋଟ ଗ୍ରହଣ ଦିନ ଗଣତି କରାଯିବ ନାହିଁ। ଜୋନ୍‍ ତଥା ବ୍ଲକର ସାମଗ୍ରିକ ତ୍ରି-ସ୍ତରୀୟ ନିର୍ବାଚନ ସରିବା ପରେ ବ୍ଲକ ମୁଖ୍ୟାଳୟରେ ଗଣତି କରାଯିବ। ଗଣତିକୁ ୩ ଦିନ ତଥା ୩ ପର୍ଯ୍ୟାୟରେ ହେବ ବୋଲି ଜଣାପଡ଼ିଛି। ସେହିପରି ଚଳିତ ଥର ୫ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

19 Dec 2021 By The Sakala

ଆସିଲା ’ପଞ୍ଚାୟତ’ ନିର୍ଦେଶନାମା, ବିଜ୍ଞପ୍ତି ପ୍ରକାଶ ଦିନଠାରୁ ଲାଗୁହେବ ଆଚରଣ ବିଧି

ଭୁବନେଶ୍ବର : ନିର୍ବାଚନ କମିଶନ ବଜାଇଛନ୍ତି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପହିଲି ଘଣ୍ଟା। ସର୍ବଦଳୀୟ ବୈଠକ ପରେ ରାଜ୍ୟରେ ଯେ କୌଣସି ସମୟରେ ଏଥିଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରେ। ତେଣୁ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ପୌରାଞ୍ଚଳ ବ୍ୟତୀତ ସମସ୍ତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଏହି ଆଚରଣ ବିଧି ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ମର୍ମରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟରେ ୨୦୨୨ ପଞ୍ଚାତ ନିର୍ବାଚନ ନିମନ୍ତେ ସମସ୍ତ ପ୍ରାକ୍‍ ପ୍ରସ୍ତୁତି ଶେଷ କରିଛନ୍ତି ନିର୍ବାଚନ କମିଶନର। ଭୋଟର ତାଲିକା ପ୍ରକାଶ ପାଇସାରିଛି। ନିର୍ବାଚନ ଖର୍ଚ୍ଚ ରାଶି ସହ ଗାଡ଼ି ବ୍ୟବହାର ବୃଦ୍ଧି ନେଇ ଘୋଷଣା ହୋଇସାରିଛି। ଦିନ କେଇଟା ମଧ୍ୟ ଚୂଡାନ୍ତ ସର୍ବଦଳୀୟ ବୈଠକ ଡକାଯିବାର ସମ୍ଭାବନା ରହିଛି। ଏହି ବୈଠକ ପରେ ସମସ୍ତ ରାଜନୈତିକ ଦଳକୁ ସଂଶୋଧିତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବ। ତେଣୁ ଚଳିତ ମାସ ଶେଷ ସପ୍ତାହରେ ରାଜ୍ୟରେ ଗ୍ରାମାଞ୍ଚଳ ଭୋଟ୍‍ ନେଇ ବିଗୁଲ୍‍ ବାଜିପାରେ।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଏହି ଆଦର୍ଶ ଆଚରଣ ବିଧି ସଂକ୍ରାନ୍ତ ମାର୍ଗଦର୍ଶିକା ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରକାଶ ପାଇବ। ସମ୍ବିଧାନର ଧାରା ୨୪୩-କେ ଓ ପଞ୍ଚାୟତ ଆଇନ ଏବଂ ନିୟମାବଳୀରେ ଉଲ୍ଲେଖ କରାଯାଇଥିବା ଆଇନ ଅନୁଯାୟୀ ମାର୍ଗଦର୍ଶିକା ପ୍ରକାଶ ପାଇବ। ଭୋଟ ଗ୍ରହଣ ସରିବା ପରେ ଗଣତି ପ୍ରକ୍ରିୟା ସମାପନ ଯାଏଁ ଏହି ଆଦର୍ଶ ଆଚରଣ ବିଧି ଲାଗୁ ରହିବ। ଚଳିତ ଥର ଭୋଟ ଗ୍ରହଣ ଦିନ ଗଣତି କରାଯିବ ନାହିଁ। ଜୋନ୍‍ ତଥା ବ୍ଲକର ସାମଗ୍ରିକ ତ୍ରି-ସ୍ତରୀୟ ନିର୍ବାଚନ ସରିବା ପରେ ବ୍ଲକ ମୁଖ୍ୟାଳୟରେ ଗଣତି କରାଯିବ। ଗଣତିକୁ ୩ ଦିନ ତଥା ୩ ପର୍ଯ୍ୟାୟରେ ହେବ ବୋଲି ଜଣାପଡ଼ିଛି। ସେହିପରି ଚଳିତ ଥର ୫ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର