ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଟ୍ରାକକୁ ଫେରିବ ଶିକ୍ଷା ବ୍ୟବସ୍ଥା: ଦୀପାବଳି ପରେ ଖୋଲିପାରେ ପ୍ରଥମରୁ- ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ୍

The Sakala Picture
Published On

ଭୁବନେଶ୍ୱର: ଦୁଇ ବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ଯନ୍ତ ପୂର୍ବ ଭଳି ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ପହିଲାରୁ ଖୋଲିବ ଯୁକ୍ତ ତିନି । ଏବେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀପାବଳି ପରେ ଏନେଇ ନିଷ୍ପତ୍ତି ନିଆଯିବ । ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି । ପ୍ରଥମରୁ ସପ୍ତମ ପର୍ଯ୍ଯନ୍ତ […]

ଭୁବନେଶ୍ୱର: ଦୁଇ ବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ଯନ୍ତ ପୂର୍ବ ଭଳି ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ପହିଲାରୁ ଖୋଲିବ ଯୁକ୍ତ ତିନି । ଏବେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀପାବଳି ପରେ ଏନେଇ ନିଷ୍ପତ୍ତି ନିଆଯିବ ।

ଆହୁରି ପଢ଼ନ୍ତୁ: ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ୭୬ ବର୍ଷ ବୟସରେ ପରଲୋକ

ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି । ପ୍ରଥମରୁ ସପ୍ତମ ପର୍ଯ୍ଯନ୍ତ ସ୍କୁଲ ଖୋଲିବ । ପାର୍ବଣ ଋତୁ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସରକାର । ଏବେ ଅଷ୍ଟମରୁ ଦ୍ୱାଦଶ ପର୍ଯ୍ଯନ୍ତ ସ୍କୁଲ୍ ଖୋଲିଛି । ପ୍ରାୟ ୨ ବର୍ଷ ଧରି ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିବାରୁ ଏବେ ସ୍କୁଲ ଖୋଲିବାର ଆବଶ୍ୟକତା ରହିଛି । କିନ୍ତୁ ସରକାର ସବୁ ସମୟରେ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଦଶହରା ପରେ ସଂକ୍ରମଣ ବଢୁଥିବାରୁ ସରକାର ଟେଷ୍ଟିଂ ହାର୍ ମଧ୍ୟ ବଢ଼ାଇଛନ୍ତି । ଦୀପାବଳି ପରେ ସ୍ଥିତିକୁ ବିଚାର କରି ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ୍ ଖୋଲିବା ନେଇ ବିଚାରବିମର୍ଶ କରିବେ । ତୃତୀୟ ଲହର ଆସିବାର ମଧ୍ୟ ସମ୍ଭାବନା କମ୍ ରହିଛି । ତେଣୁ ସ୍ଥିତିକୁ ଦେଖି ସରକାର ଆବଶ୍ୟକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏଏସଆଇ: ମାମଲା ରଫାଦଫା ପାଇଁ ନେଉଥିଲେ ୮ ହଜାର ଟଙ୍କା ଲାଞ୍ଚ

ଆସନ୍ତା ନଭେମ୍ବର ପହିଲାରୁ ଯୁକ୍ତ ତିନି ଏବଂ ୧୫ ତାରିଖରୁ ଆରମ୍ଭ ହେବ ପ୍ରଥମ ବର୍ଷ ପିଜି ପାଠପଢ଼ା । କୋଭିଡ୍ ନିୟମର ଅନୁପାଳନରେ ସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିୟମିତ ମାସ୍କ ପିନ୍ଧିବା ସହ ଶ୍ରେଣୀ ଗୃହରେ ସାମାଜିକ ଦୂରତା ଅବଲମ୍ବନ ବାଧ୍ୟତାମୂଳକ ରହିବ । ହାତ ସାନିଟାଇଜ୍ ବାଧ୍ୟତାମୂଳକ କରାଯିବା ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ଛେପ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସ୍ନାତକ ଓ ସ୍ନାତକୋତ୍ତର ପାଠ ସହ ହଷ୍ଟେଲ ଖୋଲିବାକୁ ମଧ୍ୟ ଗ୍ରୀନ୍ ସିଗନାଲ ମିଳିଛି । ସବୁ କଲେଜରେ ସ୍ୱତନ୍ତ୍ର ଆଇସୋଲେସନ୍ ରୁମ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ପହିଲି ରଜ: ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ, ଘରେ ଘରେ ପିଠାପଣାର ମହକ

କରୋନା ସ୍ଥିତି ଓ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ବିଭିନ୍ନ ସମୟରେ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ସ୍ଥିତିରେ ସୁଧାର ଆସିଲେ, ଟ୍ରାକକୁ ଫେରି ପାରେ ଶିକ୍ଷା ବ୍ୟବସ୍ଥା । ଯଦିଓ ମହାମାରୀ ସଂକଟରେ ଅନଲାଇନ୍ କ୍ଲାସ୍ ବ୍ୟବସ୍ଥା ହୋଇଛି । ମାତ୍ର ନେଟୱାର୍କ ସମସ୍ୟା ଓ କିଛି ଛାତ୍ରଙ୍କ ମୋବାଇଲ ନଥିବାରୁ ଶତପ୍ରତିଶତ ସଫଳ ହୋଇପାରିନି ।

27 Oct 2021 By The Sakala

ଟ୍ରାକକୁ ଫେରିବ ଶିକ୍ଷା ବ୍ୟବସ୍ଥା: ଦୀପାବଳି ପରେ ଖୋଲିପାରେ ପ୍ରଥମରୁ- ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ୍

ଭୁବନେଶ୍ୱର: ଦୁଇ ବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ଯନ୍ତ ପୂର୍ବ ଭଳି ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ପହିଲାରୁ ଖୋଲିବ ଯୁକ୍ତ ତିନି । ଏବେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀପାବଳି ପରେ ଏନେଇ ନିଷ୍ପତ୍ତି ନିଆଯିବ ।

ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି । ପ୍ରଥମରୁ ସପ୍ତମ ପର୍ଯ୍ଯନ୍ତ ସ୍କୁଲ ଖୋଲିବ । ପାର୍ବଣ ଋତୁ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସରକାର । ଏବେ ଅଷ୍ଟମରୁ ଦ୍ୱାଦଶ ପର୍ଯ୍ଯନ୍ତ ସ୍କୁଲ୍ ଖୋଲିଛି । ପ୍ରାୟ ୨ ବର୍ଷ ଧରି ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିବାରୁ ଏବେ ସ୍କୁଲ ଖୋଲିବାର ଆବଶ୍ୟକତା ରହିଛି । କିନ୍ତୁ ସରକାର ସବୁ ସମୟରେ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଦଶହରା ପରେ ସଂକ୍ରମଣ ବଢୁଥିବାରୁ ସରକାର ଟେଷ୍ଟିଂ ହାର୍ ମଧ୍ୟ ବଢ଼ାଇଛନ୍ତି । ଦୀପାବଳି ପରେ ସ୍ଥିତିକୁ ବିଚାର କରି ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ୍ ଖୋଲିବା ନେଇ ବିଚାରବିମର୍ଶ କରିବେ । ତୃତୀୟ ଲହର ଆସିବାର ମଧ୍ୟ ସମ୍ଭାବନା କମ୍ ରହିଛି । ତେଣୁ ସ୍ଥିତିକୁ ଦେଖି ସରକାର ଆବଶ୍ୟକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଆସନ୍ତା ନଭେମ୍ବର ପହିଲାରୁ ଯୁକ୍ତ ତିନି ଏବଂ ୧୫ ତାରିଖରୁ ଆରମ୍ଭ ହେବ ପ୍ରଥମ ବର୍ଷ ପିଜି ପାଠପଢ଼ା । କୋଭିଡ୍ ନିୟମର ଅନୁପାଳନରେ ସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିୟମିତ ମାସ୍କ ପିନ୍ଧିବା ସହ ଶ୍ରେଣୀ ଗୃହରେ ସାମାଜିକ ଦୂରତା ଅବଲମ୍ବନ ବାଧ୍ୟତାମୂଳକ ରହିବ । ହାତ ସାନିଟାଇଜ୍ ବାଧ୍ୟତାମୂଳକ କରାଯିବା ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ଛେପ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସ୍ନାତକ ଓ ସ୍ନାତକୋତ୍ତର ପାଠ ସହ ହଷ୍ଟେଲ ଖୋଲିବାକୁ ମଧ୍ୟ ଗ୍ରୀନ୍ ସିଗନାଲ ମିଳିଛି । ସବୁ କଲେଜରେ ସ୍ୱତନ୍ତ୍ର ଆଇସୋଲେସନ୍ ରୁମ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ସ୍ଥିତି ଓ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ବିଭିନ୍ନ ସମୟରେ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ସ୍ଥିତିରେ ସୁଧାର ଆସିଲେ, ଟ୍ରାକକୁ ଫେରି ପାରେ ଶିକ୍ଷା ବ୍ୟବସ୍ଥା । ଯଦିଓ ମହାମାରୀ ସଂକଟରେ ଅନଲାଇନ୍ କ୍ଲାସ୍ ବ୍ୟବସ୍ଥା ହୋଇଛି । ମାତ୍ର ନେଟୱାର୍କ ସମସ୍ୟା ଓ କିଛି ଛାତ୍ରଙ୍କ ମୋବାଇଲ ନଥିବାରୁ ଶତପ୍ରତିଶତ ସଫଳ ହୋଇପାରିନି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର