ମାଟ୍ରିକ ସାର୍ଟିଫିକେଟ୍‌ରେ ଉଲ୍ଲେଖ ଥିବା ଜନ୍ମ ତାରିଖ ସମସ୍ତ କ୍ଷେତ୍ର ପାଇଁ ପ୍ରଯୁଜ୍ୟ: ହାଇକୋର୍ଟ

The Sakala Picture
Published On

କଟକ: ମାଟ୍ରିକ୍‌ ବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ଏଚଏସସି) ପାସ୍‌ ପ୍ରମାଣପତ୍ରରେ ଉଲ୍ଲେଖ ଥିବା ଜନ୍ମ ତାରିଖକୁ ଯେକୌଣସି କ୍ଷେତ୍ରରେ ଜନ୍ମ ତାରିଖ ଭାବେ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଆବେଦନକାରୀଙ୍କ ସର୍ଭିସ୍‌ ବୁକ୍‌ରେ ସଂଲଗ୍ନ ଏଚ୍‌ଏସ୍‌ସି ପ୍ରମାଣପତ୍ରର ଜନ୍ମ ତାରିଖ ଅନୁସାରେ ତାଙ୍କୁ ଅବସର ଦିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ମଦନ ରାଉଳଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ […]

କଟକ: ମାଟ୍ରିକ୍‌ ବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ଏଚଏସସି) ପାସ୍‌ ପ୍ରମାଣପତ୍ରରେ ଉଲ୍ଲେଖ ଥିବା ଜନ୍ମ ତାରିଖକୁ ଯେକୌଣସି କ୍ଷେତ୍ରରେ ଜନ୍ମ ତାରିଖ ଭାବେ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଆବେଦନକାରୀଙ୍କ ସର୍ଭିସ୍‌ ବୁକ୍‌ରେ ସଂଲଗ୍ନ ଏଚ୍‌ଏସ୍‌ସି ପ୍ରମାଣପତ୍ରର ଜନ୍ମ ତାରିଖ ଅନୁସାରେ ତାଙ୍କୁ ଅବସର ଦିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ମଦନ ରାଉଳଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଯେହେତୁ ଆବେଦନକାରୀଙ୍କୁ ୨୦୦୮ ଜୁଲାଇ ୩୧ ବଦଳରେ ୨୦୦୬ ଜୁଲାଇ ୩୧ରେ ଅବସର ଦିଆଯାଇଛି ଓ ସେ ଏହି ସମୟ ପାଇଁ କୌଣସି କାର୍ଯ୍ୟ କରିନଥିବାରୁ ଉପରୋକ୍ତ ଅବଧିର ବେତନ ପାଇଁ ଦାବିଦାର ନୁହଁନ୍ତି ବୋଲି ଅଦାଲତ କହିଛନ୍ତି। କିନ୍ତୁ ଏହି ଅନୁସାରେ ତାଙ୍କୁ ୩ ମାସ ମଧ୍ୟରେ ସଂଶୋଧିତ ପେନସନ୍‌ ଓ ଅନ୍ୟ ବକେୟା ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ମାମଲାରୁ ପ୍ରକାଶ ଯେ, ସମ୍ବଲପୁର କୃଷି ବିଭାଗର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ୧୯୬୮ଫେବ୍ରୁଆରୀ ୨୭ରେ ପିଅନ ଭାବେ ଯୋଗ ଦେଇଥିଲେ। ସେହି ସମୟରେ ସେ ମାଟ୍ରିକ୍‌ ପାସ୍‌ କରି ନଥିଲେ। ତାଙ୍କ ସର୍ଭିସ୍‌ ବୁକରେ ଜନ୍ମ ତାରିଖ ୧୯୪୮ ଜୁଲାଇ ୧୨ ବୋଲି ଉଲ୍ଲେଖ ଥିଲା। ୧୯୭୦ରେ ଆବେଦନକାରୀ ମାଟ୍ରିକ୍‌ ପାସ୍‌ କରିଥିଲେ ଓ ୧୯୭୩ରେ ଡାଇରିଷ୍ଟ ତଥା ଟାଇପିଷ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ମାଟ୍ରିକ୍‌ ପ୍ରମାଣପତ୍ରରେ ତାଙ୍କର ଜନ୍ମ ତାରିଖ କିନ୍ତୁ ୧୯୫୦ ଜୁଲାଇ ୧୨ବୋଲି ଉଲ୍ଲେଖ ଥିଲା। ଯାହା ସର୍ଭିସ୍ ବୁକ୍‌ରେ ରେକର୍ଡ ହୋଇଥିଲା। ହେଲେ ଆବେଦନକାରୀଙ୍କୁ ତାଙ୍କର ଜନ୍ମ ତାରିଖ ୧୯୪୮ ଜୁଲାଇ ୧୨ ଅନୁସାରେ ଗତ ୨୦୦୬ ଜୁଲାଇ ୩୧ରେ ଅବସର ଦିଆଯାଇଥିଲା। ଏହି ଆଦେଶ ବିରୋଧରେ ସେ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ ଉଚ୍ଛେଦ ପରେ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର