ପିପିଲି ଉପ-ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି: ଦୀର୍ଘ ବର୍ଷେ ପରେ ପିପିଲିବାସୀ ପାଇବେ ନୂଆ ନିର୍ବାଚିତ ପ୍ରତିନିଧି

The Sakala Picture
Published On

ଭୁବନେଶ୍ଵର / ପୁରୀ: ଆଜି ବାହାରିବ ପିପିଲି ଫଳ। ଦୀର୍ଘ ବର୍ଷେ ପରେ ପିପିଲିବାସୀ ପାଇବେ ନୂଆ ନିର୍ବାଚିତ ପ୍ରତିନିଧି। ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ  ହୋଇଯାଇଛି। ପୁରୀ ପେଣ୍ଠକଟା ସେଣ୍ଟରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯାଇଛି। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି ଆରମ୍ଭ ହୋଇଛି। ୧୪ଟି ଟେବୁଲରେ ପ୍ରାୟ ୨୫ ରାଉଣ୍ଡ ଭୋଟ ଗଣତି ହେବ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ ସମୟରେ ଭୋଟ ଗଣତି […]

ଭୁବନେଶ୍ଵର / ପୁରୀ: ଆଜି ବାହାରିବ ପିପିଲି ଫଳ। ଦୀର୍ଘ ବର୍ଷେ ପରେ ପିପିଲିବାସୀ ପାଇବେ ନୂଆ ନିର୍ବାଚିତ ପ୍ରତିନିଧି। ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ  ହୋଇଯାଇଛି। ପୁରୀ ପେଣ୍ଠକଟା ସେଣ୍ଟରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯାଇଛି। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

୧୪ଟି ଟେବୁଲରେ ପ୍ରାୟ ୨୫ ରାଉଣ୍ଡ ଭୋଟ ଗଣତି ହେବ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ ସମୟରେ ଭୋଟ ଗଣତି ସ୍ଥାନରେ କୋଭିଡ୍ କଟକଣା କଡ଼ାକଡ଼ି କରାଯାଇଛି।  ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି । ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ୨ଟି ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି। ୩ଟି ହଲ୍‌ରେ ଭୋଟ ଗଣତି ହେବ । ଗୋଟିଏ ହଲ୍‌ରେ ପୋଷ୍ଟାଲ ବାଲାଟ୍ ଏବଂ ଅନ୍ୟ ୨ଟି ହଲ୍‌ରେ ଇଭିଏମ୍ ଭୋଟ ଗଣତି ହେବ । ଗଣତି ଜଣେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯିବ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଏହା ବ୍ୟତୀତ ୩ ଅତିରିକ୍ତ ଏଆରଓ ମଧ୍ୟ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ୩୪୮ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଇଥିଲା | ପ୍ରତି ହଲ୍‌ରେ ୭ଟି ଲେଖାଏଁ ଗଣତି ଟେବୁଲ ରହିବ। ପ୍ରତି ଟେବୁଲ ଦାୟିତ୍ବରେ ଜଣେ ଗଣତି ସହକାରୀ (କାଉଣ୍ଡିଂ ଆସିଷ୍ଟାଣ୍ଟ), ଜଣେ ସୁପରଭାଇଜର ଏବଂ ଜଣେ ମାଇକ୍ରୋ ଅବଜରଭର ରହିବେ। ସେହିପରି ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟମାନେ ମଧ୍ୟ ଗଣତି ପ୍ରକ୍ରିୟାରେ ସାମିଲ ହେବେ। ପ୍ରତି ଟେବୁଲ ପାଖରେ ଡିସପ୍ଲେ ବୋର୍ଡ ବ୍ୟବସ୍ଥା କରାଯାଇଛି। ଏହା ଦ୍ବାରା କୌଣସି ଟେବୁଲ ପାଖରେ ଗହଳିକୁ ନିୟନ୍ତ୍ରଣ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଭୋଟ ଗଣତି ନିମନ୍ତେ ଆଇନ ଶୃଙ୍ଖଳା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଗଣତି ହଲ୍ ଏବଂ ସ୍ଥାନୀୟ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣତି ହଲ୍ ବାହାରେ ରାଜ୍ୟ ପୁଲିସ୍ ମଧ୍ୟ ଭାଗରେ ରାଜ୍ୟ ସଶସ୍ତ୍ର ପୁଲିସ୍ ରହିବେ । ସେହିପରି ଗଣତି ହଲ୍‌ରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ରହିବେ।

ଗଣମାଧ୍ୟମ ପ୍ରତିନିଧିମାନେ ଛୋଟ ଛୋଟ ଦଳ ହୋଇ ଗଣତି ହଲ୍‌କୁ ଯାଇ ସୂଚନା ସଂଗ୍ରହ କରିପାରିବେ। ମାତ୍ର ସମ୍ବେଦନଶୀଳ ନିର୍ବାଚନୀ ସାମଗ୍ରୀ (ଇଭିଏମ୍, ଡିସପ୍ଲେ) ଇତ୍ୟାଦିର ଫଟୋ ଏବଂ ଭିଡିଓ ଉତ୍ତୋଳନକୁ ବାରଣ କରାଯାଇଛି। ପିପିଲି ଆସନରେ ୧୦ ପ୍ରାର୍ଥୀ ରହିଥିଲେ ବି ମୁଖ୍ୟ ଲଢେଇ ୩ ଦଳ ମଧ୍ୟରେ ହେଉଛି । ବିଜେଡି ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସ ପକ୍ଷରୁ ବିଶ୍ବକେଶନ ହରିଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯିଏ ବି ପିପିଲିରେ ବିଜୟୀ ହୁଅନ୍ତୁ ନା କାହିଁକି ସେ ପ୍ରଥମ ଥର ନିମନ୍ତେ ନିର୍ବାଚିତ ହେବେ |

ଗଣତିର ଦିନକ ପୂର୍ବରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ପୁରୀସ୍ଥିତ ସଦ୍‌ଭାବନା ଗୃହରେ ନିୟୋଜିତ ଅଧିକାରୀଙ୍କୁ ଗଣତି ପ୍ରକ୍ରିୟା ସମ୍ପର୍କରେ ଅବଗତି କରାଯାଇଛି। ଏହି ଉପନିର୍ବାଚନରେ ୯୫,୩୮୩ ଜଣ ପୁରୁଷ ଏବଂ ୮୪,୫୯୭ ଜଣ ମହିଳା ଭୋଟର ମତ ମତଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର