ଆଜି ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ରାଉରକେଲା/ଭୁବନେଶ୍ୱର: ରାଉରକେଲା ସହିତ ପୂରା ସୁନ୍ଦରଗଡ଼ ଜିଲ୍ଲା ଇତିହାସରେ ବିକାଶର ଏକାଧିକ ନୂଆ ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଉରକେଲା ଗସ୍ତ କରିବା ସହ ସେଠାରେ ନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌‌କୁ ଉଦ୍‌‌ଘାଟନ କରିବେ। ଏହାସହ ରାଉରକେଲାରେ ‘ମୋ ବସ୍‌‌’ ସେବା, ସୁନ୍ଦରଗଡ଼ରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜକୁ ମଧ୍ୟ ଉଦ୍‌‌ଘାଟନ କରିବେ। ନିଜର ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ […]

ରାଉରକେଲା/ଭୁବନେଶ୍ୱର: ରାଉରକେଲା ସହିତ ପୂରା ସୁନ୍ଦରଗଡ଼ ଜିଲ୍ଲା ଇତିହାସରେ ବିକାଶର ଏକାଧିକ ନୂଆ ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଉରକେଲା ଗସ୍ତ କରିବା ସହ ସେଠାରେ ନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌‌କୁ ଉଦ୍‌‌ଘାଟନ କରିବେ। ଏହାସହ ରାଉରକେଲାରେ ‘ମୋ ବସ୍‌‌’ ସେବା, ସୁନ୍ଦରଗଡ଼ରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜକୁ ମଧ୍ୟ ଉଦ୍‌‌ଘାଟନ କରିବେ। ନିଜର ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ରାଉରକେଲାରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌‌ ହକିର ଆୟୋଜନ ସହ ବିଶ୍ୱ ମାନଚିତ୍ରରେ ରାଉରକେଲାର ଚମକ ଦ୍ୱିଗୁଣିତ ହେବାକୁ ଥିବାବେଳେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ଜିଲ୍ଲାବାସୀଙ୍କ ଖୁସିକୁ ବହୁଗୁଣିତ କରିଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସୂଚନା ଅନୁଯାୟୀ, ରାଉରକେଲାରେ ନବନିର୍ମିତ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ୧୨ଟା ୧୫ ମିନିଟ ସମୟରେ ପହଞ୍ଚିବେ। ଏଠାରୁ ସେ ସିଧାସଳଖ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଯିବେ। ସେଠାରେ ସେ ବିଶ୍ୱକପ୍‌‌ କହି ଖେଳାଳିଙ୍କ ରହିବା ଲାଗି ନିର୍ମିତ ୨୨୫ଟି ଆଡ଼ମ୍ୱରପୂର୍ଣ୍ଣ କୋଠରି(ସ୍ପୋର୍ଟ ଭିଲେଜ) ଉଦ୍‌‌ଘାଟନ କରିବା ସହ ଭାରତୀୟ ହକି ଖେଳାଳିଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି। ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟମନ୍ତ୍ରୀ ରାଉରକେଲାସ୍ଥିତ ଡିଏଭି ପୁଷ୍କରିଣୀ ନିକଟରେ ଆୟୋଜିତ ସଭାରେ ଡିଜିଟାଲ ମାଧ୍ୟମରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏହାପରେ ୪ଟା ୨୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ବହୁ ପ୍ରତୀକ୍ଷିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଉଦ୍‌‌ଘାଟନ କରିବେ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମ ସହ ୧୧ କୋଟି ୯୯ ଲକ୍ଷ ବ୍ୟୟରେ ନିର୍ମିତ ରାଉରକେଲା ବାସନ୍ତୀ କଲୋନୀ ଡିଏଭି ପୋଖରୀଠାରେ ୱାଟର ପାର୍କ ଉଦ୍‌‌ଘାଟନ କରିବେ। ଏହାପରେ ୧୪୬ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଫୁଟବଲ୍‌‌ ଷ୍ଟାଡିୟମ୍‌‌, ମଲ୍ଟି କାର୍‌‌ ପାର୍କିଂ ବ୍ୟବସ୍ଥା, ହନୁମାନ ବାଟିକା ଛକରୁ ଆରଏସ୍‌‌ପି ମୁଖ୍ୟ ଫାଟକ ପର୍ଯ୍ୟନ୍ତ ୧୭ କୋଟି ୯୩ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ରିଂ ରୋଡ୍‌‌ର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ମଧ୍ୟ ଉଦ୍‌‌ଘାଟନ କରିବେ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଏତଦ୍‌‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ହକି ଆଷ୍ଟ୍ରୋଟର୍ଫ, ଟ୍ରାଫିକ୍‌‌ ଛକ ନିକଟ ସେନ୍ସରି ପାର୍କ, ରଘୁନାଥପାଲୀ ଭେଣ୍ଡିଂ ଜୋନ୍‌‌, ପାନ୍‌‌ପୋଷ ଏନ୍‌‌ଏସି ମାର୍କେଟ ତଥା ହକି ଛକର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଭୟ ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ ଓ ଡିଏଭି ପୁସ୍କରଣୀ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ ଯେ ଆସନ୍ତା ୧୩ ତାରିଖରେ ରାଉରକେଲାରେ ବିଶ୍ୱକପ୍‌‌ ଉଦ୍‌‌ଘାଟନୀ ମ୍ୟାଚ୍‌‌ ଖେଳାଯିବାକୁ ଥିବାବେଳେ ମୋଟ ୨୦ଟି ମ୍ୟାଚ୍‌‌ ଏହି ଷ୍ଟାଡିୟମରେ ଖେଳାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର