ଆସନ୍ତା ୨୨ ତାରିଖରେ ମୁଖ୍ଯମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ: ବାଣ୍ଟିବେ ସ୍ବାସ୍ଥ୍ଯ କାର୍ଡ, ଖୋଲିବେ ବିକାଶର ପେଡି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ସାମଗ୍ରିକ ବିକାଶର ସଫଳ ରୂପାୟଣ ପାଇଁ ପ୍ରଶାସନର ଲୋକାଭିମୁଖୀ ଆଭିମୁଖ୍ୟକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ। ଏହିକ୍ରମରେ ଶାସନତନ୍ତ୍ରକୁ ଅଧିକ ଉତ୍ତରଦାୟୀ କରିବା ସହ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ନବୀନ ପ୍ରତିଶ୍ରୁତିବଦ୍ଧ। ଆଞ୍ଚଳିକ ସାମ୍ୟବିକାଶ ନୀତିରେ ପଶ୍ଚିମ ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିଥିବା ନବୀନ ତାଙ୍କ ‘ମିଶନ ପଶ୍ଚିମ’ରେ ଯୋଡ଼ିଛନ୍ତି ଆଉ ଏକ ଫର୍ଦ୍ଦ । ପଶ୍ଚିମ ଓଡ଼ିଶାର ବିକାଶ ପ୍ରତି ବିଶେଷ ଧ୍ୟାନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ […]

ଭୁବନେଶ୍ୱର: ରାଜ୍ୟର ସାମଗ୍ରିକ ବିକାଶର ସଫଳ ରୂପାୟଣ ପାଇଁ ପ୍ରଶାସନର ଲୋକାଭିମୁଖୀ ଆଭିମୁଖ୍ୟକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ। ଏହିକ୍ରମରେ ଶାସନତନ୍ତ୍ରକୁ ଅଧିକ ଉତ୍ତରଦାୟୀ କରିବା ସହ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ନବୀନ ପ୍ରତିଶ୍ରୁତିବଦ୍ଧ। ଆଞ୍ଚଳିକ ସାମ୍ୟବିକାଶ ନୀତିରେ ପଶ୍ଚିମ ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିଥିବା ନବୀନ ତାଙ୍କ ‘ମିଶନ ପଶ୍ଚିମ’ରେ ଯୋଡ଼ିଛନ୍ତି ଆଉ ଏକ ଫର୍ଦ୍ଦ । ପଶ୍ଚିମ ଓଡ଼ିଶାର ବିକାଶ ପ୍ରତି ବିଶେଷ ଧ୍ୟାନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ କଳାହାଣ୍ଡି ଓ ପରେ ପରେ ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନେଇଛନ୍ତି ବହୁ ପଦକ୍ଷେପ ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଏହିକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଶ୍ଚିମ ଓଡ଼ିଶା ବିକାଶ ନକ୍ସାରେ ଯୋଡ଼ି ହୋଇଛି ବଲାଙ୍ଗିର। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବହୁ ଗୁରୁତ୍ଵ ବହନ କରୁଛି। ଏହି ଦିନିକିଆ ବଲାଙ୍ଗିର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭଦେବେ । ତିନି ତିନିଟି ପୃଥକ୍ ସଭାରେ ଯୋଗଦେଇ ଜିଲ୍ଲାର ଯୋଗ୍ୟ ହିତାଧ୍ୟାକାରୀଙ୍କ ହାତରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବାର ଚାବି ଅର୍ଥାତ୍ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ଧରାଇବେ । କେବଳ ସେତିକି ନୁହେଁ, ବଲାଙ୍ଗିର ଜିଲ୍ଲା ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅନେକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ ବି ଏହି ଅବସରରେ କରାଯିବାର କାର୍ଯ୍ୟକ୍ରମ ରହିଛି । ଟିଟିଲାଗଡ଼, ପାଟଣାଗଡ଼ ଏବଂ ବଲାଙ୍ଗିର ତିନିଟି ଯାକ ସଭାରେ ଉପସ୍ଥିତ ବଲାଙ୍ଗିରବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ପରେ ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଅନ୍ୟ ପଦସ୍ଥ ବ୍ୟକ୍ତିବିଶେଷ ଜିଲ୍ଲାରେ ରହି ସମସ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ନପୂର୍ଣ୍ଣା ଓ ଅନ୍ତୋଦୟ ହିତାଧିକାରୀଙ୍କୁ ସେମାନଙ୍କର ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ କାର୍ଯ୍ୟକ୍ରମ ଆପାତତଃ ଚୂଡାନ୍ତ ହୋଇଛି। ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କ୍ଷେତ୍ରରେ ଏହା ତୃତୀୟ ଜିଲ୍ଲା ହେବ । ଏହା ପୂର୍ବରୁ ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଡ ବଣ୍ଟନ କରାଯାଇଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ସେଦିନ (୨୨ତାରିଖରେ) ପୂର୍ବାହ୍ନ ୧୦ଟା ୧୫ ମିନିଟରେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ । ୧୦ଟା ୩୫ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ ସରକାରୀ ମହିଳା କଲେଜ ସଂଲଗ୍ନ ମିନି ଷ୍ଟାଡିୟମରେ ଅନୁଷ୍ଠିତ ସଭାରେ ଯୋଗଦେବେ। ଅଳ୍ପ କିଛି ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସେହିଦିନ ସଭାମଞ୍ଚରେ ସେମାନଙ୍କ ଲାଗି ଉଦ୍ଦିଷ୍ଟ ସ୍ବାସ୍ଥ୍ୟ କବଚ ବା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ କିଛି ପ୍ରକଳ୍ପର ଶୁଭଦେବେ ଓ ଆଉ କିଛି ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଟିଟିଲାଗଡ଼ରେ ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ବୋଧନ କରିବେ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ପରେ ମୁଖ୍ୟମନ୍ତ୍ରୀ ସେଠାରୁ ହେଲିକପ୍ଟର ଯୋଗେ ପାଟଣାଗଡ଼ ଆସିବେ। ରମାଇ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଅନ୍ୟ ଏକ ସଭାରେ ମୁଖ୍ୟମନ୍ତ୍ରୀ ଆଉ କିଛି ହିତାଧିକାରୀଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିବେ। ବଲାଙ୍ଗିରର ଅନ୍ୟତମ ଆକର୍ଷଣ ହରିଶଙ୍କର ମନ୍ଦିର ବିକାଶ କରିବା ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାର କାର୍ଯ୍ୟାନ୍ବୟନ ହେବ। ଉଭୟ ଧର୍ମିକ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ପୀଠର ବିକାଶ କରାଯିବ। ଏଠାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପରେ ହେଲିକପ୍ଟର ଯୋଗେ ବଲାଙ୍ଗିର ଯିବେ। ସେଠାରେ ଗାନ୍ଧୀ ଷ୍ଟାଡିୟମ ସଂଲଗ୍ନ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବଲାଙ୍ଗିର ସଭାରେ ମୁଖ୍ୟମନ୍ତ୍ରୀ ଆଉ କିଛି ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରିବେ । ଏଠାରେ ମଧ୍ୟ ବିକାଶର ପସରା ମେଲାଇବେ ନବୀନ । କିଛି ପ୍ରକଳ୍ପର ଶୁଭ ଦିଆଯିବ ଓ ଆଉ କିଛି ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ବଲାଙ୍ଗିରରେ ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ପରେ ଶ୍ରୀ ପଟ୍ଟନାୟକ ୧୨ଟା ୩୩ମିନିଟରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ବଲାଙ୍ଗିର ଜିଲ୍ଲାର ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଯୋଜନ ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ବି ଯୋଗଦେବେ।

ଉଲ୍ଲେଖଥାଉକି, ରାଜ୍ୟ ସରକାର ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରିବା ସହିତ ଲୋକଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାର ଉତ୍ତରଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି। ଆର୍ଥିକ ଦୃଷ୍ଟିରୁ ପଛରେ ଥିବା ଲୋକେ ଆଉ ଚିକିତ୍ସା ପାଇଁ ନା ଋଣ କରିବେ ନା ଘରର ସଂପତ୍ତି ବିକ୍ରି କରିବେ । ଏବେ ରାଜ୍ୟ ସରକାରଙ୍କ ଏହି ସ୍ମାର୍ଟ ଦେଖାଇ ରାଜ୍ୟ ତଥା ଦେଶର ପ୍ରମୁଖ ୨୦୦ଟି ହସ୍ପିଟାଲରେ ନିଜର ଓ ନିଜର ପରିବାରର ଚିକିତ୍ସା କରିପାରିବେ। ଏହି ସ୍ମାର୍ଟ କାର୍ଡ ଜରିଆରେ ପୁରୁଷମାନେ ୫ଲକ୍ଷ ଟଙ୍କା ଓ ମହିଳା ମାନେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପାଇପାରିବେ। ଏଥିସହିତ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି, ସେହି କ୍ରମରେ ବଲାଙ୍ଗୀର ଜିଲ୍ଲାର ମଧ୍ୟ ରୂପାନ୍ତରୀକରଣ ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ।

19 Sep 2021 By The Sakala

https://www.thesakala.in/latest-odisha-news/the-chief-minister-visit-to-balangir-on-the-22nd-sep/article-5487
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର