ରାଜଧାନୀରେ ଫୁଟବଲ୍‍ ଫିଭର: କମ୍ପୁଛି କଳିଙ୍ଗ ଷ୍ଟାଡିୟମ, ଅଣ୍ଡର- ୧୭ ଫିପା ମହିଳା ବିଶ୍ଵକପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ବନେଶ୍ୱର: ହକି ପରେ ଏବେ  ଫୁଟବଲ୍‍ ଫିଭର। ଆରମ୍ଭ ହେଲା ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଫିଫା ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅଣ୍ଡର- ୧୭ ମହିଳା ଫିଫା ବିଶ୍ୱକପ ଉଦଘାଟିତ ହୋଇଛି। ଏହି ଉଦଘାଟନୀ ସମୟରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଯୁଜୁ ପ୍ରମୁଖ […]

ବନେଶ୍ୱର: ହକି ପରେ ଏବେ  ଫୁଟବଲ୍‍ ଫିଭର। ଆରମ୍ଭ ହେଲା ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଫିଫା ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅଣ୍ଡର- ୧୭ ମହିଳା ଫିଫା ବିଶ୍ୱକପ ଉଦଘାଟିତ ହୋଇଛି। ଏହି ଉଦଘାଟନୀ ସମୟରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଯୁଜୁ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଏହା ପରେ ଶକ୍ତିଶାଳୀ ଆମେରିକାକୁ  ଓ ଭାରତ ମଧ୍ଯରେ ଖେଲାଯାଉଛି । ଆମେରିକାର ମହିଳା ଫୁଟବଲ ଟିମ୍ ରାକିଙ୍ଗରେ ୧ ନମ୍ବର ସ୍ଥାନରେ ଥିବାବେଳେ ଭାରତୀୟ ମହିଳା ଦଳ ବିଶ୍ବ ରାଙ୍କିଙ୍ଗରେ ୫୮ସ୍ଥାନରେ ରହିଛି । ଭାରତର ମହିଳା ଟିମ୍ ପ୍ରଥମ ଥର ପାଇଁ ଏହି ବଡ ଚାମ୍ପିୟାନସିପରେ ଭାଗ ନେଉଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

କଲିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଅଣ୍ଡର- ୧୭ ଫିପା ମହିଳା ବିଶ୍ଵକପର ପ୍ରଥମ ମ୍ୟାଚକୁ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ବ୍ରାଜିଲ। ମ୍ୟାଚ୍ର ଆରମ୍ଭରୁ ବ୍ରାଜିଲ ଆଟାକିଂ ଗେମ୍ ଖେଳି ମ୍ୟାଚର ୫ ମିନିଟରେ ଗୋଲ ସ୍କୋର କରିଥିଲା ।  ତେବେ ମୋରୋକ୍କୋ ଟିମ ଭଲ ଖେଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ନଥି ଲେ । ଫଳରେ ପ୍ରଥମ ମ୍ୟାଚରେ ୧-୦ ଗୋଲରେ ମୋରୋକ୍କୋକୁ ହରାଇ ବ୍ରାଜିଲ ବିଜୟୀ ହୋଇଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର