ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ , ଗାଁର ସମସ୍ୟାକୁ ନିଜ ସମସ୍ୟାଭାବେ ଗ୍ରହଣ କରିବାକୁ ଦେଲେ ଉପଦେଶ

The Sakala Picture
Published On

ଭୁବନେଶ୍ବର: ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଏଥର ମା’ ମାନେ ବହୁ ସଂଖ୍ୟାରେ ଜିତିଛନ୍ତି । ମା’ ମାନେ ପଞ୍ଚାୟତର ମଙ୍ଗ ଧରୁଛନ୍ତି । ପଞ୍ଚାୟତର ଗୁରୁତ୍ବ ବେଶୀ ରହିଛି । ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ସରକାରୀ ସେବା ପାଇବାରୁ ବ଼ଞ୍ଚିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ନବୀନ। ଲୋକଙ୍କ ସମସ୍ୟାର […]

ଭୁବନେଶ୍ବର: ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଏଥର ମା’ ମାନେ ବହୁ ସଂଖ୍ୟାରେ ଜିତିଛନ୍ତି । ମା’ ମାନେ ପଞ୍ଚାୟତର ମଙ୍ଗ ଧରୁଛନ୍ତି । ପଞ୍ଚାୟତର ଗୁରୁତ୍ବ ବେଶୀ ରହିଛି । ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ସରକାରୀ ସେବା ପାଇବାରୁ ବ଼ଞ୍ଚିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଅଧିକ ଦାୟିତ୍ବବାନ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ସୁଖଦୁଃଖରେ ସେମାନଙ୍କ ସାଥିରେ ରହିବାକୁ ଦେଇଛନ୍ତି ପରାମର୍ଶ । ନିଜ କାମ ଦ୍ବାରା ଗ୍ରାମବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରନ୍ତୁ ଏବଂ ଏପରି କାମ କରନ୍ତୁ ଗାଁ ଓ ପଞ୍ଚାୟତ ଯେପରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି । ଗ୍ରାମବାସୀଙ୍କ ଆସ୍ଥା ଓ ଭରସା ରକ୍ଷା କରନ୍ତୁ ବୋଲି ମନ୍ତ୍ର ଦେଇଛନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତିଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପ୍ରତ୍ୟେକ ବ୍ଲକରୁ ଜଣେ ସରପଞ୍ଚଙ୍କୁ ନେଇ ଏହି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ଖାଦ୍ୟା ଯୋଗାଇ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଯୋଗଦେଇଥିଲେ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

02 Jun 2022 By The Sakala

ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ , ଗାଁର ସମସ୍ୟାକୁ ନିଜ ସମସ୍ୟାଭାବେ ଗ୍ରହଣ କରିବାକୁ ଦେଲେ ଉପଦେଶ

ଭୁବନେଶ୍ବର: ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଏଥର ମା’ ମାନେ ବହୁ ସଂଖ୍ୟାରେ ଜିତିଛନ୍ତି । ମା’ ମାନେ ପଞ୍ଚାୟତର ମଙ୍ଗ ଧରୁଛନ୍ତି । ପଞ୍ଚାୟତର ଗୁରୁତ୍ବ ବେଶୀ ରହିଛି । ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ସରକାରୀ ସେବା ପାଇବାରୁ ବ଼ଞ୍ଚିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ନବୀନ।

ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଅଧିକ ଦାୟିତ୍ବବାନ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ସୁଖଦୁଃଖରେ ସେମାନଙ୍କ ସାଥିରେ ରହିବାକୁ ଦେଇଛନ୍ତି ପରାମର୍ଶ । ନିଜ କାମ ଦ୍ବାରା ଗ୍ରାମବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରନ୍ତୁ ଏବଂ ଏପରି କାମ କରନ୍ତୁ ଗାଁ ଓ ପଞ୍ଚାୟତ ଯେପରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି । ଗ୍ରାମବାସୀଙ୍କ ଆସ୍ଥା ଓ ଭରସା ରକ୍ଷା କରନ୍ତୁ ବୋଲି ମନ୍ତ୍ର ଦେଇଛନ୍ତି ନବୀନ ।

ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତିଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପ୍ରତ୍ୟେକ ବ୍ଲକରୁ ଜଣେ ସରପଞ୍ଚଙ୍କୁ ନେଇ ଏହି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ଖାଦ୍ୟା ଯୋଗାଇ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଯୋଗଦେଇଥିଲେ ।

https://www.thesakala.in/latest-odisha-news/the-chief-minister-addressed-the-newly-elected-panchayat-representatives/article-12108
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର