ଦେଶରେ ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ: ଓଡିଶା ସମେତ ୧୧ଟି ରାଜ୍ୟକୁ ସତର୍କ ରହିବା ଲାଗି କେନ୍ଦ୍ରର ପରାମର୍ଶ

The Sakala Picture
Published On

ଭୁବନେଶ୍ୱର: ଦେଶରେ ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ । ଏଥିଲାଗି ସତର୍କ ରହିବା ଲାଗି ଓଡିଶା ସମେତ ୧୧ଟି ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ଅନ୍ୟ ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ ଓ ତେଲଙ୍ଗାନା । ଏହି ରୋଗର ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବା ସହ ଅନ୍ୟାନ୍ୟ ରୋଗ ପ୍ରତି ସତର୍କ ରହିବା ଲାଗି କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଏହି […]

ଭୁବନେଶ୍ୱର: ଦେଶରେ ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ । ଏଥିଲାଗି ସତର୍କ ରହିବା ଲାଗି ଓଡିଶା ସମେତ ୧୧ଟି ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ଅନ୍ୟ ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ ଓ ତେଲଙ୍ଗାନା । ଏହି ରୋଗର ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବା ସହ ଅନ୍ୟାନ୍ୟ ରୋଗ ପ୍ରତି ସତର୍କ ରହିବା ଲାଗି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଏହି ୧୧ଟି ରାଜ୍ୟରେ ସେରୋଟାଇପ-୨ ଡେଙ୍ଗୁ ବ୍ୟାପୁଛି । ଅଧିକରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହେବା ସହ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଗୁଆ ନିରୂପଣ ବ୍ୟବସ୍ଥା, ଜ୍ବରର ମୁକାବିଲା ଲାଗି ହେଲ୍ପଲାଇନ, ଅଧିକ ଟେଷ୍ଟିଂ କିଟ୍ ରଖିବା, ଲାର୍ଭା ମାରିପାରୁଥିବା କୀଟନାଶକ ଓ ପର୍ୟ୍ୟାପ୍ତ ଔଷଧ ରଖିବା ଲାଗି ପରାମର୍ଶ ଦିଆଯାଇଛି । ଏହା ସହ ତୁରନ୍ତ ମୁକାବିଲା ପଦକ୍ଷେପ ନେବା ଲାଗି ରାପିଡ ରେସପନ୍ସ ଟିମ୍ ସଜାଗ ରଖିବା ଲାଗି କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହା ସହ ଲୋକମାନଙ୍କୁ ସଚେତନ କରିବା ଲାଗି ପରାମର୍ଶ ଦିଆଯାଇଛି । ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ପ୍ରମୁଖ ଶାସନ ସଚିବ, ପୌରନିଗମ, ଜିଲ୍ଲାପାଳ, ବରିଷ୍ଠ ଅଧିକାରୀମାନଙ୍କୁ ସତର୍କ ରହିବା ଲାଗି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

19 Sep 2021 By The Sakala

ଦେଶରେ ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ: ଓଡିଶା ସମେତ ୧୧ଟି ରାଜ୍ୟକୁ ସତର୍କ ରହିବା ଲାଗି କେନ୍ଦ୍ରର ପରାମର୍ଶ

ଭୁବନେଶ୍ୱର: ଦେଶରେ ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ । ଏଥିଲାଗି ସତର୍କ ରହିବା ଲାଗି ଓଡିଶା ସମେତ ୧୧ଟି ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ଅନ୍ୟ ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ ଓ ତେଲଙ୍ଗାନା । ଏହି ରୋଗର ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବା ସହ ଅନ୍ୟାନ୍ୟ ରୋଗ ପ୍ରତି ସତର୍କ ରହିବା ଲାଗି କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଏହି ୧୧ଟି ରାଜ୍ୟରେ ସେରୋଟାଇପ-୨ ଡେଙ୍ଗୁ ବ୍ୟାପୁଛି । ଅଧିକରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହେବା ସହ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଗୁଆ ନିରୂପଣ ବ୍ୟବସ୍ଥା, ଜ୍ବରର ମୁକାବିଲା ଲାଗି ହେଲ୍ପଲାଇନ, ଅଧିକ ଟେଷ୍ଟିଂ କିଟ୍ ରଖିବା, ଲାର୍ଭା ମାରିପାରୁଥିବା କୀଟନାଶକ ଓ ପର୍ୟ୍ୟାପ୍ତ ଔଷଧ ରଖିବା ଲାଗି ପରାମର୍ଶ ଦିଆଯାଇଛି । ଏହା ସହ ତୁରନ୍ତ ମୁକାବିଲା ପଦକ୍ଷେପ ନେବା ଲାଗି ରାପିଡ ରେସପନ୍ସ ଟିମ୍ ସଜାଗ ରଖିବା ଲାଗି କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହା ସହ ଲୋକମାନଙ୍କୁ ସଚେତନ କରିବା ଲାଗି ପରାମର୍ଶ ଦିଆଯାଇଛି । ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ପ୍ରମୁଖ ଶାସନ ସଚିବ, ପୌରନିଗମ, ଜିଲ୍ଲାପାଳ, ବରିଷ୍ଠ ଅଧିକାରୀମାନଙ୍କୁ ସତର୍କ ରହିବା ଲାଗି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ପରାମର୍ଶ ଦେଇଛନ୍ତି ।

https://www.thesakala.in/latest-odisha-news/the-center-advises-11-states-including-odisha-for-serotype-2-dengue/article-5492
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର