ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ: ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନକୁ ବର୍ଣ୍ଣନା କଲେ ରାଜ୍ୟପାଳ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଥମେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ବିଧାନସଭାରେ ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିଛନ୍ତି।  ଅଭିଭାଷଣ ସମୟରେ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିଲେ। ଗୃହରେ ରାଜ୍ୟପାଳ ଦିବଙ୍ଗତ ନେତାମାନଙ୍କର ଶୋକ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ […]

ଭୁବନେଶ୍ୱର: ରାଜ୍ୟ ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଥମେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ବିଧାନସଭାରେ ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିଛନ୍ତି।  ଅଭିଭାଷଣ ସମୟରେ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିଲେ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଗୃହରେ ରାଜ୍ୟପାଳ ଦିବଙ୍ଗତ ନେତାମାନଙ୍କର ଶୋକ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ସୁଚାରୁ ରୂପେ ବିଶ୍ବକପ୍ ହକିର ଆୟୋଜନ କରିଥିବା ନେଇ ବି କହିଛନ୍ତି ରାଜ୍ୟପାଳ। ରାଜ୍ୟରେ ଲଗାତାର ଭବେ ହକି ବିଶ୍ୱ କପ୍ ଆୟୋଜିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ । ହକି କ୍ଷେତ୍ରରେ ରାଜ୍ୟକୁ ଆଗେଇ ନେଇ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟରେ ସିନ୍ଥେଟିକ୍ ଟର୍ଫ ସୁବିଧା ସହ ୨୦ଟି ହକି ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରାଯାଇଛି । ଆଗାମୀ ଦିନରେ ରାଜ୍ୟରେ ଶ୍ରେଷ୍ଠ କ୍ରୀଡାବିତ୍ ସୃଷ୍ଟି କରିବାକୁ ରାଜ୍ୟ ସରକାର କ୍ରୀଡ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି । ଓଡିଶାର ଆତିଥ୍ୟକୁ ବିଶ୍ୱ ସ୍ତରୀୟ ଖେଳାଳି ଭୂରି ପ୍ରଶଂସା କରିବା ଓଡିଶା ପାଇ ବଡ କଥା ବୋଲି ରାଜ୍ୟପାଳ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ରାଜ୍ୟପାଳ କହଛନ୍ତି ଯେ,‘ଓଡିଶା ଏବେ କ୍ରୀଡା କ୍ଷେତ୍ରରେ ଉକ୍ରୃଷ୍ଟ ପ୍ରଦର୍ଶନ କ୍ଷେତ୍ର ପାଲଟି ପାରିଛି । ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ସହ ଓଡିଶା ଏକ ଅନ୍ତର୍ଜାତୀୟ କ୍ରୀଡା ସ୍ଥଳୀ ଭାବେ ଉଭା ହୋଇଛି । ୨୦୨୨ରେ ଭୁବନେଶ୍ୱରରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଆୟୋଜିତ ହୋଇଥିଲା । ଏହା ରାଜ୍ୟରେ ଫୁଲବଲ ଖେଳକୁ ବଡ ପ୍ରୋତ୍ସାହନ ଦେଇଛି । ସବୁଠ ବଡ କଥା ହେଲା ପିଲାଙ୍କ ମଧ୍ୟରେ ଫୁଟବଲ ଖେଳକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସାରା ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ୪୩ ହଜାରରୁ ଅଧିକ ଫୁଟବଲ ବଣ୍ଟାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତା କଥା ବି କହିଛନ୍ତି। ରାଜ୍ୟପାଳ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚିକିତ୍ସା କ୍ଷେତ୍ରରେ ସହାୟକ ହେଉଛି। ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ଅଗ୍ରଗତି ହୋଇଛି। କ୍ୟାନସର ରୋଗୀଙ୍କୁ ମିଳିବ ମାଗଣାରେ ପିଇଟି-ସିଟି ସ୍କାନ ସୁବିଧା। ନୂଆ ଡାକ୍ତର ଓ ପାରାମେଡିକାଲ ପଦବୀ ସୃଷ୍ଟି କରାଯିବ। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳତା ବି ବଖାଣିଛନ୍ତି। ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନରେ ବଳକା ରାଜ୍ୟ ହୋଇଛି। ଧାନ ଉତ୍ପାଦନରେ ଓଡ଼ିଶା ଏବେ ସର୍ବାଗ୍ରେ ରହିଛି। ଶିଳ୍ପ କ୍ଷେତ୍ରରେ ପୂର୍ବ ଭାରତରେ ଓଡ଼ିଶା ଆଗୁଆ। ୫ଟି ଓ ମୋ ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିଛି ବୋଲି ସେ କହିଛନ୍ତି।

ମୁକ୍ତା ଯୋଜନାକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ। ଏହି ଯୋଜନାରେ ୭ ଶହ କୋଟି ବିନିଯୋଗ ହୋଇଛି। ୬୩୨୦ଟି ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରିଛନ୍ତି ସରକାର। କଟକର ରୂପା ତାରକସୀକୁ ଜିଆଇ ମାନ୍ୟତା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ କେନ୍ଦ୍ରାପଡାର କାଇଁଚ ଘାସ କାରୁକାର୍ଯ୍ଯକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଛି। ରାଜ୍ୟରେ ବ୍ରଏଲର କୁକୁଡା ଚାଷକୁ ପ୍ରୋତ୍ସାହିତ କରୁଛନ୍ତି ସରକାର। ବ୍ରଏଲର ୟୁନିଟ ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ବ୍ୟକ୍ତିଗତ ଉଦ୍ୟୋଗୀ ଓ ଏସଏଚଜିଙ୍କୁ ସହାୟତା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୩-୨୪ରେ ସବୁ ଗାଁକୁ ଓଡିଏଫ ପ୍ଲସ ଘୋଷଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନାରେ ସାମିଲ ହେବେ ସମସ୍ତ ପଞ୍ଚାୟତ।

ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ ଆଗରେ ଓଡ଼ିଶା । ଖରିଫ୍ ଫସଲ ଋଣ ପ୍ରଦାନ ଲକ୍ଷ୍ୟ ୯ହଜାର କୋଟି । ଧାନ ସଂଗ୍ରହ କରିବାରେ ଓଡ଼ିଶାକୁ ସଫଳତା ମିଳିଥିବା କହିଛନ୍ତି  ରାଜ୍ୟପାଳ।  ୨୦୨୪ ସୁଦ୍ଧା ସବୁ ଗାଁକୁ  ବିଶୁଦ୍ଧ ପାନୀୟ ଜଳ ମିଳିବ।  ସମନ୍ବିତ ଜଳସମ୍ପଦ ବିକାଶ, ଜଳସଂରକ୍ଷଣ ଉପରେ ଗୁରୁତ୍ବ  ଦେଇଛି ଓଡ଼ିଶା।  ଉପକୂଳବର୍ତ୍ତୀ ଜିଲ୍ଲାରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃ୍ଢୀକରଣ । କୃଷକଙ୍କ ପାଇଁ ଜଳସେଚନ ସୁବିଧା କରିଛନ୍ତି ସରକାର ବୋଲି ରାଜ୍ୟପାଳ ଅଭିଭାଷଣ କହିଛନ୍ତି।

ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ‘ଅମ୍ଳାନ’ର ଆରମ୍ଭ  ହୋଇଛି। ‘ଆଭା’ ଆଇଡି ସୃଷ୍ଟି କରିବାରେ ଓଡ଼ିଶା ପ୍ରଥମ । ରାଜ୍ୟରେ ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ ହ୍ରାସ -ଶିକ୍ଷା କ୍ଷେତ୍ରରେ ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର।  ମାଓବାଦୀ ବିରୋଧୀ ଅଭିଯାନରେ ରାଜ୍ୟକୁ ସଫଳତା ମିଳିଛି ବୋଲି ରାଜ୍ୟପାଳ କହିଛନ୍ତି।  ୨୦୩୦ ସୁଦ୍ଧା ମେଲେରିଆ ମୁକ୍ତ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି।  ଗରିବଙ୍କୁ ପକ୍କା ଘର ଯୋଗାଇଦେବାକୁ ମୋ ସରକାର ପ୍ରତିବଦ୍ଧ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା  ମିଲେଟ୍ ଦିବସ ପାଳୁଛି ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ।

21 Feb 2023 By The Sakala

https://www.thesakala.in/latest-odisha-news/the-budget-session-started-with-the-governors-speech/article-19155
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର