ଶ୍ରୀମନ୍ଦିର ବଜେଟ ୨୩୭.୫୮ କୋଟି

The Sakala Picture
Published On

ପୁରୀ : ଶ୍ରୀମନ୍ଦିର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨୩୭କୋଟି ୫୮ ଲକ୍ଷ ଟଙ୍କାର ବଜେଟ୍‍ ଉପସ୍ଥାପନ ହୋଇଛି। ପରିଚାଳନା କମିଟି ବୈଠକରେ ବଜେଟ୍‍ ସଂକ୍ରାନ୍ତରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ହୋଇନାହିଁ। ଆସନ୍ତା ୨୫ ତାରିଖରେ ପୁଣି ବୈଠକ ବସି ବଜେଟ୍‍ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରାଯିବ। ତେବେ ପ୍ରସ୍ତୁତ ହୋଇଥିବା ବଜେଟ୍‍ ଅନୁଯାୟୀ, ବିଭିନ୍ନ ଉତ୍ସରୁ ୨୩୭.୫୮ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୩ କୋଟି ୯୬ […]

ପୁରୀ : ଶ୍ରୀମନ୍ଦିର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨୩୭କୋଟି ୫୮ ଲକ୍ଷ ଟଙ୍କାର ବଜେଟ୍‍ ଉପସ୍ଥାପନ ହୋଇଛି। ପରିଚାଳନା କମିଟି ବୈଠକରେ ବଜେଟ୍‍ ସଂକ୍ରାନ୍ତରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ହୋଇନାହିଁ। ଆସନ୍ତା ୨୫ ତାରିଖରେ ପୁଣି ବୈଠକ ବସି ବଜେଟ୍‍ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରାଯିବ। ତେବେ ପ୍ରସ୍ତୁତ ହୋଇଥିବା ବଜେଟ୍‍ ଅନୁଯାୟୀ, ବିଭିନ୍ନ ଉତ୍ସରୁ ୨୩୭.୫୮ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୩ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରାଜସ୍ୱ ସୂତ୍ରରୁ ୧୨୬ କୋଟି ୭୩ ଲକ୍ଷ ଟଙ୍କା ଆୟ ହେବାକୁ ଥିବାବେଳେ ୯୭ କୋଟି ୭୨ଲକ୍ଷ ଟଙ୍କା ବ୍ୟୟ ହେବ। ଫଳରେ ରାଜସ୍ୱ ଆୟରୁ ୨୯ କୋଟି ୧ଲକ୍ଷ ଟଙ୍କା ବଳକା ରହିବ ବୋଲି ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ସେହିପରି ପୁଞ୍ଜି ଆୟ (ଦାନ ଓ ଅନ୍ୟାନ୍ୟ ସୂତ୍ରରୁ) ୧୧୦ କୋଟି ୮୫ଲକ୍ଷ ଟଙ୍କା ଲକ୍ଷ୍ୟ ରହିଥିବା ବେଳେ ୧୦୬ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୁଞ୍ଜି ଆୟରୁ ୪ କୋଟି ୬୧ଲକ୍ଷ ଟଙ୍କା ବଳକା ରହିବ। ତେଣୁ ଶ୍ରୀମନ୍ଦିର ପାଇଁ ଏଥର ୩୩ କୋଟି ୬୨ଲକ୍ଷ ଟଙ୍କାର ବଳକା ବଜେଟ ହେବ ବୋଲି କୁହାଯାଉଛି। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ପୂର୍ବାହ୍ନରେ ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଅନୁମୋଦନ ଲାଭ କରିଛି। ତେବେ ଆୟ ମଧ୍ୟରେ ସର୍ବାଧିକ ୧୦୧ କୋଟି ୪୬ ଲକ୍ଷ ଟଙ୍କା ସରକାରୀ ସହାୟତା, ଜମି ଅଧିଗ୍ରହଣ କ୍ଷତିପୂରଣରୁ ୬୦ କୋଟି ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଅନ୍ୟ ଏକ ଆୟର ବଡ଼ ଉତ୍ସ ହେଉଛି ସୁଧ ଅର୍ଥ। ଅର୍ଥାତ୍‍ ବିଭିନ୍ନ ବ୍ୟାଙ୍କରେ କର୍ପସ ଫଣ୍ଡ, ଫାଉଣ୍ଡେସନ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡରେ ମହାପ୍ରଭୁଙ୍କ ଟଙ୍କା ସ୍ଥାୟୀ ଜମା ରଖାଯାଇଛି। ସୁଧ ବାବଦରେ ପ୍ରାୟ ୩୦କୋଟି ୧୪ ଲକ୍ଷ ଟଙ୍କା ମିଳିବ। ସେହିପରି ମହାପ୍ରଭୁଙ୍କ ବିଭିନ୍ନ ଖଣିରୁ ୧୫ କୋଟି, ହୁଣ୍ଡି ଏବଂ ଦାନରୁ ୨୧କୋଟି ୬୬ଲକ୍ଷ, ଭକ୍ତ ନିବାସ, ହବିଷିଆଳୀ ଆଶ୍ରୟସ୍ଥଳୀ କୋଠା ଏବଂ ବଗଲା ଧର୍ମଶାଳାରୁ ୩ କୋଟି ଏବଂ ଅନ୍ୟାନ୍ୟ ବାବଦରେ ୬ କୋଟି ୩୨ ଲକ୍ଷ ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖିଛି ମନ୍ଦିର ପ୍ରଶାସନ। ସେହିପରି ବ୍ୟୟ ୨୦୩କୋଟି ୯୬ ଲକ୍ଷ ମଧ୍ୟରେ ସର୍ବାଧିକ କର୍ପସ ଫଣ୍ଡରେ ୬୭ କୋଟି ୫୫ ଲକ୍ଷ ଜମା କରାଯିବ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

କର୍ମଚାରୀଙ୍କ ଦରମା ବାବଦରେ ୨୯ କୋଟି ୨୨ଲକ୍ଷ, ପାଳିଆ ସେବାୟତଙ୍କ ଦୈନିକ ପାରିଶ୍ରମିକ ବାବଦରେ ୨୨ କୋଟି ୧୪ ଲକ୍ଷ, ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ସହିତ ଅନ୍ୟାନ୍ୟ ବିକାଶମୂଳକ କାମ ବାବଦରେ ୧୮କୋଟି ୫୪ ଲକ୍ଷ, ରଥଯାତ୍ରା ଏବଂ ସ୍ନାନଯାତ୍ରା ପାଇଁ ୧୪କୋଟି ୭୬ ଲକ୍ଷ, ଫାଉଣ୍ଡେଶନ ଫଣ୍ଡ ଜମାରେ ୧୨କୋଟି ୫୫ ଲକ୍ଷ ଟଙ୍କା, ନୀତିକାନ୍ତି ସମ୍ପର୍କୀତ ଖର୍ଚ୍ଚ ବାବଦରେ ୭କୋଟି ୬୭ ଲକ୍ଷ, ପିଣ୍ଡିକା, ପରିମାଣିକ ଏବଂ ଭିତରକାଠ ଦର୍ଶନୀ ପାଇଁ ସେବକଙ୍କୁ ୭ କୋଟି, ପ୍ରଶାସନିକ ବ୍ୟୟ ବାବଦ ୫ କୋଟି ୯୯ଲକ୍ଷ, ଆଦର୍ଶ ଗୁରୁକୂଳ ଲାଗି ୫ କୋଟି, ସେବକଙ୍କ କଲ୍ୟାଣ ପାଇଁ ୪କୋଟି ୮୨ଲକ୍ଷ, ସେବକ ବାସଗୃହ ନିମନ୍ତେ ୩କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ତେବେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ ପ୍ରସ୍ତୁତ ବଜେଟ ନେଇ ଆଲୋଚନା ଚୂଡ଼ାନ୍ତ ହୋଇନାହିଁ।

ତେଣୁ ଆସନ୍ତା ୨୫ ତାରିଖରେ ଆଉଥରେ ବୈଠକ ବସିବ ବଜେଟ୍‍ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଥିଲେ, ପରିଚାଳନା କମିଟି ବୈଠକ ବଜେଟ୍‍ ଆଲୋଚନା ସମ୍ପୂର୍ଣ୍ଣ ହୋଇନାହିଁ। ୨୫ ତାରିଖରେ ବୈଠକ ବସି ବଜେଟ୍‍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନା କରାଯିବ। ନୀତି ସବ୍‍ କମିଟି ଏବଂ ଛତିଶା ନିଯୋଗରେ ନିର୍ଘଣ୍ଟ ହୋଇଥିବା ଚନ୍ଦନ ଯାତ୍ରା ନୀତିକୁ ପରିଚାଳନା କମିଟି ଅନୁମୋଦନ ଦେଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‍ପି ଡ. କନୱର ବିଶାଲ ସିଂ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

23 Apr 2022 By The Sakala

ଶ୍ରୀମନ୍ଦିର ବଜେଟ ୨୩୭.୫୮ କୋଟି

ପୁରୀ : ଶ୍ରୀମନ୍ଦିର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨୩୭କୋଟି ୫୮ ଲକ୍ଷ ଟଙ୍କାର ବଜେଟ୍‍ ଉପସ୍ଥାପନ ହୋଇଛି। ପରିଚାଳନା କମିଟି ବୈଠକରେ ବଜେଟ୍‍ ସଂକ୍ରାନ୍ତରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ହୋଇନାହିଁ। ଆସନ୍ତା ୨୫ ତାରିଖରେ ପୁଣି ବୈଠକ ବସି ବଜେଟ୍‍ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରାଯିବ। ତେବେ ପ୍ରସ୍ତୁତ ହୋଇଥିବା ବଜେଟ୍‍ ଅନୁଯାୟୀ, ବିଭିନ୍ନ ଉତ୍ସରୁ ୨୩୭.୫୮ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୩ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରାଜସ୍ୱ ସୂତ୍ରରୁ ୧୨୬ କୋଟି ୭୩ ଲକ୍ଷ ଟଙ୍କା ଆୟ ହେବାକୁ ଥିବାବେଳେ ୯୭ କୋଟି ୭୨ଲକ୍ଷ ଟଙ୍କା ବ୍ୟୟ ହେବ। ଫଳରେ ରାଜସ୍ୱ ଆୟରୁ ୨୯ କୋଟି ୧ଲକ୍ଷ ଟଙ୍କା ବଳକା ରହିବ ବୋଲି ଲକ୍ଷ୍ୟ ରଖାଯାଇଛି।

ସେହିପରି ପୁଞ୍ଜି ଆୟ (ଦାନ ଓ ଅନ୍ୟାନ୍ୟ ସୂତ୍ରରୁ) ୧୧୦ କୋଟି ୮୫ଲକ୍ଷ ଟଙ୍କା ଲକ୍ଷ୍ୟ ରହିଥିବା ବେଳେ ୧୦୬ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୁଞ୍ଜି ଆୟରୁ ୪ କୋଟି ୬୧ଲକ୍ଷ ଟଙ୍କା ବଳକା ରହିବ। ତେଣୁ ଶ୍ରୀମନ୍ଦିର ପାଇଁ ଏଥର ୩୩ କୋଟି ୬୨ଲକ୍ଷ ଟଙ୍କାର ବଳକା ବଜେଟ ହେବ ବୋଲି କୁହାଯାଉଛି। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ପୂର୍ବାହ୍ନରେ ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଅନୁମୋଦନ ଲାଭ କରିଛି। ତେବେ ଆୟ ମଧ୍ୟରେ ସର୍ବାଧିକ ୧୦୧ କୋଟି ୪୬ ଲକ୍ଷ ଟଙ୍କା ସରକାରୀ ସହାୟତା, ଜମି ଅଧିଗ୍ରହଣ କ୍ଷତିପୂରଣରୁ ୬୦ କୋଟି ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି।

ଅନ୍ୟ ଏକ ଆୟର ବଡ଼ ଉତ୍ସ ହେଉଛି ସୁଧ ଅର୍ଥ। ଅର୍ଥାତ୍‍ ବିଭିନ୍ନ ବ୍ୟାଙ୍କରେ କର୍ପସ ଫଣ୍ଡ, ଫାଉଣ୍ଡେସନ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡରେ ମହାପ୍ରଭୁଙ୍କ ଟଙ୍କା ସ୍ଥାୟୀ ଜମା ରଖାଯାଇଛି। ସୁଧ ବାବଦରେ ପ୍ରାୟ ୩୦କୋଟି ୧୪ ଲକ୍ଷ ଟଙ୍କା ମିଳିବ। ସେହିପରି ମହାପ୍ରଭୁଙ୍କ ବିଭିନ୍ନ ଖଣିରୁ ୧୫ କୋଟି, ହୁଣ୍ଡି ଏବଂ ଦାନରୁ ୨୧କୋଟି ୬୬ଲକ୍ଷ, ଭକ୍ତ ନିବାସ, ହବିଷିଆଳୀ ଆଶ୍ରୟସ୍ଥଳୀ କୋଠା ଏବଂ ବଗଲା ଧର୍ମଶାଳାରୁ ୩ କୋଟି ଏବଂ ଅନ୍ୟାନ୍ୟ ବାବଦରେ ୬ କୋଟି ୩୨ ଲକ୍ଷ ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖିଛି ମନ୍ଦିର ପ୍ରଶାସନ। ସେହିପରି ବ୍ୟୟ ୨୦୩କୋଟି ୯୬ ଲକ୍ଷ ମଧ୍ୟରେ ସର୍ବାଧିକ କର୍ପସ ଫଣ୍ଡରେ ୬୭ କୋଟି ୫୫ ଲକ୍ଷ ଜମା କରାଯିବ।

କର୍ମଚାରୀଙ୍କ ଦରମା ବାବଦରେ ୨୯ କୋଟି ୨୨ଲକ୍ଷ, ପାଳିଆ ସେବାୟତଙ୍କ ଦୈନିକ ପାରିଶ୍ରମିକ ବାବଦରେ ୨୨ କୋଟି ୧୪ ଲକ୍ଷ, ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ସହିତ ଅନ୍ୟାନ୍ୟ ବିକାଶମୂଳକ କାମ ବାବଦରେ ୧୮କୋଟି ୫୪ ଲକ୍ଷ, ରଥଯାତ୍ରା ଏବଂ ସ୍ନାନଯାତ୍ରା ପାଇଁ ୧୪କୋଟି ୭୬ ଲକ୍ଷ, ଫାଉଣ୍ଡେଶନ ଫଣ୍ଡ ଜମାରେ ୧୨କୋଟି ୫୫ ଲକ୍ଷ ଟଙ୍କା, ନୀତିକାନ୍ତି ସମ୍ପର୍କୀତ ଖର୍ଚ୍ଚ ବାବଦରେ ୭କୋଟି ୬୭ ଲକ୍ଷ, ପିଣ୍ଡିକା, ପରିମାଣିକ ଏବଂ ଭିତରକାଠ ଦର୍ଶନୀ ପାଇଁ ସେବକଙ୍କୁ ୭ କୋଟି, ପ୍ରଶାସନିକ ବ୍ୟୟ ବାବଦ ୫ କୋଟି ୯୯ଲକ୍ଷ, ଆଦର୍ଶ ଗୁରୁକୂଳ ଲାଗି ୫ କୋଟି, ସେବକଙ୍କ କଲ୍ୟାଣ ପାଇଁ ୪କୋଟି ୮୨ଲକ୍ଷ, ସେବକ ବାସଗୃହ ନିମନ୍ତେ ୩କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ତେବେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ ପ୍ରସ୍ତୁତ ବଜେଟ ନେଇ ଆଲୋଚନା ଚୂଡ଼ାନ୍ତ ହୋଇନାହିଁ।

ତେଣୁ ଆସନ୍ତା ୨୫ ତାରିଖରେ ଆଉଥରେ ବୈଠକ ବସିବ ବଜେଟ୍‍ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଥିଲେ, ପରିଚାଳନା କମିଟି ବୈଠକ ବଜେଟ୍‍ ଆଲୋଚନା ସମ୍ପୂର୍ଣ୍ଣ ହୋଇନାହିଁ। ୨୫ ତାରିଖରେ ବୈଠକ ବସି ବଜେଟ୍‍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନା କରାଯିବ। ନୀତି ସବ୍‍ କମିଟି ଏବଂ ଛତିଶା ନିଯୋଗରେ ନିର୍ଘଣ୍ଟ ହୋଇଥିବା ଚନ୍ଦନ ଯାତ୍ରା ନୀତିକୁ ପରିଚାଳନା କମିଟି ଅନୁମୋଦନ ଦେଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‍ପି ଡ. କନୱର ବିଶାଲ ସିଂ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର