ଅନ୍ତସାରଶୂନ୍ୟ ବଜେଟ; ସାଧାରଣ ଓ ମଧ୍ୟବିତ୍ତ ନିରାଶ: ମାନସ ମଙ୍ଗରାଜ

Madhusudan Das Picture
Published On

ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ ଏକ ଅନ୍ତସାରଶୂନ୍ୟ ଓ ଲକ୍ଷ୍ୟହୀନ ବଜେଟ୍‌ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ମାନସ କହିଛନ୍ତି କି, ଏହି ବଜେଟରେ ଦେଶର ସାଧାରଣ ମଣିଷ ଓ ଟିକସଦାତା ମଧ୍ୟବିତ୍ତବର୍ଗ ସର୍ବାଧିକ ଉପେକ୍ଷିତ। ଏଥିରେ ନିଯୁକ୍ତି ପାଇଁ ବ୍ୟବସ୍ଥା ନାହିଁଁ, ଦରଦାମ ହ୍ରାସ ପାଇଁ ଯୋଜନା ନାହିଁ, ଗରିବ କଲ୍ୟାଣ ପାଇଁ ନିର୍ଦ୍ଦିଷ୍ଟ ନୀତି ନାହିଁ । ବିଶେଷ କରି ଓଡ଼ିଶା ପାଇଁ ବଜେଟରେ କିଛି ନାହିଁ । କଥିତ ବିରଳ ପୃଥିବୀ କରିଡ଼ର କେବଳ ଓଡ଼ିଶାରୁ ଖଣିଜ ସମ୍ପଦ ସ୍ଥାନାନ୍ତର ପାଇଁ ଉଦ୍ଦିଷ୍ଟ । ଖଣିଜ ସାମଗ୍ରୀ ଉତ୍ତୋଳନ ଓ ପରିବହନ ଜନିତ ପ୍ରଦୂଷଣ ବ୍ୟତୀତ ଓଡ଼ିଶା ଏଥିରୁ କିଛି ପାଇବ ନାହିଁଁ । ଏହାବ୍ୟତୀତ ଯେଉଁ  ହାଇସ୍ପିଡ଼୍‌ ରେଳ କରିଡ଼ର, କାର୍ଗୋ ଓ ୱାଟୱେ, ପର୍ଯ୍ୟଟନ, ସେମି କଣ୍ଡକ୍ଟର ବିକାଶ ଯୋଜନା ହୋଇଛି ତାହା ଦ୍ୱାରା କେବଳ ଆଗାମୀ ଦିନରେ ନିର୍ବାଚନ ହେବାକୁଥିବା ରାଜ୍ୟଗୁଡ଼ିକ ଲାଭବାନ ହୋଇ ପାରିବେ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ଆହୁରି ପଢ଼ନ୍ତୁ: ଜୋର ଧରିଲାଣି ରାଜ୍ୟସଭା ରାଜନୀତି: ନବୀନଙ୍କ ହାତରେ ୪ର୍ଥ ଆସନ ଚାବି, ବିଜେପି ଲୋଡ଼ିପାରେ ବିଜେଡିର ସମର୍ଥନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp