ଏଣିକି ନୂଆ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀର ପରୀକ୍ଷା: ୯ମ ଶ୍ରେଣୀର ପରୀକ୍ଷା ତାରିଖ ଘୋଷଣା କଲା ବୋର୍ଡ

The Sakala Picture
Published On

କଟକ: ଏଣିକି  ନୂଆ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ହେବ । ଏ ନେଇ ବୋର୍ଡ ସାମ୍ବାଦିକ ସମ୍ମିଳନୀ କରିଛି । ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯାଇଛି । ବର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେବ । ବର୍ଷକୁ ୨ଟି ସମେଟିଭ୍ ପରୀକ୍ଷା ହେବ। ଫରମେଟିଭ୍ ଓ ସମେଟିଭ୍ ପରୀକ୍ଷାର ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । […]

କଟକ: ଏଣିକି  ନୂଆ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ହେବ । ଏ ନେଇ ବୋର୍ଡ ସାମ୍ବାଦିକ ସମ୍ମିଳନୀ କରିଛି । ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯାଇଛି । ବର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେବ । ବର୍ଷକୁ ୨ଟି ସମେଟିଭ୍ ପରୀକ୍ଷା ହେବ। ଫରମେଟିଭ୍ ଓ ସମେଟିଭ୍ ପରୀକ୍ଷାର ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ନବମ ଶ୍ରେଣୀର ସମେଟିଭ୍-୧ ପରୀକ୍ଷା ତାରିଖ ଘୋଷଣା କରିଛି ବୋର୍ଡ । ନଭେମ୍ବର ୨୨ରୁ ୨୪ଭିତରେ ପ୍ରଥମ ସମେଟିଭ୍ ପରୀକ୍ଷା କରାଯିବ ବୋଲି ବୋର୍ଚ କହିଛି । ଏଥିରେ ୪୦ମାର୍କର ପରୀକ୍ଷା ହେବ ୨୦ମାର୍କର ସଵଜେକଟିଭ୍ ଓ ୨୦ମାର୍କର ଅବଜେକଟିନ ପରୀକ୍ଷା ହେବ । ଏହାର ଓ୍ବେଟେଜ ୩୦ ପ୍ରତିଶତ ରହିବ । ଦିନକୁ ୨ଟି ସିଟିଂରେ ପରୀକ୍ଷା ହେବ। ସକାଳ ୯ରୁ ୧୦ଟା ଏବଂ ୧୧ରୁ ୧୨ଟା ପରୀକ୍ଷା ହେବ ବୋଲି ସ୍ଥିର କରାଯାଇଛି ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଦେବ, ପରୀକ୍ଷା ନିଜ ସ୍କୁଲରେ ହେବ। ଖାତା କିନ୍ତୁ ଅନ୍ୟ ସ୍କୁଲରେ ଦେଖା ହେବ । ୨୩ ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ କରାଯିବ ଏବଂ ନଭେମ୍ବର ୩୦ ତାରିଖ ମଧ୍ୟରେ ଖାତାର ମୂଲ୍ୟାୟନ ସରିବ । ଡିସେମ୍ବର ୬ରୁ ୧୩ତାରିଖ ଭିତରେ ବୋର୍ଡ ମାର୍କ ଅପଲୋଡ଼ କରିବ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

୨୨ ତାରିଖରେ ପ୍ରଥମ ସିଟିଂରେ ଦ୍ଵିତୀୟ ଭାଷା, ଦ୍ଵିତୀୟ ସିଟିଂରେ ସମାଜିକ ବିଜ୍ଞାନ।

୨୩ ତାରିଖରେ ପ୍ରଥମ ସିଟିଂରେ ପ୍ରଥମ ଭାଷା, ଦ୍ଵିତୀୟ ସିଟିଂରେ ଗଣିତ।

୨୪ ତାରିଖରେ ପ୍ରଥମ ସିଟିଂରେ ତୃତୀୟ ଭାଷା, ଦ୍ଵିତୀୟ ସିଟିଂରେ ସାଧାରଣ ବିଜ୍ଞାନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର