ଶ୍ରମ ବିଭାଗ ସହ ମିଶି ଅଣ୍ଟା ଭିଡ଼ିଛି ବିଏମସି : ନିର୍ମାଣ ହେବ ଶ୍ରମିକ ଆଶ୍ରୟ ସ୍ଥଳ

The Sakala Picture
Published On

ଭୁବନେଶ୍ୱର: ସକାଳର ସୂର୍ଯ୍ୟ ଉଏଁ । ସୂର୍ଯ୍ୟଙ୍କ କିରଣ ବଢ଼ିବା ସହ ଏମାନେ ବଢ଼ନ୍ତି ଆଗକୁ । ରାସ୍ତାକଡ଼ରେ ଛିଡ଼ା ହୋଇ କାମଧନ୍ଦା ଖୋଜନ୍ତି । ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ, କଳ୍ପନା, ରସୁଲଗଡ଼, ଲିଙ୍ଗରାଜ ଷ୍ଟେସନ ଓ ଶିଖରପୁର ଅଞ୍ଚଳର ଏହା ନିତିଦିନିଆ ଚିତ୍ର । ହାତରେ କୋଡ଼ି କୋଦାଳ ଧରି ଏମିତି ଶ୍ରମିକ ହାଟରେ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥାନ୍ତ ମଣିଷ । କେଉଁଠି ଶୁଅନ୍ତି, କେଉଁଠି ଖାଆନ୍ତି କିଛି ଠିକ ଠିକଣା ନଥାଏ […]

ଭୁବନେଶ୍ୱର: ସକାଳର ସୂର୍ଯ୍ୟ ଉଏଁ । ସୂର୍ଯ୍ୟଙ୍କ କିରଣ ବଢ଼ିବା ସହ ଏମାନେ ବଢ଼ନ୍ତି ଆଗକୁ । ରାସ୍ତାକଡ଼ରେ ଛିଡ଼ା ହୋଇ କାମଧନ୍ଦା ଖୋଜନ୍ତି । ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ, କଳ୍ପନା, ରସୁଲଗଡ଼, ଲିଙ୍ଗରାଜ ଷ୍ଟେସନ ଓ ଶିଖରପୁର ଅଞ୍ଚଳର ଏହା ନିତିଦିନିଆ ଚିତ୍ର । ହାତରେ କୋଡ଼ି କୋଦାଳ ଧରି ଏମିତି ଶ୍ରମିକ ହାଟରେ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥାନ୍ତ ମଣିଷ । କେଉଁଠି ଶୁଅନ୍ତି, କେଉଁଠି ଖାଆନ୍ତି କିଛି ଠିକ ଠିକଣା ନଥାଏ । ଏବେ ଏମାନଙ୍କ ପାଇଁ ଶ୍ରମ ବିଭାଗ ସହ ମିଶି ଅଣ୍ଟା ଭିଡ଼ିଛି ବିଏମସି । ଶ୍ରମିକ ଆବଶ୍ୟକୀୟ ସୁବିଧା ସହ ପାଇବେ ମୁଣ୍ଡ ଉପରେ ଛାତ ।

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ନିର୍ମାଣ ହେବ ଶ୍ରମିକ ଆଶ୍ରୟ ସ୍ଥଳ । ରାଜଧାନୀରୁ ଆରମ୍ଭ ହୋଇ ରାଜ୍ୟର ସବୁ ପ୍ରମୁଖ ସହରରେ କାର୍ଯ୍ୟକାରୀ ହେବ ଏହି ବ୍ୟବସ୍ଥା । ଶ୍ରମିକଙ୍କୁ ସଂଗଠିତ କରିବା ଓ ସେମାନଙ୍କ ପାଇଁ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଆଉ ପାଦେ ଆଗକୁ ଯାଇ ଶ୍ରମିକଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ଖରା, ବର୍ଷା ଓ ଶୀତ ସବୁ ସମୟରେ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜିବାକୁ ଚେଷ୍ଟା କରନ୍ତି ଏମାନେ । ଏଭଳି ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଶ୍ରମ ବିଭାଗ ଓ ବିଏମସି ନେବାକୁ ଯାଉଛନ୍ତି ନୂଆ ପଦକ୍ଷେପ ।

ଆହୁରି ପଢ଼ନ୍ତୁ: ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବରଗଡ଼ର ପଞ୍ଚାୟତ ସମିତି ସଭ୍ୟଙ୍କ ମୃତ୍ୟୁ !

ଖୁବଶୀଘ୍ର ରାଜଧାନୀର ପ୍ରମୁଖ ୫ରୁ ୬ଟି ସ୍ଥାନରେ ନିର୍ମାଣ ହେବ ଅତ୍ୟାଧୁନିକ ଶ୍ରମିକ ବିଶ୍ରାମ ଗୃହ । ଯେଉଁଠି ବିଶ୍ରାମ ସହ ରହିବା, ପାନୀୟ ଜଳ ଓ ଫ୍ୟାନ ସହିତ ନିକଟରେ ଆହାର କେନ୍ଦ୍ର ଭଳି ସ୍ୱଳ୍ପ ଖର୍ଚ୍ଚରେ ଖାଦ୍ୟର ବ୍ୟବସ୍ଥା ହେବ । ଶ୍ରମ କମିଶନର ଓ ବିଏମସି ଅତିରିକ୍ତ କମିଶନର ରାଜଧାନୀର ୬ଟି ସ୍ଥାନ ବୁଲି ତଦାରଖ କରିଛନ୍ତି । ରାଜଧାନୀରେ ଖୁବଶୀଘ୍ର ଏହି କାର୍ଯ୍ୟ ସମ୍ପାଦନ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପ୍ରମୁଖ ସହରରେ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଗାଣ ବର୍ଷା: ଜଳମଗ୍ନ ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର