କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

The Sakala Picture
Published On

ଭୁବନେଶ୍ବର : ପୌର ପାଇଁ ସରଗରମ ରାଜନୀତି । ନାମାଙ୍କନ ପାଇଁ ଆଜିକୁ ମିଶାଇ ହାତରେ ରହିଛି ଆଉ ମାତ୍ର ତିନି ଦିନ । ୭ ତାରିଖରେ ସରବି ନାମାଙ୍କନ ପତ୍ର ଦାଖଲ । ଭୁବନେଶ୍ବର ମହାନଗର ନିଗମ ପାଇଁ ବିଜେଡି ପ୍ରାର୍ଥୀକୁ ଚାଲିଥିବା ସବୁ କଳ୍ପନାଜଳ୍ପନା ଅନ୍ତ ଘଟିଛି। ଦୌଡରେ ଥିବା ସମସ୍ତ ଆଶ୍ରୟୀ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜେଡିରୁ ମେୟର ପ୍ରାର୍ଥୀ ହେଲେ ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା ଦାସ। ଏନେଇ ବିଜେଡି ସୁପ୍ରିମୋ […]

ଭୁବନେଶ୍ବର : ପୌର ପାଇଁ ସରଗରମ ରାଜନୀତି । ନାମାଙ୍କନ ପାଇଁ ଆଜିକୁ ମିଶାଇ ହାତରେ ରହିଛି ଆଉ ମାତ୍ର ତିନି ଦିନ । ୭ ତାରିଖରେ ସରବି ନାମାଙ୍କନ ପତ୍ର ଦାଖଲ । ଭୁବନେଶ୍ବର ମହାନଗର ନିଗମ ପାଇଁ ବିଜେଡି ପ୍ରାର୍ଥୀକୁ ଚାଲିଥିବା ସବୁ କଳ୍ପନାଜଳ୍ପନା ଅନ୍ତ ଘଟିଛି। ଦୌଡରେ ଥିବା ସମସ୍ତ ଆଶ୍ରୟୀ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜେଡିରୁ ମେୟର ପ୍ରାର୍ଥୀ ହେଲେ ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା ଦାସ। ଏନେଇ ବିଜେଡି ସୁପ୍ରିମୋ ଘୋଷଣା କରିଛନ୍ତି। ସେହିଭଳି କଟକ( ସିଏମ୍‌ସି) ଓ ବ୍ରହ୍ମପୁର( ବିଏମ୍‌ସି) ମେୟର ପ୍ରାର୍ଥୀ ଘୋଷଣା କରିଛି। ବିଜେଡି। କଟକ ମହାନଗର ନିଗମ ପାଇଁ ସୁବାସ ସିଂହଙ୍କୁ ନାମ ଘୋଷଣା କରିଛି ଦଳ। ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨ ତାରିଖରୁ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ୭ ତାରିଖ ଯାଏ ଚାଲିବ। ଅର୍ଥାତ ୬ ଦିନ ଧରି ଏହି ପ୍ରକ୍ରିୟା ଚାଲିବ । ୯ ତାରିଖରେ ନାମାଙ୍କନ ପତ୍ରଯାଞ୍ଚ ହେବ । ୧୪ରେ ନାମାଙ୍କ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଫଳାଫଳ ପ୍ରକାଶ ପାଇବ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର