ସୁନ୍ଦରୀ ବିଛାଉଛନ୍ତି ମାୟାଜାଲ : ସେକ୍ସଟୋରସନ୍‍ରୁ ବର୍ତ୍ତିଲେ ଯୁବକ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ସୁନ୍ଦରୀ ଯୁବତୀ ବିଛାଉଛନ୍ତି ମାୟାଜାଲ। ତେବେ ଯୁବତୀଙ୍କ ମାୟାଜାଲରୁ ଜଣେ ଯୁବକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେକ୍ସଟୋରସନ ଜରିଆରେ ଖଣ୍ଡଗିରି ଥାନା ଡୁମ୍‍ଡୁମାର ମାନସ ସାହୁଙ୍କୁ ଫସାଇଥିଲେ ସାଇବର୍‍ ଠକ। କିନ୍ତୁ ମାନସଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ଧରଣ ଠକେଇରୁ ବର୍ତ୍ତିଯାଇଛନ୍ତି। ମାନସଙ୍କ ଅଭିଯୋଗ ଅନୁସାରେ ଗତକାଲି ରାତିରେ ଜଣେ ଅଜଣା ବ୍ୟକ୍ତି ଫେସ୍‍ବୁକ୍‍ରେ ବନ୍ଧୁତା ସ୍ଥାପନ ଲାଗି ନିବେଦନ କରିଥିଲେ। ଏହାପରେ ମାନସ ବନ୍ଧୁତାକୁ ଗ୍ରହଣ କରିବା ପରେ ଚାଟିଂ ଆରମ୍ଭ […]

ଭୁବନେଶ୍ୱର : ରାଜଧାନୀରେ ସୁନ୍ଦରୀ ଯୁବତୀ ବିଛାଉଛନ୍ତି ମାୟାଜାଲ। ତେବେ ଯୁବତୀଙ୍କ ମାୟାଜାଲରୁ ଜଣେ ଯୁବକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେକ୍ସଟୋରସନ ଜରିଆରେ ଖଣ୍ଡଗିରି ଥାନା ଡୁମ୍‍ଡୁମାର ମାନସ ସାହୁଙ୍କୁ ଫସାଇଥିଲେ ସାଇବର୍‍ ଠକ। କିନ୍ତୁ ମାନସଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ଧରଣ ଠକେଇରୁ ବର୍ତ୍ତିଯାଇଛନ୍ତି। ମାନସଙ୍କ ଅଭିଯୋଗ ଅନୁସାରେ ଗତକାଲି ରାତିରେ ଜଣେ ଅଜଣା ବ୍ୟକ୍ତି ଫେସ୍‍ବୁକ୍‍ରେ ବନ୍ଧୁତା ସ୍ଥାପନ ଲାଗି ନିବେଦନ କରିଥିଲେ। ଏହାପରେ ମାନସ ବନ୍ଧୁତାକୁ ଗ୍ରହଣ କରିବା ପରେ ଚାଟିଂ ଆରମ୍ଭ ହୋଇଥିଲା। ଏହାର କିଛି ସମୟ ପରେ ମେସେଞ୍ଜରରେ ଉକ୍ତ ଯୁବତୀ ଅଶ୍ଲୀଳ ଭିଡିଓ କଲ୍‍ କରିଥିଲେ। ଏସବୁ ଜାଣିବା ପରେ ମାନସ ତୁରନ୍ତ ଫୋନ୍‍ ବନ୍ଦ କରିଦେବା ସହ କମିସନରେଟ ପୁଲିସର ସାଇବର୍‍ ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

କେମିତି ଠକୁଛନ୍ତି

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

ପ୍ରଥମେ ଫେସବୁକ୍‍, ଟୁଇଟର, ଇନ୍‍ଷ୍ଟାଗ୍ରାମ୍‍ ଭଳି ସୋସିଆଲ ମିଡ଼ିଆରେ ଯୁବତୀମାନେ ବନ୍ଧୁତା ଲାଗି ନିବେଦନ କରୁଛନ୍ତି। ଏହାପରେ ବନ୍ଧୁତାସ୍ଥାପନ କରୁଛନ୍ତି। ସମ୍ପର୍କ ନିବିଡ଼ ହେବା ପରେ ମେସେଞ୍ଜରରେ ନମ୍ବର ନେଣଦେଣ ହୋଇଥାଏ। ଏହାପରେ ପରେ ଭିଡିଓ କଲ୍‍ରେ ଅଶ୍ଳୀଳ ଭିଡିଓ କଲ୍‍ କରୁଛନ୍ତି। ଏସବୁ କାର୍ଯ୍ୟକଳାପକୁ ମୋବାଇଲରେ ରେକର୍ଡିଂ କରି ସାଇତି ରଖୁଛନ୍ତି। ଏହାପରେ ବ୍ଲାକ୍‍ମେଲିଂ କରୁଛନ୍ତି। ଯଦି ଟଙ୍କା ନ ଦେବେ ଉକ୍ତ ଭିଡିଓକୁ ସୋସିଆଲ ମିଡ଼ିଆ କିମ୍ବା ବନ୍ଧୁ ପରିଜନକୁ ଛାଡିଦେବାର ଧମକ ଦେଉଛନ୍ତି। ଲୋକଲଜ୍ଜା ଭୟରେ ଉକ୍ତ ବ୍ୟକ୍ତି ଠକକୁ ଦାବି ମୁତାବକ ଟଙ୍କା ଦେଇଦେଉଛି। ଏଭଳି ଭାବେ ବ୍ଲାକମେଲିଂ କରି ଲକ୍ଷଲକ୍ଷ ଟଙ୍କା ଠକି ନେଇଛି ଠକ। କିଛିଦିନ ତଳେ ଜଣେ ବରିଷ୍ଠ ନାଗରିକ ଏଭଳି ଯୁବତୀଙ୍କ ଫାସରେ ପଡ଼ି ଟଙ୍କା ଗଣିଛନ୍ତି। ଏଥିରୁ ଦୂରେଇ ରହିବାକୁ ଡିସିପି ଉମାଶଙ୍କର ଦାଶ ସତର୍କ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Chameli Ojha Arrested: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା

15 Jul 2021 By The Sakala

ସୁନ୍ଦରୀ ବିଛାଉଛନ୍ତି ମାୟାଜାଲ : ସେକ୍ସଟୋରସନ୍‍ରୁ ବର୍ତ୍ତିଲେ ଯୁବକ

ଭୁବନେଶ୍ୱର : ରାଜଧାନୀରେ ସୁନ୍ଦରୀ ଯୁବତୀ ବିଛାଉଛନ୍ତି ମାୟାଜାଲ। ତେବେ ଯୁବତୀଙ୍କ ମାୟାଜାଲରୁ ଜଣେ ଯୁବକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେକ୍ସଟୋରସନ ଜରିଆରେ ଖଣ୍ଡଗିରି ଥାନା ଡୁମ୍‍ଡୁମାର ମାନସ ସାହୁଙ୍କୁ ଫସାଇଥିଲେ ସାଇବର୍‍ ଠକ। କିନ୍ତୁ ମାନସଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ଧରଣ ଠକେଇରୁ ବର୍ତ୍ତିଯାଇଛନ୍ତି। ମାନସଙ୍କ ଅଭିଯୋଗ ଅନୁସାରେ ଗତକାଲି ରାତିରେ ଜଣେ ଅଜଣା ବ୍ୟକ୍ତି ଫେସ୍‍ବୁକ୍‍ରେ ବନ୍ଧୁତା ସ୍ଥାପନ ଲାଗି ନିବେଦନ କରିଥିଲେ। ଏହାପରେ ମାନସ ବନ୍ଧୁତାକୁ ଗ୍ରହଣ କରିବା ପରେ ଚାଟିଂ ଆରମ୍ଭ ହୋଇଥିଲା। ଏହାର କିଛି ସମୟ ପରେ ମେସେଞ୍ଜରରେ ଉକ୍ତ ଯୁବତୀ ଅଶ୍ଲୀଳ ଭିଡିଓ କଲ୍‍ କରିଥିଲେ। ଏସବୁ ଜାଣିବା ପରେ ମାନସ ତୁରନ୍ତ ଫୋନ୍‍ ବନ୍ଦ କରିଦେବା ସହ କମିସନରେଟ ପୁଲିସର ସାଇବର୍‍ ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି।

କେମିତି ଠକୁଛନ୍ତି

ପ୍ରଥମେ ଫେସବୁକ୍‍, ଟୁଇଟର, ଇନ୍‍ଷ୍ଟାଗ୍ରାମ୍‍ ଭଳି ସୋସିଆଲ ମିଡ଼ିଆରେ ଯୁବତୀମାନେ ବନ୍ଧୁତା ଲାଗି ନିବେଦନ କରୁଛନ୍ତି। ଏହାପରେ ବନ୍ଧୁତାସ୍ଥାପନ କରୁଛନ୍ତି। ସମ୍ପର୍କ ନିବିଡ଼ ହେବା ପରେ ମେସେଞ୍ଜରରେ ନମ୍ବର ନେଣଦେଣ ହୋଇଥାଏ। ଏହାପରେ ପରେ ଭିଡିଓ କଲ୍‍ରେ ଅଶ୍ଳୀଳ ଭିଡିଓ କଲ୍‍ କରୁଛନ୍ତି। ଏସବୁ କାର୍ଯ୍ୟକଳାପକୁ ମୋବାଇଲରେ ରେକର୍ଡିଂ କରି ସାଇତି ରଖୁଛନ୍ତି। ଏହାପରେ ବ୍ଲାକ୍‍ମେଲିଂ କରୁଛନ୍ତି। ଯଦି ଟଙ୍କା ନ ଦେବେ ଉକ୍ତ ଭିଡିଓକୁ ସୋସିଆଲ ମିଡ଼ିଆ କିମ୍ବା ବନ୍ଧୁ ପରିଜନକୁ ଛାଡିଦେବାର ଧମକ ଦେଉଛନ୍ତି। ଲୋକଲଜ୍ଜା ଭୟରେ ଉକ୍ତ ବ୍ୟକ୍ତି ଠକକୁ ଦାବି ମୁତାବକ ଟଙ୍କା ଦେଇଦେଉଛି। ଏଭଳି ଭାବେ ବ୍ଲାକମେଲିଂ କରି ଲକ୍ଷଲକ୍ଷ ଟଙ୍କା ଠକି ନେଇଛି ଠକ। କିଛିଦିନ ତଳେ ଜଣେ ବରିଷ୍ଠ ନାଗରିକ ଏଭଳି ଯୁବତୀଙ୍କ ଫାସରେ ପଡ଼ି ଟଙ୍କା ଗଣିଛନ୍ତି। ଏଥିରୁ ଦୂରେଇ ରହିବାକୁ ଡିସିପି ଉମାଶଙ୍କର ଦାଶ ସତର୍କ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର