ଓଡ଼ିଆ ଆଇଏଏସ୍ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ରଙ୍କର ପରଲୋକ

The Sakala Picture
Published On

ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଆଇଏଏସ୍ ତଥା କେନ୍ଦ୍ର DPIIT ସଚିବ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର । କରୋନାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଓଡ଼ିଶାରେ ୧୯୮୬ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସର ଡକ୍ଟର ଗୁରୁପ୍ରସାଦ ମହାପାତ୍ର । ସେ ଲୋକପ୍ରିୟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ । DPIIT ସଚିବ ପୂର୍ବରୁ ସେ କେନ୍ଦ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିଥିଲେ । ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଥିଲେ […]

ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଆଇଏଏସ୍ ତଥା କେନ୍ଦ୍ର DPIIT ସଚିବ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର । କରୋନାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଓଡ଼ିଶାରେ ୧୯୮୬ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସର ଡକ୍ଟର ଗୁରୁପ୍ରସାଦ ମହାପାତ୍ର । ସେ ଲୋକପ୍ରିୟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ । DPIIT ସଚିବ ପୂର୍ବରୁ ସେ କେନ୍ଦ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିଥିଲେ । ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଥିଲେ ଗୁରୁପ୍ରସାଦ ମହାପାତ୍ର । ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ପ୍ରମୋସନ ପାଇଁ ବହୁ କାମ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରୋଷଘରୁ ୩୦ ପ୍ୟାକେଟ୍ ଡାଲଡ଼ା ଘିଅ ଜବତ, ତଦନ୍ତ ନିର୍ଦ୍ଦେଶ

ସେହିପରି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ଥିଲେ ଗୁରୁପ୍ରସାଦ ମହାପାତ୍ର । ତାଙ୍କ କାର୍ଯ୍ୟକାଳରେ ଏୟାରପୋର୍ଟ ଅଥରିଟିକୁ ନୂଆ ଦିଶା ଦେଇଥିଲେ । ୨୦୧୯ ଅଗଷ୍ଟ ୧ ତାରିଖରେ ତାଙ୍କୁ DPIIT ସଚିବ ଭାବରେ ନିଯୁକ୍ତ କରାଯାଇଥିଲା । କେନ୍ଦ୍ରକୁ ଆସିବା ପୂର୍ବରୁ ଗୁଜରାଟରେ ସୁରତ ଓ ଅହମ୍ମଦାବାଦ ମହାନଗର ନିଗମ କମିଶନର ଥିଲେ ଗୁରୁପ୍ରସାଦ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ପୁରୀରେ ହୋଟେଲ୍‌ ମାଲିକକୁ ହତ୍ୟା ଘଟଣା: ଅଭିଯୁକ୍ତ ଚନ୍ଦନ ପଲାରକୁ ପୋଲିସ ଏନ୍‌କାଉଣ୍ଟର

19 Jun 2021 By The Sakala

ଓଡ଼ିଆ ଆଇଏଏସ୍ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ରଙ୍କର ପରଲୋକ

ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଆଇଏଏସ୍ ତଥା କେନ୍ଦ୍ର DPIIT ସଚିବ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର । କରୋନାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଓଡ଼ିଶାରେ ୧୯୮୬ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସର ଡକ୍ଟର ଗୁରୁପ୍ରସାଦ ମହାପାତ୍ର । ସେ ଲୋକପ୍ରିୟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ । DPIIT ସଚିବ ପୂର୍ବରୁ ସେ କେନ୍ଦ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିଥିଲେ । ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଥିଲେ ଗୁରୁପ୍ରସାଦ ମହାପାତ୍ର । ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ପ୍ରମୋସନ ପାଇଁ ବହୁ କାମ କରିଛନ୍ତି ।

ସେହିପରି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ଥିଲେ ଗୁରୁପ୍ରସାଦ ମହାପାତ୍ର । ତାଙ୍କ କାର୍ଯ୍ୟକାଳରେ ଏୟାରପୋର୍ଟ ଅଥରିଟିକୁ ନୂଆ ଦିଶା ଦେଇଥିଲେ । ୨୦୧୯ ଅଗଷ୍ଟ ୧ ତାରିଖରେ ତାଙ୍କୁ DPIIT ସଚିବ ଭାବରେ ନିଯୁକ୍ତ କରାଯାଇଥିଲା । କେନ୍ଦ୍ରକୁ ଆସିବା ପୂର୍ବରୁ ଗୁଜରାଟରେ ସୁରତ ଓ ଅହମ୍ମଦାବାଦ ମହାନଗର ନିଗମ କମିଶନର ଥିଲେ ଗୁରୁପ୍ରସାଦ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର