କରୋନା ଭୟ: ଟେଷ୍ଟିଂ, ଟ୍ରାକ ଓ ଟ୍ରିଟମେଣ୍ଟ ହାର ବଢାଇବା ପାଇଁ ୮ ରାଜ୍ଯକୁ କେନ୍ଦ୍ରର ସ୍ବତନ୍ତ୍ର ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏ ନେଇ କେନ୍ଦ୍ର ସରକାର ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରୀକ୍ଷା ହାର ବଢ଼ାଇବା ସହ ଚିକିତ୍ସା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ଟେଷ୍ଟ, ଟ୍ରାକ ଓ ଟ୍ରିଟମେଣ୍ଟ ଉପରେ ଅଧିକ ଧ୍ୟାନ ଦେବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ […]

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏ ନେଇ କେନ୍ଦ୍ର ସରକାର ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରୀକ୍ଷା ହାର ବଢ଼ାଇବା ସହ ଚିକିତ୍ସା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ଟେଷ୍ଟ, ଟ୍ରାକ ଓ ଟ୍ରିଟମେଣ୍ଟ ଉପରେ ଅଧିକ ଧ୍ୟାନ ଦେବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ରହିଛି। ଓଡ଼ିଶା ସମେତ ହରିଆଣା, ଆନ୍ଧ୍ର ପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ ଓ ଦିଲ୍ଲୀ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ, ଏହି ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬୩ଟି ଜିଲ୍ଲାର ସ୍ଥିତି ଚିନ୍ତା ବଢ଼ାଇଛି। କାରଣ ଏହି ଜିଲ୍ଲା ଗୁଡ଼ିକରେ ଟେଷ୍ଟିଂ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଉଛି। ୬୩ଟି ଜିଲ୍ଲା ମଧ୍ୟରେ ଦିଲ୍ଲୀର ୯ଟି ଜିଲ୍ଲା, ୧୫ଟି ହରିୟାଣାରେ, ୧୦ଟି ଆନ୍ଧ୍ରପ୍ରଦେଶରେ, ୧୦ଟି ଓଡ଼ିଶାରେ, ୯ଟି ହିମାଚଳ ପ୍ରଦେଶରେ, ଉତ୍ତରାଖଣ୍ଡରେ ୭ଟି, ଗୋଆରେ ୨ଟି ଏବଂ ଚଣ୍ଡିଗଡ଼ରେ ଗୋଟିଏ ଜିଲ୍ଲା ରହିଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ଏହି ସବୁ ସ୍ଥାନରେ ଦିନକୁ ଦିନ ଆରଟି-ପିସିଆର ଟେଷ୍ଟ ସଂଖ୍ୟା କମୁଛି, ସାପ୍ତାହିକ ପଜିଟିଭ ସଂଖ୍ଯା ବଢ଼ୁଛି ଓ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂକୁ ଠିକ ଭାବେ କରାଯାଉ ନାହିଁ। ଫଳରେ ଏଠାରୁ ସଂକ୍ରମଣ ପଡ଼ୋଶୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ସୃଷ୍ଟି କରିଛି। ସେହିପରି ସୁପର ସ୍ପ୍ରେଡରଙ୍କ ଉପରେ ନଜର ରଖିବାକୁ ମଧ୍ୟ ଏହି ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଧ୍ୟାନ ଦେବା ଉଚିତ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବେଦନଶୀଳ ଜିଲ୍ଲା ଗୁଡ଼ିକରେ ଘରୋଇ ହସ୍ପିଟାଲଗୁଡ଼ିକ ସହ ମିଶି ଟିକାକରଣ କାର୍ଯ୍ଯକ୍ରମ ଜୋରଦାର କରାଯାଉ। ଟିକାକରଣ କାର୍ଯ୍ଯକ୍ରମକୁ ଅତିକମରେ ଲଗାତର ୧୫ ଦିନ ଓ ସର୍ବାଧିକ ୨୮ ଦିନ ଯାଏ ଆୟୋଜନ କରାଯାଉ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ତେବେ ଏହି କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ଦଳ ପଞ୍ଜାବ ଏବଂ ମହାରାଷ୍ଟ୍ରକୁ ପହଞ୍ଚିଛନ୍ତି।  ସଂକ୍ରମଣର ବୃଦ୍ଧି ହେବାର କାରଣ ନିଶ୍ଚିତ କରିବାକୁ ଏହି ଦଳମାନଙ୍କୁ ସେଠାକୁ ପଠାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର