ଜାମ୍ମୁ-କାଶ୍ମୀରର ସୋପୋରରେ ଆତଙ୍କବାଦୀ ଆକ୍ରମଣ ; ୨ ପୁଲିସ ଶହୀଦ ଓ ୨ ସାଧାରଣ ନାଗରିକଙ୍କ ମୃତ୍ୟୁ

The Sakala Picture
Published On

ଅରମାପୋରା: ଜାମ୍ମୁ କାଶ୍ମୀରର ସୋପୋରରେ ଶନିବାର ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପୁଲିସ ଶହୀଦ ହୋଇଛନ୍ତି । ଏହି ଆକ୍ରମଣରେ ୨ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ମୋଟ ୪ ଜଣଙ୍କର ପ୍ରାଣ ଯାଇଛି । ଏହି ଆକ୍ରମଣ ବିଷୟରେ ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୨ ଜଣ ପୁଲିସ ଶହୀଦ ହୋଇଥିବା ବେଳେ […]

ଅରମାପୋରା: ଜାମ୍ମୁ କାଶ୍ମୀରର ସୋପୋରରେ ଶନିବାର ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପୁଲିସ ଶହୀଦ ହୋଇଛନ୍ତି । ଏହି ଆକ୍ରମଣରେ ୨ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ମୋଟ ୪ ଜଣଙ୍କର ପ୍ରାଣ ଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଏହି ଆକ୍ରମଣ ବିଷୟରେ ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୨ ଜଣ ପୁଲିସ ଶହୀଦ ହୋଇଥିବା ବେଳେ ଏବଂ ୨  ଅନ୍ୟ ଜଣ ସାଧାରଣ ନାଗରିକ ପନିପରିବା ବିକକାଳିଙ୍କ ପ୍ରାଣ ଯାଇଛି । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୨ ଜଣ ପୁଲିସ କର୍ମଚାରୀଙ୍କ ବ୍ୟତୀତ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ତେବେ ସମୁଦାୟ ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଆତଙ୍କବାଦୀମାନେ ହଠାତ୍ ସୁରକ୍ଷା ବାହିନୀର ମିଳିତ ଦଳ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କ ଏହି ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ପୁଲିସ ଏବଂ CRPFର ମିଳିତ ଦଳ ଘେରିଛନ୍ତି । ଏବଂ ବର୍ତ୍ତମାନ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର