ବନ୍ୟା ପାଣିରେ ବୁଡ଼ିଲା ଅସ୍ଥାୟୀ ପୋଲ, ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଛିନ୍ନ

The Sakala Picture
Published On

ନୀଳଗିରି: ବନ୍ୟା ପାଣିରେ ବୁଡ଼ିଲା ଅସ୍ଥାୟୀ ପୋଲ । ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ବେଗୁନିଆରେ ବନ୍ୟା ପାଣିରେ ବୁଡିଯାଇଛି ପୋଲ । ଫଳରେ ୧୦ଟିରୁ ଅଧିକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ନୀଳଗିରି ବ୍ଲକ୍ ବେଗୁନିଆ ପଞ୍ଚାୟତ ଦେଇ ବହି ଯାଇଥିବା ସୋନ ନଈ ଶାଖା ନଇ ଉପରେ ୪୦ ବର୍ଷ ତଳର ଏକ ପୁରୁଣା ପୋଲ ରହିଥିଲା । ତାହା ନଷ୍ଟ ହେବା ପରେ ଅସ୍ଥାୟୀ ଭାବରେ ରାସ୍ତା କରି ଗୋଟିଏ ଗାଁରୁ […]

ନୀଳଗିରି: ବନ୍ୟା ପାଣିରେ ବୁଡ଼ିଲା ଅସ୍ଥାୟୀ ପୋଲ । ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ବେଗୁନିଆରେ ବନ୍ୟା ପାଣିରେ ବୁଡିଯାଇଛି ପୋଲ । ଫଳରେ ୧୦ଟିରୁ ଅଧିକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ନୀଳଗିରି ବ୍ଲକ୍ ବେଗୁନିଆ ପଞ୍ଚାୟତ ଦେଇ ବହି ଯାଇଥିବା ସୋନ ନଈ ଶାଖା ନଇ ଉପରେ ୪୦ ବର୍ଷ ତଳର ଏକ ପୁରୁଣା ପୋଲ ରହିଥିଲା । ତାହା ନଷ୍ଟ ହେବା ପରେ ଅସ୍ଥାୟୀ ଭାବରେ ରାସ୍ତା କରି ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯୋଗାଯୋଗ କରାଯାଉଥିଲା । କିନ୍ତୁ ବାତ୍ୟା ଦାନା ଯିବା ପରେ ସନ ନଈରେ ଜଳସ୍ଥର ବଢ଼ିଛି ଯାହା ଦ୍ୱାରା କି ଅସ୍ଥାୟୀ ପୋଲଟି ବୁଡି ଯାଇଛି। ଫଳରେ ବେଗୁନିଆ, ମିତ୍ରପୁର, କଲ୍ୟାଣୀ, ସିଙ୍ଗିରୀ, ତୋଟାପଡ଼ା, ଲଇଛଣପୁର, ଶଂଶାପାଳ, ନିଶଙ୍ଖପୁର, ଟିକିରାପାଳ, ପଥରଗଡ଼, ଦୁବାଟି ଆଦି ୧୦ରୁ ଅଧିକ ଗ୍ରାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ତୁରନ୍ତ କିଛି ପଦକ୍ଷେପ ନେବା ପାଇଁ ପ୍ରସାଶନକୁ ଗୁହାରୀ କରିଛନ୍ତି ଅଞ୍ଚଳବାସୀ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର