ମାର୍ଚ୍ଚରେ ତାତିବ ଅଧା ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହେତୁ ହିଟ୍‍ ୱେଭ୍‍ ପରିସ୍ଥିତି ସୃଷ୍ଟି ହେବ। ବିଶେଷ କରି ମାଲକାନଗିରି ଜିଲ୍ଲାରେ ମାର୍ଚ୍ଚ ମାସର ଯେକୌଣସି ଦିନରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ମାର୍ଚ୍ଚ ମାସରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ […]

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହେତୁ ହିଟ୍‍ ୱେଭ୍‍ ପରିସ୍ଥିତି ସୃଷ୍ଟି ହେବ। ବିଶେଷ କରି ମାଲକାନଗିରି ଜିଲ୍ଲାରେ ମାର୍ଚ୍ଚ ମାସର ଯେକୌଣସି ଦିନରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ମାର୍ଚ୍ଚ ମାସରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଊର୍ଦ୍ଧ୍ବରେ ରହିବାର ଥିବା ବେଳେ ସାମଗ୍ରିକ ଭାବେ ମେ’ ତାପମାତ୍ରା ସ୍ୱାଭାବିକଠାରୁ କମ୍‍ ରହିବ ବୋଲି କୁହାଯାଇଛି। ତେବେ ମାର୍ଚ୍ଚ ମାସ ପରେ ରାଜ୍ୟରେ ତାପମାତ୍ରା ବିଶେଷ ବୃଦ୍ଧି ହେବ ନାହିଁ। ଏହା ସହିତ ଲା-ନିନା ଯୋଗୁଁ ଗ୍ରୀଷ୍ମ ଋତୁରେ ବର୍ଷାର ପ୍ରକୋପ ମଧ୍ୟ ରହିବା ଯୋଗୁଁଁ ତାପମାତ୍ରାରେ ବିଶେଷ ବୃଦ୍ଧି ହେବ ନାହିଁ।ଏହି ସମୟ ମଧ୍ୟରେ ରାଜ୍ୟର ଉତ୍ତର ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‍ ରହିବ ବୋଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଅନ୍ୟପଟେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି। ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼଼ରେ ୩୬, ବଲାଙ୍ଗୀର ୩୫.୮, ଅନୁଗୋଳ ୩୫.୭, ଭବାନୀପାଟଣା ୩୫.୫ ଓ ସୋନପୁର ୩୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବାକୁ ନ ଥିବାରୁ ଏହି ସ୍ଥିତି ଜାରି ରହିବାର ଆଶଙ୍କା ରହିଛି। ତେବେ ବୁଧବାର ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ହାଲୁକା କୁହୁଡ଼ି ହେବାର ଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଖରାଟିଆ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର