ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଏପ୍ରିଲ୍‌ ପହିଲାରୁ ରାଜ୍ୟରେ ବର୍ଷା ଆଶଙ୍କା

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ସମେତ ସାରା ରାଜ୍ୟରେ ଗତକାଲି ଅସହ୍ୟ ତାତି ସହ ପ୍ରବଳ ଗରମ ଅନୁଭୂତ ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୮ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ବିଶେଷକରି ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଆହୁରି ୨୪ ଘଣ୍ଟା ତାତି ଏଭଳି କଲବଲ କରିବ। ତେବେ ଏପ୍ରିଲ୍‌ ପହିଲାରୁ କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବା ସହ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। […]

ଭୁବନେଶ୍ୱର: ରାଜଧାନୀ ସମେତ ସାରା ରାଜ୍ୟରେ ଗତକାଲି ଅସହ୍ୟ ତାତି ସହ ପ୍ରବଳ ଗରମ ଅନୁଭୂତ ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୮ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ବିଶେଷକରି ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଆହୁରି ୨୪ ଘଣ୍ଟା ତାତି ଏଭଳି କଲବଲ କରିବ। ତେବେ ଏପ୍ରିଲ୍‌ ପହିଲାରୁ କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବା ସହ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ତୁଳନାରେ ଗତକାଲି ଅଧିକାଂଶ ସ୍ଥାନରେ ପାରଦ ଉପରକୁ ଚଢ଼ିଛି। ଆଜି ମଧ୍ୟ ତାତି ୨ରୁ ୩ ଡିଗ୍ରି ବଢ଼ିପାରେ। ୪୦ ଡିଗ୍ରୀ ମୁହାଁ ପାରଦରେ ଆଉ କିଛି ଜିଲ୍ଲା ଯୋଡ଼ି ହେବ ବୋଲି ପୂର୍ବାନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଶୁକ୍ରବାରଠାରୁ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗତ ଦୁଇ ଦିନରେ ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବାରୁ ଲୋକ ଖରାରେ ପୂରା ଅସ୍ତବ୍ୟସ୍ତ ହୋଇଯାଇଛନ୍ତି। ‌ତେବେ ଆଜି ମଧ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଆହୁରି ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଆସନ୍ତାକାଲି ଗ୍ରୀଷ୍ମପ୍ରବାହ ସହ ପ୍ରବଳ ଖରାକୁ ନେଇ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ସମ୍ୱଲପୁର ଓ ଝାରସୁଗୁଡା ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଉଷ୍ମ ଓ ଆର୍ଦ୍ର ଅର୍ଥାତ୍‌ ଗରମ ଗୁଳୁଗୁଳି ସ୍ଥିତିକୁ ନେଇ ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ମଧ୍ୟ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଆସନ୍ତାକାଲି ପରଠାରୁ ତାପମାତ୍ରା ଧୀରେଧୀରେ କମିବା ସହ ଆଉ ହିଟୱେଭ୍‌ର ସମ୍ଭାବନା ନାହିଁ। ଏପ୍ରିଲ୍‌ ପହିଲାରୁ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସହ ରାଜ୍ୟରେ ବର୍ଷା ଆରମ୍ଭ ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ୨, ୩ ଓ ୪ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଓଡ଼ିଶାରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ। ଏପ୍ରିଲ ୨ ତାରିଖରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମେଘୁଆ ପାଗ ସହ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ। ସେହିପରି ୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ଜାରି ରହିବ। ୪ ତାରଖରେ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଓ ରାୟଗଡ଼ାରେ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର