ରାଜ୍ୟରେ ତାପମାତ୍ରା କମିବା ସହ ବଢୁଛି ଶୀତର ପ୍ରକୋପ, ଆହୁରି ୨ରୁ ୩ ଡିଗ୍ରୀ ଖସିବ ପାରଦ

The Sakala Picture
Published On

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା । ପାରଦ କ୍ରମଶଃ ତଳକୁ ଖସିବା ସହ ବଢୁଛି ଶୀତର ପ୍ରକୋପ । ସକାଳୁ ସକାଳୁ ସବୁଠି ପ୍ରାୟ ଅଧିକାଂଶ ଜାଗାରେ ଘନ କୁହୁଡ଼ି ଆସ୍ତରଣ । ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ ହ୍ରାସ ଫଳରେ କମିଛି ତାପମାତ୍ରା । ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢିଛି । ସାରା ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏ ପାରଦ […]

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା । ପାରଦ କ୍ରମଶଃ ତଳକୁ ଖସିବା ସହ ବଢୁଛି ଶୀତର ପ୍ରକୋପ । ସକାଳୁ ସକାଳୁ ସବୁଠି ପ୍ରାୟ ଅଧିକାଂଶ ଜାଗାରେ ଘନ କୁହୁଡ଼ି ଆସ୍ତରଣ । ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ ହ୍ରାସ ଫଳରେ କମିଛି ତାପମାତ୍ରା । ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢିଛି । ସାରା ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏ ପାରଦ କମିଛି । ଫଳରେ ଅଧିକ ଶୀତ ଅନୁଭୂତ ହେଉଛି । ଗତକାଲି ୧୩ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ହ୍ରାସ ପାଇବ । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ । କୋରାପୁଟ, କନ୍ଧମାଳ ଓ ସୁନ୍ଦରଗଡରେ ଅଧିକ ଶୀତ ପଡ଼ିବ । ଏହା ସହିତ ଘନ କୁହୁଡ଼ି ପଡ଼ିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଅନ୍ୟପଟେ ଆସନ୍ତା ଡିସେମ୍ବର ୪ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ନେଇ ବିଭିନ୍ନ ମଡେଲ୍‍ ଆକଳନ କରୁଛନ୍ତି। ତେବେ ଏହି ଲଘୁଚାପ କେତେ ଘନୀଭୂତ ହେବ ଓ ଗତିପଥ କଣ ରହିବ ତାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ। ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରତ ପରିସର ଆକଳନରେ ମଧ୍ୟ ଲଘୁଚାପ ସମ୍ପର୍କରେ ସୂଚନା ଦିଆଯାଇଛି। ମାତ୍ର ଏହାର ଘନୀଭୂତ ସମ୍ପର୍କରେ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର