ଖାଲି ରହିବନି କୌଣସି ବର୍ଗର କର୍ମଚାରୀ ପଦ: ମିଶନ୍‌‌ ମୋଡ୍‌‌ରେ ନିଯୁକ୍ତ ହେବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ

The Sakala Picture
Published On

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷାର ସୁଦୃଢ଼ୀକରଣ ପରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ନବକଳେବର ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରାଥମିକ ସ୍ତରରେ ଖୁବଶିଘ୍ର ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଖାଲି ଥିବା ପ୍ରାୟ ୪୦ ହଜାର ଶିକ୍ଷକ ପଦ ପୂରଣ ହେବ। ସେହିପରି ରେସିଡେନ୍ସି ପିରିୟଡ଼ ଅବଧି କମାଯିବା ପରେ ଶିକ୍ଷକମାନଙ୍କ ପଦୋନ୍ନତି ପ୍ରକ୍ରିୟା ସହଜ ହେବା ସହ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ବରିଷ୍ଠ ବର୍ଗର ଶିକ୍ଷକ […]

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷାର ସୁଦୃଢ଼ୀକରଣ ପରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ନବକଳେବର ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରାଥମିକ ସ୍ତରରେ ଖୁବଶିଘ୍ର ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଖାଲି ଥିବା ପ୍ରାୟ ୪୦ ହଜାର ଶିକ୍ଷକ ପଦ ପୂରଣ ହେବ। ସେହିପରି ରେସିଡେନ୍ସି ପିରିୟଡ଼ ଅବଧି କମାଯିବା ପରେ ଶିକ୍ଷକମାନଙ୍କ ପଦୋନ୍ନତି ପ୍ରକ୍ରିୟା ସହଜ ହେବା ସହ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ବରିଷ୍ଠ ବର୍ଗର ଶିକ୍ଷକ ପଦ ପୂରଣ ହେବ। ସର୍ବୋପରି ଗଣଶିକ୍ଷା ବିଭାଗରେ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାର ସୁଦୃଢ଼ୀକରଣ ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ରାଜ୍ୟ ସରକାର ଖୁବଶୀଘ୍ର ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଥମିକ ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦ ପୂରଣ କରିବା ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିରେ)ଙ୍କୁ ନିୟୋଜନ କରାଯିବ। ଏହା ଦ୍ୱାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ତାଲିମ୍ପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ନିୟୋଜିତ ହେବେ। ସେହିପରି ୫୪ ହଜାର ବରିଷ୍ଠ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କର ପଦୋନ୍ନତି ପାଇଁ ‘ରେସିଡେନ୍ସି ପିରିୟଡ୍‌‌’ କୋହଳ କରାଯାଇଥିବାରୁ ଖାଲି ରହିଥିବା ବରିଷ୍ଠ ବର୍ଗର ଶିକ୍ଷକ ପଦ ତ୍ୱରିତ ପୂରଣ ହେବ। ସେହିପରି ମାଧ୍ୟମିକ ଶିକ୍ଷା ସ୍ତରରେ ୭,୫୪୦ ଜଣ ସରକାରୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବ ସମସ୍ୟା ଦୂର କରିବାକୁ ୬୦୨୫ଟି ଏଲଟିଆର୍‌‌(ଛୁଟି ଓ ପ୍ରଶିକ୍ଷଣ ପାଇଁ ସଂରକ୍ଷିତ ପଦ) ଶିକ୍ଷକ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ମାଧ୍ୟମିକ ବିଦ୍ୟାଳୟ ସହ ଜିଲ୍ଲା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ମୋଟ୍‌‌ ୧୭୯୯ କନିଷ୍ଠ ସହାୟକ ପଦ ପୂରଣ ସହ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୨୦୬୪ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ଏସଏସବି(ସର୍ଭିସ୍‌‌ ସିଲେକ୍ସନ୍‌‌ ବୋର୍ଡ) ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଅପରପକ୍ଷେ ଓପିଏସସି ଦ୍ୱାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୩୩୫ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ୧୫୦ ଜଣ ପିଜିଟିଙ୍କୁ ଇତିମଧ୍ୟରେ ନିଯୁକ୍ତି ମିଳିଥିବା ବେଳେ ୨୦୨୩-୨୪ ସୁଦ୍ଧା ଆହୁରି ୩୬୭ ଜଣ ପିଜିଟିଙ୍କୁ ନିଯୁକ୍ତ ହେବେ। ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୧୫୪୩ ଜଣ ପିଜିଟି ନିଯୁକ୍ତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଏସଏସବି ଦ୍ୱାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ୫୫୫ ପିଜିଟି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିଭଳି ବିଭିନ୍ନ ସିଟି ସ୍କୁଲ୍‌‌ (ଡିଆଇଇଟି ଓ ବିଆଇଇଟି)ରେ ୧୨୦ଟି ଶିକ୍ଷକ-ପ୍ରଶିକ୍ଷକ ପଦବୀ ପୂରଣ କରିବାକୁ ମଧ୍ୟ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର