ଜାଲ୍‍ ସାର୍ଟିଫିକେଟ ବଳରେ ଚାକିରି ଘଟଣା, ବିଇଓଙ୍କ ଏତଲା ପରେ ଶିକ୍ଷକ ଫେରାର

The Sakala Picture
Published On

ବାରିପଦା : ଜାଲ ସାର୍ଟିଫିକେଟରେ ଶିକ୍ଷକତା ପ୍ରମାଣିତ ହେବାର ୧୧ମାସ ବିତିଲାଣି। ବାରମ୍ୱାର ଅଭିଯୋଗ, ଗଣମାଧ୍ୟମରେ ଖବର ପ୍ରକାଶ/ପ୍ରସାରଣ ଓ କ୍ରାଇମବ୍ରାଞ୍ଚର ହସ୍ତକ୍ଷେପ ପରେ ଶେଷରେ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ଶୁଳିଆପଦା ବିଇଓ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଶୁଳିଆପଦା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ ପାଇଁ ତାଙ୍କ ଘରକୁ ଯାଇ ନିରାଶ ହୋଇ ଫେରିଛି। ପୂର୍ବ ସୂଚନା ପାଇ ଶିକ୍ଷକ ଜଣଙ୍କ ନିଜର ମୋବାଇଲ ବନ୍ଦ ରଖି […]

ବାରିପଦା : ଜାଲ ସାର୍ଟିଫିକେଟରେ ଶିକ୍ଷକତା ପ୍ରମାଣିତ ହେବାର ୧୧ମାସ ବିତିଲାଣି। ବାରମ୍ୱାର ଅଭିଯୋଗ, ଗଣମାଧ୍ୟମରେ ଖବର ପ୍ରକାଶ/ପ୍ରସାରଣ ଓ କ୍ରାଇମବ୍ରାଞ୍ଚର ହସ୍ତକ୍ଷେପ ପରେ ଶେଷରେ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ଶୁଳିଆପଦା ବିଇଓ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଶୁଳିଆପଦା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ ପାଇଁ ତାଙ୍କ ଘରକୁ ଯାଇ ନିରାଶ ହୋଇ ଫେରିଛି। ପୂର୍ବ ସୂଚନା ପାଇ ଶିକ୍ଷକ ଜଣଙ୍କ ନିଜର ମୋବାଇଲ ବନ୍ଦ ରଖି ଫେରାର ହୋଇଯାଇଛନ୍ତି। ଶିକ୍ଷକ ଜଣଙ୍କ ହେଲେ ଶୁଳିଆପଦା ବ୍ଲକ କାଠଶୀର୍ଷି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ପାତ୍ର। ସେ ନିଜ ନାମରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ସାର୍ଟିଫିକେଟର ବୈଧତା ଯାଞ୍ଚ ପାଇଁ ଶୁଳିଆପଦା ବିଇଓ ଅଫିସ ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଯାଞ୍ଚ ପରେ ଏହା ଜାଲ ପ୍ରମାଣିତ ହେବାରୁ ଗତବର୍ଷ ଜୁଲାଇ ୨୨ ତାରିଖରେ ଶୁଳିଆପଦା ବିଇଓ ମାଳତୀ ଟୁଡୁଙ୍କୁ ଚିଠି ମାଧ୍ୟମରେ ବିଶ୍ୱବିଦ୍ୟାଳୟ ତରଫରୁ ଜଣାଇ ଦିଆଯାଇଥିଲା। ଏହାସତ୍ତ୍ବେ ଦୀର୍ଘଦିନ ଧରି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଗତ ୨ମାସ ତଳେ କ୍ରାଇମବ୍ରଞ୍ଚର ଅଧିକାରୀ ବିଇଓଙ୍କୁ ସାକ୍ଷାତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ କରିଥିଲେ। ଏହାପରେ ବାଧ୍ୟ ହୋଇ ବିଭାଗୀୟ ଅଧିକାରୀ କାଠଶୀର୍ଷି ବିଦ୍ୟାଳୟ ଗସ୍ତ କରିଥିଲେ। ଏହାପରେ ମଧ୍ୟ କାର୍ଯ୍ୟାନୁଷ୍ଠାନରେ ବିଳମ୍ୱ ହେବାରୁ ଗଣମାଧ୍ୟମରେ ପୁନର୍ବାର ଖବର ପ୍ରକାଶ/ପ୍ରସାରଣ ହୋଇଥିଲା। ଆହୁରି ବିଳମ୍ୱ ହେଲେ କାଳେ ନିଜେ ଛନ୍ଦି ହୋଇଯିବେ ତେଣୁ ବାଧ୍ୟ ହୋଇ ଗତକାଲି ବିଇଓ ମାଳତୀ ଟୁଡୁ ଶେଷରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଅଭିଯୋଗ ପାଇବା ପରେ ଶୁଳିଆପଦା ଥାନାରେ କେଶ ନଂ ୧୦୬ – ଦଫା ୪୨୦, ୪୬୮ ଓ ୪୭୧ରେ ମାମଲା ରୁଜୁ ହେବା ସହିତ ନକଲି ଶିକ୍ଷକଙ୍କୁ ପୁଲିସ ଖୋଜୁଥିବା ବେଳେ ଏପଟେ ନକଲି ଶିକ୍ଷକ ଜଣଙ୍କ କୌଣସି ପତ୍ତା ମିଳୁନାହିଁ। ଯେକୌଣସି ଉପାୟରେ ନକଲି ଶିକ୍ଷକଙ୍କୁ ଗିରଫ କରିବା ପାଇଁ ପୁଲିସ ତରଫରୁ ଜାଲ ବିଛା ଯାଇଛି। ଖୁବଶୀଘ୍ର ସେ ଗିରଫ ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। କେବଳ ନକଲି ଶିକ୍ଷକଙ୍କୁ ଗିରଫ କରିଦେଲେ ଚଳିବ ନାହିଁ, ଜାଲ ସାର୍ଟିଫିକେଟ ଯୋଗାଣକାରୀକୁ ଖୋଜି ବାହାର କରିବା ସହିତ ଏହାର ମୂଳକୁ ଠାବ କରାଗଲେ ସବୁଦିନ ପାଇଁ ଜାଲ ସାର୍ଟିଫିକେଟ କାରବାର ବନ୍ଦ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର