ଗୋରୁ ବୋଝେଇ ଟାଟା ଏସିଇ ଜବତ; ୧୦ଗୋରୁ ଉଦ୍ଧାର,ଡ୍ରାଇଭର ଗିରଫ

The Sakala Picture
Published On

ଖୋର୍ଦ୍ଧା: ଗୁରୁବାର ବାଘମାରୀ ଛକ ଉପରୁ ବାଘମାରି ପୁଲିସ ଏକ ଗୋରୁ ବୋଝେଇ ଟାଟାଏସିଇ ଗାଡିକୁ ଜବତ କରିଛି । ଗାଡିରେ ଥିବା ୧୦ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଜଣକ ହେଲେ ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ କେରଙ୍ଗ ଗ୍ରାମର ମମତାଜ ଖାନ ୩୧) । ସୂଚନା ଅନୁସାରେ, ଦିନ ପ୍ରାୟ ସାଢେ ଗୋଟେ ସମୟରେ ଓଆର- ୦୪-ଏଲ୫୬୯୨ନଂ ବିଶିଷ୍ଟ ଏକ ଗୋରୁ ବୋଝେଇ ଟାଟା ଏସିଇ ଗାଡି କୁଶପଲ୍ଲାରୁ […]

ଖୋର୍ଦ୍ଧା: ଗୁରୁବାର ବାଘମାରୀ ଛକ ଉପରୁ ବାଘମାରି ପୁଲିସ ଏକ ଗୋରୁ ବୋଝେଇ ଟାଟାଏସିଇ ଗାଡିକୁ ଜବତ କରିଛି । ଗାଡିରେ ଥିବା ୧୦ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଜଣକ ହେଲେ ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ କେରଙ୍ଗ ଗ୍ରାମର ମମତାଜ ଖାନ ୩୧) ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ସୂଚନା ଅନୁସାରେ, ଦିନ ପ୍ରାୟ ସାଢେ ଗୋଟେ ସମୟରେ ଓଆର- ୦୪-ଏଲ୫୬୯୨ନଂ ବିଶିଷ୍ଟ ଏକ ଗୋରୁ ବୋଝେଇ ଟାଟା ଏସିଇ ଗାଡି କୁଶପଲ୍ଲାରୁ କେରଙ୍ଗ ଅଭିମୁଖେ ଯାଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଘମାରୀ ପୁଲିସ ଉକ୍ତ ଗାଡିକୁ ବାଘମାରୀ ଛକନିକଟରେ ଅଟକାଇଥିଲା । ଏଥିରେ ୧୦ଟି ଗୋରୁ ବନ୍ଧାଯାଇ ନିଆଯାଉଥିବା ପୁଲିସ ଜାଣିବାକୁ ପାଇଥିଲା । ତେଣୁ ଗାଡିକୁ ଜବତ କରିବା ସହିତ ସେଥିରେ ଥିବା ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିଲା । ଉଦ୍ଧାର ଗୋରୁଙ୍କୁ ଭୁବନେଶ୍ବରସ୍ଥିତ ଗୋଶାଳାରେ ଛଡାଯିବ ବୋଲି ଥାନାଅଧିକାରୀ ଅର୍ଚ୍ଚନା ମଲ୍ଲିକ ସୂଚନା ଦେଇଛନ୍ତି । ବେଆଇନ ଗୋଚାଲାଣ ଅଭିଯୋଗରେ ପୁଲିସ ୪୭/୨୧ନଂ ରେ ଏକ ମାମଲା ରୁଜୁ କରିଥିବାବେଳେ ଡ୍ରାଇଭର ମମତାଜକୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ପ୍ରକାଶ ଥାଉକି, ଏସପିଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ, ଗତ ଦେଢମାସ ମଧ୍ୟରେ ମଧ୍ୟରେ ଜିଲ୍ଲାପୁଲିସ ୧୪୮ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରିଥିବାବେଳେ ପ୍ରାୟ ୧୬ଟି ଗୋରୁଙ୍କର ମୃତ୍ୟୁ ଏବଂ ୯ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗତ ଅପ୍ରେଲ ୨୪ରେ ଆଦର୍ଶ ଥାନା ପୁଲିସ ୧୬ନଂ ଜାତୀୟ ରାଜପଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକଠାରୁ ଏକ ଗୋରୁ ବୋଝେଇ କଂଟେନରକୁ ଜବତ କରିଥିଲା । ଗାଡିରୁ ୩୮ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭର ଭଦ୍ରକ ଧାମନଗର ର ସେକ ହାଇଦର କୁ ଗିରଫ କରିଥିଲା । ସେହିପରି ଉକ୍ତ ମାସ ୨୭ ତାରିଖରେ ବାଘମାରୀ ପୁଲିସ ଏକ ଗୋରୁ ବୋଝେଇ ପିକଅପ ଭ୍ୟନ ଜବତ କରିଥିବାବେଳେ ଏଥିରୁ ୪ଟି ଗୋରୁ ଉଦ୍ଧାର କରିଥିଲା । ଗାଡିର ଡ୍ରାଇଭର ବାଣପୁରର ହେମନ୍ତ ପ୍ରଧାନ(୨୮) ଏବଂ ଗୋରୁ ବେପାରୀ କେରଙ୍ଗର ଇଲିଆସ ମହମ୍ମଦ(୪୫)କୁ ଗିରଫ କରିଥିଲା । ଏଥିସହିତ ଚଳିତମାସ ଗତମାସ ୧ତାରିଖ ରେ ନାଚୁଣୀ ଫାଣ୍ଡି ପୁଲିସ ସୁନାଖଳା ଅଂଚଳର ଏକ ଗୋରୁ ବୋଝେଇ ଗାଡି ଜବତ କରିଥିଲା । ୬ଗୋରୁ ଉଦ୍ଧାର ହୋଇଥିବା ବେଳେ ୨ଜଣଙ୍କ ଗିରଫ କରିଥିଲା । ସେହିପରି ୧୨ତାରିଖ ସନ୍ଧ୍ୟାରେ ବାଘମାରୀ ପୁଲିସ ପଙ୍ଗାରସିଂହର ନୟାଗଡ଼ ଅଭିମୁଖେ ଯାଉଥିବା ଏକ ଟାଟାଏସିଇ ଗାଡିକୁ କଂଟାମଳିମ ଛକନିକଟରୁ ଜବତ କରିଥିଲା । ଏଥିରୁ ୩ଟି ଗୋରୁ ଉଦ୍ଧାର କରିଥିଲା । ଏହାର ଦୁଇଦିନ ପରେ ଅର୍ଥାତ୍‌ ୧୪ ତାରିଖରେ ଟାଙ୍ଗି ପୁଲିସ ଦିକ୍ଷୀତପଡା ଅଂଚଳରେ ଚଢାଉକରି ଏକ ଗୋରୁ ବୋଝେଇ କଂଟେନର ଜବତ କରିଥିଲା । ସେଥିରୁ ୩ଜୀବନ୍ତ ଗୋର ଏବଂ ୧୬ଟି ମୃତ ଗୋରୁଙ୍କ ପୁଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ କଟକ ଚୌଦାରସ୍ଥିତ ନନ୍ଦଗାଁ ଗୋସାଳରେ ଜୀବତ ଗୋରୁଙ୍କୁ ଛାଡିଥିଲା ବୋଲି ପୁଲିସ ତଥ୍ୟରୁ ଜଣାଯାଇଛି । ସେହିପରି ଗତ ୨୧ତାରିଖ ରାତିରେ ବେଗୁନିଆ ଫୁଲିସ ଏକ ଗୋରୁବୋଝେଇ ଗାଡିକୁ ଜବତ କରି ଏଥିରୁ ୨୦ଗୋରୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଥିଲା ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର