ଗୋରୁ ବୋଝେଇ ଟାଟା ଏସିଇ ଜବତ; ୧୦ଗୋରୁ ଉଦ୍ଧାର,ଡ୍ରାଇଭର ଗିରଫ

The Sakala Picture
Published On

ଖୋର୍ଦ୍ଧା: ଗୁରୁବାର ବାଘମାରୀ ଛକ ଉପରୁ ବାଘମାରି ପୁଲିସ ଏକ ଗୋରୁ ବୋଝେଇ ଟାଟାଏସିଇ ଗାଡିକୁ ଜବତ କରିଛି । ଗାଡିରେ ଥିବା ୧୦ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଜଣକ ହେଲେ ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ କେରଙ୍ଗ ଗ୍ରାମର ମମତାଜ ଖାନ ୩୧) । ସୂଚନା ଅନୁସାରେ, ଦିନ ପ୍ରାୟ ସାଢେ ଗୋଟେ ସମୟରେ ଓଆର- ୦୪-ଏଲ୫୬୯୨ନଂ ବିଶିଷ୍ଟ ଏକ ଗୋରୁ ବୋଝେଇ ଟାଟା ଏସିଇ ଗାଡି କୁଶପଲ୍ଲାରୁ […]

ଖୋର୍ଦ୍ଧା: ଗୁରୁବାର ବାଘମାରୀ ଛକ ଉପରୁ ବାଘମାରି ପୁଲିସ ଏକ ଗୋରୁ ବୋଝେଇ ଟାଟାଏସିଇ ଗାଡିକୁ ଜବତ କରିଛି । ଗାଡିରେ ଥିବା ୧୦ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଜଣକ ହେଲେ ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ କେରଙ୍ଗ ଗ୍ରାମର ମମତାଜ ଖାନ ୩୧) ।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ସୂଚନା ଅନୁସାରେ, ଦିନ ପ୍ରାୟ ସାଢେ ଗୋଟେ ସମୟରେ ଓଆର- ୦୪-ଏଲ୫୬୯୨ନଂ ବିଶିଷ୍ଟ ଏକ ଗୋରୁ ବୋଝେଇ ଟାଟା ଏସିଇ ଗାଡି କୁଶପଲ୍ଲାରୁ କେରଙ୍ଗ ଅଭିମୁଖେ ଯାଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଘମାରୀ ପୁଲିସ ଉକ୍ତ ଗାଡିକୁ ବାଘମାରୀ ଛକନିକଟରେ ଅଟକାଇଥିଲା । ଏଥିରେ ୧୦ଟି ଗୋରୁ ବନ୍ଧାଯାଇ ନିଆଯାଉଥିବା ପୁଲିସ ଜାଣିବାକୁ ପାଇଥିଲା । ତେଣୁ ଗାଡିକୁ ଜବତ କରିବା ସହିତ ସେଥିରେ ଥିବା ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିଲା । ଉଦ୍ଧାର ଗୋରୁଙ୍କୁ ଭୁବନେଶ୍ବରସ୍ଥିତ ଗୋଶାଳାରେ ଛଡାଯିବ ବୋଲି ଥାନାଅଧିକାରୀ ଅର୍ଚ୍ଚନା ମଲ୍ଲିକ ସୂଚନା ଦେଇଛନ୍ତି । ବେଆଇନ ଗୋଚାଲାଣ ଅଭିଯୋଗରେ ପୁଲିସ ୪୭/୨୧ନଂ ରେ ଏକ ମାମଲା ରୁଜୁ କରିଥିବାବେଳେ ଡ୍ରାଇଭର ମମତାଜକୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ପ୍ରକାଶ ଥାଉକି, ଏସପିଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ, ଗତ ଦେଢମାସ ମଧ୍ୟରେ ମଧ୍ୟରେ ଜିଲ୍ଲାପୁଲିସ ୧୪୮ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରିଥିବାବେଳେ ପ୍ରାୟ ୧୬ଟି ଗୋରୁଙ୍କର ମୃତ୍ୟୁ ଏବଂ ୯ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗତ ଅପ୍ରେଲ ୨୪ରେ ଆଦର୍ଶ ଥାନା ପୁଲିସ ୧୬ନଂ ଜାତୀୟ ରାଜପଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକଠାରୁ ଏକ ଗୋରୁ ବୋଝେଇ କଂଟେନରକୁ ଜବତ କରିଥିଲା । ଗାଡିରୁ ୩୮ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭର ଭଦ୍ରକ ଧାମନଗର ର ସେକ ହାଇଦର କୁ ଗିରଫ କରିଥିଲା । ସେହିପରି ଉକ୍ତ ମାସ ୨୭ ତାରିଖରେ ବାଘମାରୀ ପୁଲିସ ଏକ ଗୋରୁ ବୋଝେଇ ପିକଅପ ଭ୍ୟନ ଜବତ କରିଥିବାବେଳେ ଏଥିରୁ ୪ଟି ଗୋରୁ ଉଦ୍ଧାର କରିଥିଲା । ଗାଡିର ଡ୍ରାଇଭର ବାଣପୁରର ହେମନ୍ତ ପ୍ରଧାନ(୨୮) ଏବଂ ଗୋରୁ ବେପାରୀ କେରଙ୍ଗର ଇଲିଆସ ମହମ୍ମଦ(୪୫)କୁ ଗିରଫ କରିଥିଲା । ଏଥିସହିତ ଚଳିତମାସ ଗତମାସ ୧ତାରିଖ ରେ ନାଚୁଣୀ ଫାଣ୍ଡି ପୁଲିସ ସୁନାଖଳା ଅଂଚଳର ଏକ ଗୋରୁ ବୋଝେଇ ଗାଡି ଜବତ କରିଥିଲା । ୬ଗୋରୁ ଉଦ୍ଧାର ହୋଇଥିବା ବେଳେ ୨ଜଣଙ୍କ ଗିରଫ କରିଥିଲା । ସେହିପରି ୧୨ତାରିଖ ସନ୍ଧ୍ୟାରେ ବାଘମାରୀ ପୁଲିସ ପଙ୍ଗାରସିଂହର ନୟାଗଡ଼ ଅଭିମୁଖେ ଯାଉଥିବା ଏକ ଟାଟାଏସିଇ ଗାଡିକୁ କଂଟାମଳିମ ଛକନିକଟରୁ ଜବତ କରିଥିଲା । ଏଥିରୁ ୩ଟି ଗୋରୁ ଉଦ୍ଧାର କରିଥିଲା । ଏହାର ଦୁଇଦିନ ପରେ ଅର୍ଥାତ୍‌ ୧୪ ତାରିଖରେ ଟାଙ୍ଗି ପୁଲିସ ଦିକ୍ଷୀତପଡା ଅଂଚଳରେ ଚଢାଉକରି ଏକ ଗୋରୁ ବୋଝେଇ କଂଟେନର ଜବତ କରିଥିଲା । ସେଥିରୁ ୩ଜୀବନ୍ତ ଗୋର ଏବଂ ୧୬ଟି ମୃତ ଗୋରୁଙ୍କ ପୁଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ କଟକ ଚୌଦାରସ୍ଥିତ ନନ୍ଦଗାଁ ଗୋସାଳରେ ଜୀବତ ଗୋରୁଙ୍କୁ ଛାଡିଥିଲା ବୋଲି ପୁଲିସ ତଥ୍ୟରୁ ଜଣାଯାଇଛି । ସେହିପରି ଗତ ୨୧ତାରିଖ ରାତିରେ ବେଗୁନିଆ ଫୁଲିସ ଏକ ଗୋରୁବୋଝେଇ ଗାଡିକୁ ଜବତ କରି ଏଥିରୁ ୨୦ଗୋରୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଥିଲା ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର