ପାଣି ପାଇପ୍ ଚୋରି ମାମଲାରେ ମାଷ୍ଟରମାଇଣ୍ଡ ସହ ୫ ଡକାୟତଙ୍କୁ ଗିରଫ କଲା ଖୋର୍ଦ୍ଧା ଟାଙ୍ଗି ପୋଲିସ, କୋଲକାତାକୁ ଲମ୍ବିଛି ଡକାୟତି ଚେର

The Sakala Picture
Published On

ଟାଂଗୀ:ଗତ ୨୫ ତାରିଖ ବିଳମ୍ବିତ ରାତିରେ ଟାଂଗୀ ପୋଲିସ ଅତର୍କିତ ଚଢାଉ କରି ମୂଲ୍ୟବାନ ପାଣି ପାଇପ ଡକାୟତି କରୁଥିବା ୮ ଜଣ ଡକାୟତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ ଟି ମୋବାଇଲ ୯ ଟି ପାଇପ ସମେତ ୩ଟି ମିଡିୟମ ଟ୍ରକ ସହ ଚୋରା ମାଲ ବୋଝେଇ କରିବା ପାଇଁ ଆସିଥିବା ଏକ ବିନା ପଞ୍ଜିକୃତ ହାଇଡ୍ରା ଜବତ କରାଯାଇଥିଲା। ଏହି ଡକାୟତି ର ଚେର ଖୋଜି ବାହାର କରିବା ପାଇଁ […]

ଟାଂଗୀ:ଗତ ୨୫ ତାରିଖ ବିଳମ୍ବିତ ରାତିରେ ଟାଂଗୀ ପୋଲିସ ଅତର୍କିତ ଚଢାଉ କରି ମୂଲ୍ୟବାନ ପାଣି ପାଇପ ଡକାୟତି କରୁଥିବା ୮ ଜଣ ଡକାୟତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ ଟି ମୋବାଇଲ ୯ ଟି ପାଇପ ସମେତ ୩ଟି ମିଡିୟମ ଟ୍ରକ ସହ ଚୋରା ମାଲ ବୋଝେଇ କରିବା ପାଇଁ ଆସିଥିବା ଏକ ବିନା ପଞ୍ଜିକୃତ ହାଇଡ୍ରା ଜବତ କରାଯାଇଥିଲା। ଏହି ଡକାୟତି ର ଚେର ଖୋଜି ବାହାର କରିବା ପାଇଁ ଖୋର୍ଧା ଏସପି ଙ୍କ ନିର୍ଦେଶ କ୍ରମେ ତିନୋଟି ସ୍ପେଷାଲ ଟିମ ଗଠନ କରାଯାଇଥିଲା। ତେବେ ଟାଂଗୀ ପୋଲିସ ସଫଳତାର ସହ ଏହି ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ସମେତ ୫ ଜଣ ଡକାୟତ ଙ୍କୁ ଗିରଫ କରିବା ସହ ୪୦ଟି ମୂଲ୍ୟବାନ ପାଇପ ଏକ ମାରୁତି ସୁଇପଟ କାର ବ୍ୟାଙ୍କ ଆକାଉଣ୍ଟ ସମେତ ଅନେକ କିଛି ଜବତ କରିଥିବା ଆଜି ଟାଂଗୀ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ସୂଚନା ପ୍ରଦାନ କରିଛନ୍ତି । ଏହି ଡକାୟତି ଚେର କେବେଳ ଓଡିଶା ର ବିଭିନ୍ନ ଜିଲ୍ଲା ନୂହେଁ ଏହା କୋଲକାତା ପର୍ଯ୍ୟନ୍ତ ଲମ୍ବିଥିବା ମଧ୍ୟ ସେ ସୂଚନା ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସୂଚନାଯୋଗ୍ୟ ସାଳିଆ ଡ୍ୟାମ ଠାରେ ଏକ ମେଗା ପାଣି ପ୍ରୋଜେକ୍ଟ କାମ ଚାଲିଛି। ଏହି ପ୍ରୋଜେକ୍ଟ ବାଣପୁର ଚିଲିକା ଓ ଟାଂଗୀ ବ୍ଲକ କୁ ସଂଯୋଗ କରୁଥିବା ରୁ ଏହି କାର୍ଯ୍ୟ ପାଇଁ ବିଭିନ୍ନ ଅଞ୍ଚଳରେ ମୂଲ୍ୟବାନ ଲୁହା ପାଣି ପାଇପ ଗଛିତ କରାଯାଇଛି। ଏହି ପାଇପ ଲୁଟ କରିବା ପାଇଁ ଏକ ଡକାୟତି ଦଳ କିଛି ଦିନ ହେଲା ନିଜକୁ କମ୍ପାନି ର କର୍ମଚାରି କହି ଜାଲ ଡକୁମେଣ୍ଟ କରି ବ୍ୟାପକ ଭାବେ ସେମାନଙ୍କର ଡକାୟତି ଚାଲୁ ରଖିଥିଲେ। ଗତ ୨୫ ତାରିଖ ବିଳମ୍ବିତ ରାତି ରେ ଟାଂଗୀ ଦୂର୍ଗାଚରଣ ଚିଲିକା ମହାବିଦ୍ୟାଳୟ ନିକଟରେ ଗଛିତ ଥିବା ପାଇପ ଲୁଟ ପାଇଁ ତିନୋଟି ଟ୍ରକ ସହ ଏକ ହାଇଡ୍ରା ମଧ୍ୟ ନିୟୋଜିତ ହୋଇଥିଲା।। ସୁରକ୍ଷା କର୍ମୀ ଙ୍କ ବାରଣ ସତ୍ବେ ବିଭିନ୍ନ ମାରଣାତ୍ସ ଦେଖାଇ ଲୁଟ କରାଯାଉଥିବା ବେଳେ କୌଣସି ସୂତ୍ରରୁ ଟାଂଗୀ ପୋଲିସ ଖବର ପାଇ ଆଠ ଜଣ ଡକାୟତ ଙ୍କୁ ଗିରଫ କରିଥିଲେ ମଧ୍ୟ ମାଷ୍ଟର ମାଇଣ୍ଡ ସମେତ ପାଞ୍ଚ ଜଣ ଫେରାର ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଖୋର୍ଧା ଏସପି ଅଲେଖ ଚନ୍ଦ୍ର ପହି ଙ୍କ ନିର୍ଦେଶ କ୍ରମେ ତିନୋଟି ଟିମ ଗଠନ କରାଯାଇ କଟକ ପୁରୀ ଓ ଖୋର୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇ ୪୦ ଟି ଲୁହା ମୂଲ୍ୟବାନ ପାଇପ ,୧୦ ଟି ମୂଦା ଲଫାପା,ଏକ ମାରୁତି ସୁଜୁକି ସୁଇଫଟ କାର ଯାହାର ନମ୍ବର ଓଡି ୧୩ କେ ୩୧୧୪,ପାଞ୍ଚ ଟି ମୋବାଇଲ,ଗୋଟିଏ ଲାପଟପ,ଏକ ପେନ ଡ୍ରାଇଭ,ପୁରୀ ଗୁଣ୍ଡିଚା ମନ୍ଦିର (ନବକଳେବର ରୋଡ)ଷ୍ଟେଟ ବ୍ୟାଙ୍କ ର ଏକ ଆକାଉଣ୍ଟ ଯାହାର ନମ୍ବର ୨୦୩୦୮୭୨୦୦୨୩ ସମେତ ବହୁ ଜାଲି କାଗଜପତ୍ର ସିଲ ଷ୍ଟାମ୍ପ ଜବତ କରାଯାଇଥିବା ଜଣାପଡିଛିା ଏହି ଡକାୟତ ମାନେ କିଛି ଫେକ ଡକୁମେଣ୍ଟ ଦେଖାଇ ତଥା କର୍ମଚାରି ପରିଚୟ ଦେଇ ସେମାନଙ୍କର ଡକାୟତି ଜାଲ ବିଛାଇ ଚାଲିଥିଲେ ଯାହା କେବଳ ଖୋର୍ଧା ପୁରୀ କଟକ ସମେତ ଓଡିଶା ର ବିଭିନ୍ନ ଜିଲ୍ଲା ନୂହେଁ କୋଲକାତା ପର୍ଯ୍ୟନ୍ତ ଲମ୍ବିଥିବା ଏସଡିପିଓ ଶ୍ରୀ ବାରିକ ତଥା ତଦନ୍ତ ଦାୟିତ୍ବ ନିର୍ବାହ କରୁଥିବା ଟାଂଗୀ ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି। ଏହି ଡକାୟତି ଜିନିଷ ମଧ୍ୟ ବହୁ ବ୍ୟକ୍ତିି କିଣି ବ୍ୟବହାର କରିଦେଇଥିବା ଜଣାପଡିଛି ଓ ତାକୁ ମଧ୍ୟ ଜବତ କରାଯିବା ର ବ୍ୟବସ୍ଥା କରାଯାଉଥିବା ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଟାଂଗୀ ପୋଲିସ ସଫଳତା ର ସହ ଏହି ଡକାୟତି ଦଳର ମାଷ୍ଟର ମାଇଣ୍ଡ କଟକ ଜିଲ୍ଲା ଜଗତପୁର ଥାନା ଅଧିନସ୍ଥ ପଦ୍ମପୁର ମହାନ୍ତି ସାହି ର ବରଦା ପ୍ରସନ୍ନ ମହାନ୍ତି ଙ୍କ କୁପୁତ୍ର ସତ୍ୟକାମ ଚିଦାନନ୍ଦ ମହାନ୍ତି ଓରଫ ସତ୍ୟ ,ପୁରୀ ସଦର ଥାନା କଣ୍ଠପୁର ର ସାନ୍ତନୁ କୁମାର ମହାରଣା,ବ୍ରହ୍ମଗିରି ଥାନା ଅଧିନସ୍ଥ ହାସିନିପୁର ର ବିରେନ କୁମାର ମହାନ୍ତି,କଣାସ ଥାନା ଅଧିନସ୍ଥ ଜଳିଆପଡା ର ଶ୍ରୀନିବାସ ମହାରଣା ଓ ସେହି କଣାସ ଥାନା ଅଧିନସ୍ଥ ଜଳିଆପଡା ର ସୂର୍ଯ୍ୟକାନ୍ତ ମହାରଣା ଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛିା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର