ରାଜ୍ୟବାସୀଙ୍କ ଯତ୍ନ ନିଅ, ଅସହାୟଙ୍କ ସହାୟତା କର: ନବୀନ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଯତ୍ନ ନିଅ, ଅସହାୟଙ୍କ ସହାୟତା କର। ଯେଉଁ ପ୍ରବାସୀମାନେ ବିଭିନ୍ନ ମହାନଗରୀରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଅସୁବିଧା ଦୂର କରିବାକୁ ଯତ୍ନବାନ ହୁଅ। ପ୍ରବାସୀ ଓଡ଼ିଆ ସଙ୍ଗଠନଗୁଡ଼ିକ ସହ ଯୋଗସୂତ୍ର ସ୍ଥାପନ କରି କୋଭିଡ଼ କାଳରେ ସେମାନଙ୍କୁ ସହାୟତାର ହାତ ବଢ଼଼ାଅ। ବୁଧବାର ସନ୍ଧ୍ୟାରେ ‘ଓଡ଼ିଶା- ମୋ ପରିବାର’ କାର୍ଯ୍ୟଧାରାର ସମୀକ୍ଷା କରିବା ଅବସରରେ ସଙ୍ଗଠନର କର୍ମକର୍ତ୍ତା ଓ ଦଳୀୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଇଛନ୍ତି ଏପରି […]

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଯତ୍ନ ନିଅ, ଅସହାୟଙ୍କ ସହାୟତା କର। ଯେଉଁ ପ୍ରବାସୀମାନେ ବିଭିନ୍ନ ମହାନଗରୀରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଅସୁବିଧା ଦୂର କରିବାକୁ ଯତ୍ନବାନ ହୁଅ। ପ୍ରବାସୀ ଓଡ଼ିଆ ସଙ୍ଗଠନଗୁଡ଼ିକ ସହ ଯୋଗସୂତ୍ର ସ୍ଥାପନ କରି କୋଭିଡ଼ କାଳରେ ସେମାନଙ୍କୁ ସହାୟତାର ହାତ ବଢ଼଼ାଅ। ବୁଧବାର ସନ୍ଧ୍ୟାରେ ‘ଓଡ଼ିଶା- ମୋ ପରିବାର’ କାର୍ଯ୍ୟଧାରାର ସମୀକ୍ଷା କରିବା ଅବସରରେ ସଙ୍ଗଠନର କର୍ମକର୍ତ୍ତା ଓ ଦଳୀୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଇଛନ୍ତି ଏପରି ପରାମର୍ଶ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ନିଜ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳର ସାମାଜିକ ଅନୁଷ୍ଠାନ ‘ଓଡ଼ିଶା- ମୋ ପରିବାର’ର ସମୀକ୍ଷା ଅବସରରେ ସଙ୍ଗଠନ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି। ଓଡ଼ିଶା- ମୋ ପରିବାର ପକ୍ଷରୁ ଜାରି ରହି ଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, କୋଭିଡ୍‍ ସମୟରେ ଶବ ଦାହ ପାଇଁ କରାଯାଇଥିବା ହେଲ୍ପ ଡେସ୍କ, ରକ୍ତଦାନ କରୁଥିବା ରକ୍ତଦାତାଙ୍କ ତାଲିକା ପ୍ରସ୍ତୁତି, ଥାଲାସେମିଆ ଓ ଅନ୍ୟାନ୍ୟ ଗୁରୁତର ରୋଗୀଙ୍କୁ ସହାୟତା ଏବଂ ପ୍ଲାଜ୍‍ମା ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଓଡ଼ିଶା ମୋ- ପରିବାରର କାର୍ଯ୍ୟଧାରାକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ କୋଭିଡ୍‍ ମହାମାରୀ ପରିପ୍ରେକ୍ଷୀରେ ଏହି ସାମାଜିକ କାର୍ଯ୍ୟକୁ ଆହୁରି ବ୍ୟାପକ କରି ସମାଜ ପ୍ରତି ଦଳର ଥିବା ଦାୟିତ୍ୱବୋଧକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା- ମୋ ପରିବାର ଦ୍ୱାରା ସ୍ୱଳ୍ପ ସମୟ ମଧ୍ୟରେ ୧ ଲକ୍ଷ ୟୁନିଟ୍‍ ରକ୍ତ ସଂଗ୍ରହ କରାଯିବା ସହ କୋଭିଡ଼ ସମୟରେ ଶବଦାହରେ ସହାୟତା, ଥାଲାସେମିଆ ଓ ଅନ୍ୟ ଗୁରୁତର ରେଗୀଙ୍କୁ ରକ୍ତ ଯୋଗାଣ ଓ ପ୍ଲାଜମା ସଂଗ୍ରହ ଅଭିଯାନ ନିମନ୍ତେ ସଙ୍ଗଠନର ସମସ୍ତ କର୍ମକର୍ତ୍ତା, ବିଧାୟକ, ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ବୈଠକରେ ଦଳର ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓଡ଼ିଶା-ମୋ ପରିବାର ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସଂଗଠନର ଆବାହକ ଅରୂପ ପଟ୍ଟନାୟକ ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ବରିଷ୍ଠ ସାଧାରଣ ସମ୍ପାଦକ ତଥା ସଙ୍ଗଠନ ସହ ଆବାହକ ବିଧାୟକ ଅତନୁ ସବ୍ୟସାଚୀ ନାୟକ ସ୍ୱାସ୍ଥ୍ୟ ସଂକ୍ରାନ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ତଥା ଯୁବ ବିଜେଡିର ରାଜ୍ୟ ସଭାପତି ଡ଼ ବ୍ୟୋମକେଶ ରାୟ, ବିଧାୟକ ତଥା ଛାତ୍ର ବିଜେଡି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର