ଭିଜିଲାନ୍ସ ଜାଲରେ ସୋରର ଭାରପ୍ରାପ୍ତ ତହସିଲଦାର, ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ବିଭାଗ
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ତହସିଲଦାର । ଭିଜିଲାନ୍ସ ପଞ୍ଝାରେ ସୋରର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ । ପଥର ଗାଡ଼ି ଛାଡ଼ିବାକୁ ନେଇ ଅଫିସ୍ ଭିତରେ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ, ସୋର ପୌରପାଳିକା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପାଖରେ ଥିବା ୫ଟି ଟ୍ରକକୁ ଖଣି ବିଭାଗରୁ ଫାଇନରୁ ବର୍ତ୍ତିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ୪୦ ହଜାର ଟଙ୍କା କଥା ଫାଇନାଲ ହୋଇଥିଲା । ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ଓ ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସ ହାତରେ ଧରା ପଡିଥିଲେ l





