ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଛାତ୍ରାବାସରୁ ଛାତ୍ରଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

The Sakala Picture
Published On

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ କଳା ବିଭାଗ ଚତୁର୍ଥ ସେମିଷ୍ଟାରର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ କୁନାଲ ମଲିକ। ଆଜି ରାଧାକ୍ରିଷ୍ଣନ ହଷ୍ଟେଲ କୋଠରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାକରୁ ଫେଣ ବାହାରୁଥିବା ବେଳେ ପିଠି ସାରା ଲାଲ ଦାଗ ଚିହ୍ନ ରହିଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଛାତ୍ର ଜଣକ ହଷ୍ଟେଲ କ୍ୟାଣ୍ଟିନକୁ ଖାଇବାକୁ ନ ଆସିବାରୁ ହଷ୍ଟେଲ ରୁମ୍ ମେଟ୍ ପହଞ୍ଚି […]

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ କଳା ବିଭାଗ ଚତୁର୍ଥ ସେମିଷ୍ଟାରର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ କୁନାଲ ମଲିକ। ଆଜି ରାଧାକ୍ରିଷ୍ଣନ ହଷ୍ଟେଲ କୋଠରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାକରୁ ଫେଣ ବାହାରୁଥିବା ବେଳେ ପିଠି ସାରା ଲାଲ ଦାଗ ଚିହ୍ନ ରହିଥିଲା।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଛାତ୍ର ଜଣକ ହଷ୍ଟେଲ କ୍ୟାଣ୍ଟିନକୁ ଖାଇବାକୁ ନ ଆସିବାରୁ ହଷ୍ଟେଲ ରୁମ୍ ମେଟ୍ ପହଞ୍ଚି ଦେଖନ୍ତି ସେ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରେ ଏନେଇ କଲେଜ କର୍ତ୍ତୃପକ୍ଷ ଓ ପୁଲିସକୁ ଜଣାଇଥିଲେ। ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏମ୍‌କେସିଜି ମେଡିକାଲ ପଠାଇଛି। ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ପୁଲିସ ଘଟଣାର ସତ୍ୟାସତ୍ୟ ଜାଣିବା ନିମେନ୍ତ ମୃତକଙ୍କ ରୁମ୍ ମେଟ୍‌ମାନଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

20 Sep 2022 By The Sakala

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଛାତ୍ରାବାସରୁ ଛାତ୍ରଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ କଳା ବିଭାଗ ଚତୁର୍ଥ ସେମିଷ୍ଟାରର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ କୁନାଲ ମଲିକ। ଆଜି ରାଧାକ୍ରିଷ୍ଣନ ହଷ୍ଟେଲ କୋଠରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାକରୁ ଫେଣ ବାହାରୁଥିବା ବେଳେ ପିଠି ସାରା ଲାଲ ଦାଗ ଚିହ୍ନ ରହିଥିଲା।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଛାତ୍ର ଜଣକ ହଷ୍ଟେଲ କ୍ୟାଣ୍ଟିନକୁ ଖାଇବାକୁ ନ ଆସିବାରୁ ହଷ୍ଟେଲ ରୁମ୍ ମେଟ୍ ପହଞ୍ଚି ଦେଖନ୍ତି ସେ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରେ ଏନେଇ କଲେଜ କର୍ତ୍ତୃପକ୍ଷ ଓ ପୁଲିସକୁ ଜଣାଇଥିଲେ। ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏମ୍‌କେସିଜି ମେଡିକାଲ ପଠାଇଛି। ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ପୁଲିସ ଘଟଣାର ସତ୍ୟାସତ୍ୟ ଜାଣିବା ନିମେନ୍ତ ମୃତକଙ୍କ ରୁମ୍ ମେଟ୍‌ମାନଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର