ଡ୍ରେନରୁ ନାବାଳିକାର ମୃତଦେହ ମିଳିବାକୁ ନେଇ ସସ୍ପେନ୍ସ; ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ
ସମ୍ବଲପୁର: ନାଳରୁ ନାବାଳିକାର ମୃତଦେହ ଉଦ୍ଧାର । ସମ୍ବଲପୁର ଅଇଁଠାପାଲି ଥାନା ଅଧୀନ ଶାନ୍ତିନଗରରେ ଥିବା ଏକ ଡ୍ରେନରୁ ନାବାଳିକାର ମୃତଦେହ ମିଳିବା ପରେ ଏହାକୁ ନେଇ ସସ୍ପେନ୍ସ ଉପୁଜିଛି । ଏହା ଦୁର୍ଘଟଣା ନା ହତ୍ୟା ? ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ଅଇଁଠାପାଲି ଥାନା ଆଇଆଇସି କହିଛନ୍ତି । ନାବାଳିକାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଦୁର୍ଘଟଣା କହୁଥିବାବେଳେ ସମ୍ପର୍କୀୟ କିନ୍ତୁ ଏହାକୁ ହତ୍ୟା ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅନୁଗୁଳରେ ଥିବା ନାବାଳିକାଙ୍କ ମାମୁ, ମାଇଁ, ଆଈ ହତ୍ୟା ଅଭିଯୋଗ ଆଣିଛନ୍ତି । ସମ୍ପତ୍ତି ଲୋଭରେ ଜେଜେ, ଜେଜେମା, ପିଉସୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ପୂର୍ବରୁ ୨୦୧୪ରେ ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ଓ ୩ ବର୍ଷ ପରେ ମାଁଙ୍କ ଆତ୍ମହତ୍ୟା ପରେ ଜେଜେ ବାପା ଓ ଜେଜେ ମାଁ ସାଙ୍ଗରେ ରହୁଥିଲେ ନାବାଳିକା । ଏପରିକି ତାଙ୍କ ମାଁଙ୍କୁ ହତ୍ୟା କରି ସେତେବେଳେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ମା’ ମରିବାର ୮ ବର୍ଷ ପରେ ଭାଣିଜୀର ମଧ୍ୟ ମୃତ୍ୟୁ ହୋଇଛି। ଏହା ଦୁର୍ଘଟଣା ନୁହେଁ, ଏହା ଏକ ହତ୍ୟା ଘଟଣା ବୋଲି ମୃତକଙ୍କ ମାମୁ ଅଭିଯୋଗ କରିଛନ୍ତି।





