ORHDS ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ। ଓଏଚଆରଡିସି ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କୋର୍ଟ। ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ । ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ । ମୋକିମଙ୍କୁ ୩ବର୍ଷ ଦଣ୍ଡାଦେଶ କରିଥିଲେ ଭିଜିଲାନ୍ସ କୋର୍ଟ । ଭିଜିଲାନ୍ସ ଦଣ୍ଡାଦେଶ ଉପରେ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । […]

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ। ଓଏଚଆରଡିସି ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କୋର୍ଟ। ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ । ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ । ମୋକିମଙ୍କୁ ୩ବର୍ଷ ଦଣ୍ଡାଦେଶ କରିଥିଲେ ଭିଜିଲାନ୍ସ କୋର୍ଟ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଭିଜିଲାନ୍ସ ଦଣ୍ଡାଦେଶ ଉପରେ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହା ଭିତରେ ତାଙ୍କୁ ଗିରଫ କରିବାକୁ ହେବାର ଯେଉଁ ଭୟ ଥିଲା ତାହା ଏବେ ଜାମିନ୍ ମଂଜୁର ପରେ ଦୂର ହୋଇଛି । ତେବେ ଜାମିନ ପରେ ବି ନିୟମ ଅନୁସାରେ ନିର୍ବାଚନ ଲଢିପାରିବେ ନାହିଁ ମୋକିମ୍ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ସୂଚନା ଅନୁାଯାୟୀ, ଗତ କିଛିଦିନ ତଳେ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ । ସେତେବେଳେ ନାମାଙ୍କନ ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିବା ଅଭିଯୋଗ ହୋଇଥିଲା । ପରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ଏଣୁ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ ମହମ୍ମଦ ମୋକିମ । ୨୦୧୯ରେ ମୋକିମଙ୍କ ପ୍ରତିପକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ଉପରେ ଶୁଣାଣି କରି ଏହି ରାୟ ଶୁଣାଇଥିଲେ ଉଚ୍ଚ ଅଦାଲତ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ନିର୍ଦ୍ଧାରିତ ଫର୍ମ ଅନୁଯାୟୀ ମନୋନୟନ ପତ୍ର ଦାଖଲ କରିନଥିଲେ। ତାଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ତ୍ୱେ ସତ୍ୟପାଠରେ ଦର୍ଶାଇନଥିଲେ ମୋକିମ୍ । ଏହି ଅଭିଯୋଗ ଆଣି ନିର୍ବାଚନ ଫଳ ଘୋଷଣା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦେବାଶିଷ ସାମନ୍ତରାୟ । ଅଭିଯୋଗକୁ କୋର୍ଟ ଗ୍ରହଣ କରିବା ସହ ମାମଲାର ଶୁଣାଣି କରି ରାୟ ଶୁଣାଇଥିଲେ ହାଇକୋର୍ଟ । ନିର୍ବାଚନ ଅସିଦ୍ଧ ବୋଲି କହିବା ସହ ମୋକିମଙ୍କ ବିଧାୟକ ପଦକୁ ରଦ୍ଦ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର