ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

The Sakala Picture
Published On

କଟକ: ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଛନ୍ତି। ୧୦ ଜୁନ୍ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି। ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୪ ଅକ୍ଟୋବର ୧୯୬୧ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। କୋଲକାତା ୟୁନିଭର୍ସିଟିରେ ଆର୍ଟସ ଆଣ୍ଡ ଲ’ରେ ସ୍ନାତକ କଲା ପରେ […]

କଟକ: ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଛନ୍ତି। ୧୦ ଜୁନ୍ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି। ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୪ ଅକ୍ଟୋବର ୧୯୬୧ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। କୋଲକାତା ୟୁନିଭର୍ସିଟିରେ ଆର୍ଟସ ଆଣ୍ଡ ଲ’ରେ ସ୍ନାତକ କଲା ପରେ ୧୨ ସେପ୍ଟେମ୍ବର ୧୯୯୦ରେ ଆସାମ, ନାଗାଲାଣ୍ଡ, ମେଗାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର୍‌ କାଉନସିଲରେ ଦାୟିତ୍ବରେ ଥିଲେ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଗୁଜୁରାଟ ହାଇକୋର୍ଟର ଅଗରତାଲା ବେଞ୍ଚରେ ତାଙ୍କ ଓକିଲାତିର ଅଭ୍ୟାସ କରିଛନ୍ତି ଜଷ୍ଟିସ ତାଳପାତ୍ର। ସିଭିଲ୍ ଓ କ୍ରିମିନାଲ ମ୍ୟାଟର ହ୍ୟାଣ୍ଡେଲ କରିଛନ୍ତି। ୨୧ ଡିସେମ୍ବର ୨୦୦୪ରେ ସିନିୟର ଆଇନଜୀବୀ ଭାବେ ପଦୋନ୍ନତି। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ୭ଟି ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ କଲେଜିୟମ ସୁପାରିସ କରିଛନ୍ତି। ଆସନ୍ତା ଅଗଷ୍ଟ ୮ରେ ହାଇକୋର୍ଟ ମୁଖ୍ୟବିଚାରପତି ଏସ. ମୂରଲିଧର ଅବସର ନେବେ। ତାଙ୍କ ସ୍ଥାନରେ ଦାୟିତ୍ବ ନେବେ ଜଷ୍ଟିସ ତାଳପାତ୍ର।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର